Advertisment

ଭିତରେ ଛୁଆ ଅଛି: ବେଙ୍ଗାଲୁରୁରେ ଓଡ଼ିଆ ଦମ୍ପତିଙ୍କ କାର ଉପରେ ଆକ୍ରମଣ, ଭିଡିଓ ଭାଇରାଲ

ସେମାନେ ଚିତ୍କାର କରି ଭିତରେ ଛୁଆ ଅଛି ବୋଲି କହିଥିଲେ ହେଁ ଆକ୍ରମଣକାରୀ ଯୁବକ ଜଣଙ୍କ କିଛି ବି ଶୁଣି ନଥିଲା। ସେ କାରର ସାମ୍ନା ପଟକୁ ପିଟି ଭାଙ୍ଗି ଦେଇଥିଲା।

Bengaluru Couple

Bengaluru Couple

Advertisment

ବେଙ୍ଗାଲୁରୁର ଏକ ଜନଗହଳୀପୂର୍ଣ୍ଣ ରାସ୍ତାରେ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଓଡ଼ିଆ ଦମ୍ପତି। ଜଣେ ମଦ୍ୟପ ବାଇକ ଚାଳକ ଓଡ଼ିଆ ଦମ୍ପତିଙ୍କ କାର ଉପରେ ଆକ୍ରମଣ କରିଛି। କାର ଭିତରେ ଦମ୍ପତିଙ୍କ ୭ ମାସର ଛୁଆ ରହିଥିଲା।

Advertisment

ସେମାନେ ଚିତ୍କାର କରି ଭିତରେ ଛୁଆ ଅଛି ବୋଲି କହିଥିଲେ ହେଁ ଆକ୍ରମଣକାରୀ ଯୁବକ ଜଣଙ୍କ କିଛି ବି ଶୁଣି ନଥିଲା। ସେ କାରର ସାମ୍ନା ପଟକୁ ପିଟି ଭାଙ୍ଗି ଦେଇଥିଲା। ଏଥିଯୋଗୁ ୭ ମାସର ଛୁଆଟି ମଧ୍ୟ ଆହତ ହୋଇଛି।

ସୋମବାର ରାତି ପ୍ରାୟ ୧୦.୩୦ରେ ସରଜାପୁର ରୋଡ ସ୍ଥିତ ଡୋଡାକାନ୍ନାଲି ନିକଟରେ ଏଭଳି ଘଟଣା ଘଟିଛି। ଓଡ଼ିଆ ଦମ୍ପତିଙ୍କ କାର ବିନା ଇଣ୍ଡିକେଣ୍ଟରେ ବାମ ପାର୍ଶ୍ୱକୁ ମୋଡ଼ି ଯିବାରୁ ବାଇକରେ ଆସୁଥିବା ଯୁବକ ଜଣଙ୍କ ସେମାନଙ୍କ ସହ ଏପରି କାଣ୍ତ ଘଟାଇଛି। ଘଟଣା ବେଳେ ଯୁବକ ଜଣଙ୍କ ପ୍ରଚୁର ମଦ ପିଇଥିଲେ। ଏହି ଘଟଣାର ଦୃଶ୍ୟ ମଧ୍ୟ ମୋବାଇଲରେ କଏଦ ହୋଇଛି।

Advertisment

ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ମଦ୍ୟପ ଯୁବକ କାର ଭିତରେ ଥିବା ଓଡ଼ିଆ ଦମ୍ପତିଙ୍କ ଉପରେ ଚିତ୍କାର କରୁଛି। କାର ଭିତରେ ଛୋଟ ଛୁଆ ଥିବା ଦମ୍ପତି ଚିତ୍କାର କରୁଥିଲେ ହେଁ ବାଇକର ଜଣକ କିଛି ଶୁଣୁନାହିଁ। ସେ କାର ଉପରେ ଆକ୍ରମଣ ଜାରି ରଖିଥିଲା।

ସିଟିଜେନ୍ସ ମୁଭମେଣ୍ଟ ପକ୍ଷରୁ ଘଟରାର ବେଳର ଭିଡିଓ ଶେୟାର କରି କୁହାଯାଇଛି ଯେ “ସରଜାପୁର ରୋଡରେ କ’ଣ ଘଟିଛି? ଜଣେ ବାଇକ ଚାଳକ କାରରେ ଥିବା ପରିବାର ଉପରେ ଆକ୍ରମଣ କରିଛି। ଦୟା କରି ସାହାଯ୍ୟ କରନ୍ତୁ। ଏହି ଘଟଣା ଡୋଡାକାନ୍ନାଲି ଜଙ୍କସନ ନିକଟ ରାସ୍ତା ନମ୍ବର ୧୫୨୨ରେ ଘଟିଛି। ଏହି ଦମ୍ପତି ପୁଲିସ ଷ୍ଟେସନରେ ପହଞ୍ଚିଛନ୍ତି।”

ଏହି ପୋଷ୍ଟରେ କୁହାଯାଇଛି ଯେ ମଦ ପିଇଥିବା ବାଇକର ଜଣକ କୋରମଙ୍ଗଲା ପବରେ ବାଉନ୍ସର ଭାବେ କାର୍ଯ୍ୟ କରେ। ସେ ଦମ୍ପତିଙ୍କ କାରେ ଗାଡ଼ି ପଟିଥିଲା। ଏହାପରେ କାହିଁକି ବ୍ରେକ ମାରିଲ ବୋଲି ଦମ୍ପତିଙ୍କୁ ପ୍ରଶ୍ନ କରିଥିଲା। ଏହି ଘଟଣା ସେତେବେଳେ ବଢ଼ିଥିଲା ଯେତେବେଳେ ଯୁବକ ଜଣଙ୍କ କାରର ୱିଣ୍ଡସ୍ଲାଇଡକୁ ଭାଙ୍ଗି ୭ ମାସର ଛୁଆକୁ ଆହତ କରିଥିଲା। ଘଟଣା ବେଳର ଦୃଶ୍ୟ ମୋବାଇଲରେ ରେକର୍ଡ ହୋଇଛି। ପୁଲିସ୍‌ ଆକ୍ରମଣକାରୀକୁ ବିଭିନ୍ନ ଦଫାରେ ଗିରଫ କରିଛି।

ଭିଡିଓ ଦେଖିବାକୁ ମିଳୁଛି ଯେ କାର ଚଳାଉଥିବା ଜଣେ ବ୍ୟକ୍ତି ନିଜ ମୋବାଇଲ କ୍ୟାମେରା ଅନ କରି ରାସ୍ତା ଉପରେ ଚିତ୍କାର କରୁଥିବା ଯୁବକଙ୍କ ଆଡ଼କୁ ଦେଖାଇଛନ୍ତି। ଆକ୍ରମଣକାରୀ ଯୁବକ ଜଣଙ୍କ ଡ୍ରାଇଭର ଡୋର ଖୋଲିବାକୁ ଚେଷ୍ଟା କରିଥିଲା। ଏହାପରେ ପାଖରେ ପଡ଼ିଥିବା ଗୋଟିଏ ବଡ଼ ପଥର ଉଠାଇ କାରକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ହେଲେ ସେଠାରେ ଉପସ୍ଥିତ ଆଉ ଜଣେ ବ୍ୟକ୍ତି ତା’ ଠାରୁ ଏହା ଛଡ଼ାଇ ନେଇଥିଲେ।

କାରର ଡୋର ଖୋଲିବାରେ ଅସମର୍ଥ ହେବାରୁ ସେ ଡ୍ରାଇଭରଙ୍କୁ ଧମକ ଦେଇଥିଲା। ଗାଡ଼ି ଚାଳକଙ୍କୁ ତାଙ୍କ ପତ୍ନୀ ଆସ୍ତେଆସ୍ତେ ଚାଲି ଯିବାକୁ କହିବାରୁ ସେ ଆଗକୁ ବଢ଼ିଥିଲେ। ହେଲେ ମଦ୍ୟପ ଯୁବକ ଜଣଙ୍କ କାର ବନେଟ ଉପରେ ଶୋଇପଡ଼ିଥିଲା। ସେ ଗୋଟିଏ ୱିଣ୍ଡ ସ୍କ୍ରିନ ୱାଇପରକୁ ଭାଙ୍ଗି ଦେଇଥିଲା।

ଲୋକମାନେ ତା’କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେ ଗାଡ଼ିର ସାମ୍ନା ପଟ କାଚ୍‌କୁ ୱାଇପରରେ ପିଟି ଭାଙ୍ଗି ଦେଇଥିଲା। କାଚ୍‌ ଗୁଣ୍ଡ ଭିତରେ ଛିଟିକି ପଡ଼ିବାରୁ ଦମ୍ପତି ଚିତ୍କାର କରିଥିଲେ। କାର ଭିତରେ ଥିବା ଛୋଟ ପିଲାଟି ମଧ୍ୟ କାନ୍ଦିବା ଆରମ୍ଭ କରିଥିଲା।

ଗାଡ଼ି ଚାଳକ ବାରମ୍ବାର ଭିତରେ ଛୋଟ ଛୁଆ ଥିବା କହିଥିଲେ ହେଁ ଯୁବକ ଜଣକ କିଛି ଶୁଣି ନଥିଲା। କିଛି ସିକ୍ୟୁରିଟି ଗାର୍ଡ ବାଇକରକୁ ଅଟକାଇବାରୁ ଦମ୍ପତି ସେଠାରୁ ସିଧା ପୁଲିସ ଷ୍ଟେସନ ଯାଇଥିଲେ।

ବେଙ୍ଗାଲୁରୁ ପୁଲିସ୍‌ ଭାରଇରାଲ ଭିଡିଓ ଉପରେ ପ୍ରତିକ୍ରିୟା ଦେଇ କହିଛି ଯେ ଆକ୍ରମଣକାରୀକୁ ଗିରଫ କରାଯାଇଛି ଓ ଘଟଣାର ଅଧିକ ତଦନ୍ତ କରାଯାଉଛି। ପୁଲିସ୍‌ର ଏପରି କାର୍ଯ୍ୟାନୁଷ୍ଠାନକୁ ସିଟିଜେନ୍ସ ମୁଭମେଣ୍ଟ ପକ୍ଷରୁ ମଧ୍ୟ ପ୍ରଶଂସା କରାଯାଇଛି।

Viral Video Bengaluru
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe