Advertisment

ରାଜନୀତି ମୈଦାନରେ ବି ରାଗିଗଲେ ବାଂଲାଦେଶ କ୍ୟାପ୍ଟେନ, ଫ୍ୟାନଙ୍କୁ ଚାପୁଡ଼ା ମାରିବାର ଭିଡିଓ ଭାଇରାଲ୍

ପ୍ରଥମ କରି ସାଂସଦ ଭାବେ ନିର୍ବାଚିତ ହୋଇଥିବା ବାଂଲାଦେଶ କ୍ରିକେଟ ଟିମ୍ କ୍ୟାପ୍ଟେନଙ୍କ ଏପରି ବ୍ୟବାହାରକୁ ସମାଲୋଚନା କରାଯାଉଛି।

author-image
Debibandita Barick
ଅଦ୍ୟତନ ହୋଇଛି
Shakib Al Hasan

Shakib Al Hasan

ପୁଣି ବିବାଦରେ କ୍ରିକେଟର-କମ୍-ରାଜନେତା ସାକିବ ଅଲ ହାସନ। ଶାକିବ ଜଣେ ଫ୍ୟାନଙ୍କୁ ଚାପୁଡ଼ା ମାରିବାର ଭିଡିଓ ଭାଇରାଲ୍ ହେଉଛି। ପ୍ରଥମ କରି ସାଂସଦ ଭାବେ ନିର୍ବାଚିତ ହୋଇଥିବା ବାଂଲାଦେଶ କ୍ରିକେଟ ଟିମ୍ କ୍ୟାପ୍ଟେନଙ୍କ ଏପରି ବ୍ୟବାହାରକୁ ସମାଲୋଚନା କରାଯାଉଛି।

Advertisment

ପୂର୍ବରୁ ମଧ୍ୟ ନିଜର କ୍ରୋଧକୁ ନେଇ ଅନେକ ଥରେ ବିବାଦରେ ପଡିଛନ୍ତି ସାକିବ। ଖେଳ ପଡ଼ିଆରେ ଅମ୍ପୟାର ଏବଂ ପ୍ରତିପକ୍ଷ ଖେଳାଳିଙ୍କ ସହ ଯୁକ୍ତିତର୍କ କରି ବିବାଦରେ ଥିଲେ। ଏଥିପାଇଁ ତାଙ୍କୁ ଅନେକ ଥର ଫାଇନ୍ ଦେବାକୁ ମଧ୍ୟ ପଡ଼ିଛି। ପୁଣି ଏବେ ରାଜନୀତି ମୈଦାନରେ ବି ସମାନ ହରକତ କରିଛନ୍ତି।

Advertisment

ତେବେ ଏହି ଘଟଣା କେବେ ଓ କେଉଁଠାରେ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଏହି ବିବାଦ ହୋଇଥାଇପାରେ ବୋଲି କୁହାଯାଉଛି। ସୋଶାଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓରେ ଦାବି କରାଯାଉଛି ଯେ, ଜାନୁଆରୀ ୭ରେ ବାଂଲାଦେଶ ଲୋକସଭା ନିର୍ବାଚନ ଭୋଟିଂ ବେଳେ ଏକ ବୁଥରେ ଏହି ଘଟଣା ଘଟିଥିଲା।

ଶାକିବ ଭୋଟ୍ ଦେବା ପାଇଁ ବୁଥରେ ପହଞ୍ଚିବା ମାତ୍ରେ ପ୍ରଶଂସକମାନେ ତାଙ୍କୁ ଘେରି ଯାଇଥିଲେ। ଜଣେ ପ୍ରଶଂସକ ତାଙ୍କୁ ପଛରୁ ଧରିବାକୁ ଚେଷ୍ଟା କଲାବେଳେ ସାକିବ ତାଙ୍କୁ ଶକ୍ତ ଚାପୁଡା ମାରିଥିଲେ। 

ପ୍ରକାଶ ଥାଉ କି, ସାକିବ ପ୍ରଥମ କରି ରାଜନୀତି ମୈଦାନରେ ପଦାର୍ପଣ କରିଛନ୍ତି। ବାଂଲାଦେଶର ମଗୁଆ ଆସନରୁ ସାଂସଦ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହି ଆସନରୁ ଦେଢ ଲକ୍ଷ ଭୋଟରେ ବିଜୟୀ ହୋଇଛନ୍ତି ସାକିବ। ପଞ୍ଚମ ଥର ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ହୋଇଥିବା ଶେଖ ହାସିନାଙ୍କ ଦଳରୁ ଲଢିଥିଲେ ସାକିବ। 

Bangladesh Election Shakib Slapping Fan Shakib Al Hasan Video Shakib Al Hasan