/odisha-reporter/media/post_attachments/uploadimage/library/16_9/16_9_0/Dog_1756465939.jpg)
Dog
ରାସ୍ତା ଛୋଟ ପିଲାଙ୍କ ପାଇଁ ନୁହେଁ ବରଂ ରାସ୍ତା ବୁଲା କୁକୁରଙ୍କର। ରାସ୍ତାରେ କେବଳ ବୁଲା କୁକୁରଙ୍କ ଦବଦବା ଚାଲିବ। ଏହାର ପୁଣି ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ବୁଲା କୁକୁରମାନେ କେମିତି ରାସ୍ତାରେ ଯାଉଥିବା ଜଣେ ୭ ବର୍ଷର ଝିଅକୁ ତଳେ ପକାଇ ଝୁଣି ପକାଉଛନ୍ତି, ତା’ର ଭିଡିଓ ସାମ୍ନାକୁ ଆସିଛି।
ଏହାକୁ ପଶୁପ୍ରେମୀମାନେ ନିଶ୍ଚିତ ଭାବେ ଦେଖିବା ଦରକାର। କାରଣ ଏହି ପଶୁପ୍ରେମୀମାନେ ନିକଟରେ ବୁଲା କୁକୁରଙ୍କ ଓକିଲାତି କରୁଥିଲେ। ସେମାନଙ୍କୁ ଆଶ୍ରୟ ସ୍ଥଳକୁ ପଠାଯିବାକୁ ବ୍ୟବସ୍ଥା କରାଯିବାରୁ ତଥାକଥିତ ପଶୁପ୍ରେମୀମାନେ ରାସ୍ତାରେ ମାତି ଥିଲେ। ଏବେ ୭ ବର୍ଷର ଝିଅ ପାଇଁ ଜଣେ ହେଲେ ପଶୁପ୍ରେମୀ ମୁହଁ ଖୋଲି ନାହାନ୍ତି। ଆକ୍ରମଣର ଭିଡିଓକୁ ଥରେ ପଶୁପ୍ରେମୀମାନେ ଦେଖିବା ଦରକାର।
ଉତ୍ତର ପ୍ରଦେଶର ମଥୁରାରେ ପୂରା ଘଟଣା ଘଟିଛି। ଏଠାରେ ଜଣେ ୭ ବର୍ଷର ନିରୀହ ଝିଅକୁ ବୁଲା କୁକୁରମାନେ ଗଡ଼ାଇ ତଡ଼ାଇ କାମୁଡ଼ି ପକାଇଛନ୍ତି। କୁକୁର କାମୁଡ଼ିବା ଯୋଗୁ ପିଲାଟି ଶରୀରରେ ଗଭୀର କ୍ଷତଚିହ୍ନ ରହିଛି। ତା’ ଅବସ୍ଥା ସଙ୍କଟାପନ୍ନ ଥିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
ମଥୁରାର ଗୋଟିଏ ଆବାସିକ ଅଞ୍ଚଳରେ ୭ ବର୍ଷୀୟ ସୃଷ୍ଟି ଏକାକୀ ଯାଉଥିଲେ। ସେ ରାସ୍ତାରେ ଯାଉଥିବା ବେଳେ ହଠାତ ୩ଟି ବୁଲା କୁକୁର ପଛରୁ ପିଲାଟିକୁ ଆକ୍ରମଣ କରିଥିଲେ। ପିଲାଟି ଚିତ୍କାର କରିଥିଲେ ହେଁ ୩ଟି ଯାକ କୁକୁର ତା’କୁ ତଳେ ପକାଇ କାମୁଡ଼ି ପକାଇଥିଲେ। ଦୁଇଟି କୁକୁର ପିଲାଟିର ହାତ ଓ ଗୋଡ଼କୁ କାମୁଡ଼ୁ ଥିବା ବେଳେ ଆଉ ଗୋଟିଏ ପିଲାଟିର ମୁଣ୍ଡକୁ ଆକ୍ରମଣ କରୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
7 year old Shrishti was attacked by stray dogs in Mathura, deep bites at many places.
Thank you Dog Lovers and Milords for leaving Stray Dogs back on Streets.
Streets belongs to Dogs, not our Kids. pic.twitter.com/oP0Q7pY9hk
— Ankur Singh (@iAnkurSingh) August 29, 2025
ତଳେ ପଡ଼ି ଛଟପଟ ହେଉଥିବା ବେଳେ କୁକୁରମାନେ ତା’କୁ କାମୁଡ଼ିବା ଜାରି ରଖିଥିଲେ। କିଛି ସେକେଣ୍ଡ ପରେ ପିଲାଟିର ଚିତ୍କାର ଶୁଣି ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଦୌଡ଼ି ଆସିଥିଲେ। ସେ କୁକୁର ମାନଙ୍କୁ ଘଉଡ଼ାଇବା ସହ ପିଲାଟିକୁ ରକ୍ଷା କରିଥିଲେ। ସ୍ଥାନୀୟ ଲୋକମାନେ ପିଲାଟିକୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ତା’ର ଚିକିତ୍ସା ଚାଲିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
