Advertisment

ସ୍କୁଲ ଛାତ୍ରୀଙ୍କୁ ପ୍ରବଳ ପିଟିଲେ ଲେଡିଜ୍‌ ଗ୍ୟାଙ୍ଗ, ଭାଇରାଲ ହେଉଛି ଭିଡିଓ

ଣେ ସ୍କୁଲ ଛାତ୍ରୀଙ୍କୁ ମନ ଇଚ୍ଛା ପିଟିଛନ୍ତି ଲେଡିଜ ଗ୍ୟାଙ୍ଗର ସଦସ୍ୟ। ରାସ୍ତାରେ ଗଡ଼ାଇ ତଡ଼ାଇ ସ୍କୁଲ ଛାତ୍ରୀଙ୍କୁ ମାରିଛନ୍ତି ବିଧା, ଗୋଇଠା ଓ ମୁଥ।

author-image
Hemant Lenka
Viral

Viral

ଲେଡିଜ ଗ୍ୟାଙ୍ଗର ଦବଙ୍ଗଗିରି। ବିଚ୍‌ ରାସ୍ତାରେ ଘଟାଇଲେ ବର୍ବର କାଣ୍ଡ। ଜଣେ ସ୍କୁଲ ଛାତ୍ରୀଙ୍କୁ ମନ ଇଚ୍ଛା ପିଟିଛନ୍ତି ଲେଡିଜ ଗ୍ୟାଙ୍ଗର ସଦସ୍ୟ। ରାସ୍ତାରେ ଗଡ଼ାଇ ତଡ଼ାଇ ସ୍କୁଲ ଛାତ୍ରୀଙ୍କୁ ମାରିଛନ୍ତି ବିଧା, ଗୋଇଠା ଓ ମୁଥ।

Advertisment

ଛୁଟି ଧରି ମଧ୍ୟ ଘୋଷାଡ଼ିଛନ୍ତି। ସାମାନ୍ୟ ଯୁକ୍ତି ତର୍କରୁ ସ୍କୁଲ ଛାତ୍ରୀଙ୍କୁ ଲେଡିଜ ଗ୍ୟାଙ୍ଗ ଏପରି ମାଡ଼ ମାରିଛି। ମୁମ୍ବାଇରେ ଘଟିଥିବା ଏହି ଘଟଣାର ଭିଡିଓ ବି ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମିଳିଥିବା ସୂଚନା ଅନୁସାରେ, ଭେରସୋଭା ଅଞ୍ଚଳରେ ୟାରି ରୋଡରେ ଏହି ଘଟଣା ଘଟିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ସ୍କୁଲ ଡ୍ରେସରେ ଥିବା ଜଣେ ଛାତ୍ରୀଙ୍କୁ କିଛି ଝିଅ ଘେରି ରହିଛନ୍ତି। ସେମାନେ ତାଙ୍କୁ ତଳେ ପକାଇ ବିଧା ଗୋଇଠା ମାରୁଛନ୍ତି। ସମସ୍ତ ଆକ୍ରମଣକାରୀ ଓ ପୀଡ଼ିତା ନାବାଳିକା।

Advertisment

ମାଡ଼ ଖାଇବା ପରେ ସ୍କୁଲ ଛାତ୍ରୀ ଜଣଙ୍କ କିଛି ଦୂରରେ ଥିବା ତାଙ୍କ ବନ୍ଧୁଙ୍କ ପାଖକୁ ଦୌଡ଼ିଥିଲେ। ଏହି ସମୟରେ ଜଣେ ଆକ୍ରମଣକାରୀ କହୁଛନ୍ତି ଯେ “ଏଠାକୁ ଆସେ।” ଏହାନରେ ତାଙ୍କ ପାଖକୁ ଦୌଡ଼ି ଯାଇ ପୁଣି ମାଡ଼ ମାରୁଛନ୍ତି। କିଛି ସେକେଣ୍ଡ ମଧ୍ୟରେ ଅନ୍ୟମାନେ ମଧ୍ୟ ମିଳିତ ଭାବେ ଛାତ୍ରୀଙ୍କୁ ପୁଣି ତଳେ ପକାଇ ପିଟୁଥିବା ଦେଖିବାକୁ ମିଳିଛି।

ରାସ୍ତା ମଝିରେ ଘଟଣା ଘଟିଥିଲେ ହେଁ ସମସ୍ତେ କେବଳ ଦେଖଣାହାରୀ ସାଜିଥିଲେ। ବେଶ କିଛି ସମୟର ଆକ୍ରମଣ ପରେ ଜଣେ କିଶୋର ମାଡ଼ ମାରୁଥିବା ଝିଅମାନଙ୍କୁ ଅଟକାଇଥିଲେ। ସମସ୍ତଙ୍କୁ ସେଠାରୁ ଚାଲି ଯିବାକୁ କହିଥିଲେ। ଫଳରେ ସ୍କୁଲ ଛାତ୍ରୀଙ୍କ ଉପରେ ମାଡ଼ ବନ୍ଦ ହୋଇଥିଲା। 

ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ମୁମ୍ବାଇର ନିର୍ଭୟା ସ୍କ୍ୱାଡ ଘଟଣାର ଖୋଳତାଡ଼ କରୁଥିବା ପୁଲିସ୍‌ କହିଛି। କୁହାଯାଉଛି ପୀଡ଼ିତା ଓ ଆକ୍ରମଣକାରୀ ସମାନ ଅଞ୍ଚଳରେ ରୁହନ୍ତି। କୌଣସି କାରଣରୁ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା। ଏହାର ବଦଲା ନେବାକୁ ଲେଡିଜ ଗ୍ୟାଙ୍ଗ ସ୍କୁଲ ଛାତ୍ରୀଙ୍କୁ ମାଡ଼ ମାରିଛନ୍ତି। 

Mumbai Viral Video