Advertisment

ଶିଖର ଧୱନଙ୍କ ସହ ରହସ୍ୟମୟ ଯୁବତୀ ଜଣଙ୍କ କିଏ, କରୁଛନ୍ତି କି ଡେଟିଂ?

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ଧୱନ ଏବେ ପୁଣି ଚର୍ଚ୍ଚାରେ। ଏଥର ସେ କୌଣସି ମ୍ୟାଚ୍‌ ପାଇଁ ନୁହେଁ, ବରଂ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି।

author-image
Hemant Lenka
Dhawan

Dhawan

ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଶିଖର ଧୱନ ନିଜର ବିସ୍ଫୋରକ ବ୍ୟାଟିଂ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ପାଇଁ ବେଶ ଜଣାଶୁଣା। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ଧୱନ ଏବେ ପୁଣି ଚର୍ଚ୍ଚାରେ। ଏଥର ସେ କୌଣସି ମ୍ୟାଚ୍‌ ପାଇଁ ନୁହେଁ, ବରଂ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି।

Advertisment

ଶିଖର ଧୱନ ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ବକ୍ସର ତଥା ମଡେଲ ଆୟେଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ। କିନ୍ତୁ ଦୀର୍ଘ ୯ ବର୍ଷ ପରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା। ମେଲବର୍ଣ୍ଣର ବକ୍ସର ଆୟେଶାଙ୍କୁ ଶିଖର ଧୱନ ୨୦୧୨ରେ ପ୍ରେମ ବିବାହ କରିଥିଲେ। ଆୟେଶା ପୂର୍ବରୁ ବିବାହ କରିଥିଲେ। ପ୍ରଥମ ସ୍ୱାମୀଙ୍କ ଠାରୁ ତାଙ୍କର ଦୁଇ କନ୍ୟା ସନ୍ତାନ ମଧ୍ୟ ଜନ୍ମ ନେଇଥିଲେ। ଧୱନ ସମସ୍ତଙ୍କୁ ଆପଣାଇ ନେଇଥିଲେ। ଧୱନ ଓ ଆୟେଶାଙ୍କର ଗୋଟିଏ ପୁତ୍ର ସନ୍ତାନ ରହିଛନ୍ତି। ତାଙ୍କ ନାଁ ଜୋରାଭର।

୨୦୧୨ରେ ଧୱନ ଓ ଆୟେଶା ବିବାହ କରିବା ପରେ ୨୦୧୪ରେ ଦମ୍ପତିଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶିଖର ଧୱନଙ୍କ ବୟସ ୩୫ ହୋଇଥିବା ବେଳେ ଆୟେଶାଙ୍କ ବୟସ ୪୬ ବର୍ଷ। ଆୟେଶା ପ୍ରଥମେ ଜଣେ ଅଷ୍ଟ୍ରେଲୀୟ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ପ୍ରଥମ ବିବାହରୁ ଆୟେଶାଙ୍କର ଦୁଇଟି ଝିଅ ଅଛନ୍ତି। ତାଙ୍କର ପ୍ରଥମ ଝିଅ ୨୦୦୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ନାଁ ଆଲିଆ। ୨୦୦୫ରେ ତାଙ୍କର ରେହା ନାଁରେ ଦ୍ୱିତୀୟ କନ୍ୟା ସନ୍ତାନ ଜନ୍ମ ଗ୍ରହଣ କରିଥିଲେ।

Advertisment

ଚର୍ଚ୍ଚାରେ ଧୱନଙ୍କ ବ୍ୟକ୍ତିଗତ ଜୀବନ

ଆୟେଶାଙ୍କ ଠାରୁ ଅଲଗା ହେବା ପରେ ଧୱନ ନିଜର ବ୍ୟକ୍ତିଗତ ଜୀବନକୁ କ୍ୟାମେରା ଠାରୁ ଦୂରେଇ ରଖୁଛନ୍ତି। କିନ୍ତୁ ଏବେ ସାମ୍ନାକୁ ଆସିଥିବା ଭିଡିଓ ପୁଣି ଧୱନଙ୍କ ବ୍ୟକ୍ତିଗତ ଜୀବନକୁ ଚର୍ଚ୍ଚାକୁ ଆଣିଛି। ଦୁବାଇରେ ଗୁରୁବାର ଠାରୁ ଭାରତ ତା’ର ଚାମ୍ପିୟନ୍ସ ଟ୍ରଫି ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ଦଳ ବାଂଲାଦେଶକୁ ୬ ୱିକେଟରେ ହରାଇ ଦେଇଛି। ମ୍ୟାଚ୍‌ ଆରମ୍ଭରୁ ଆଇସିସିର ବ୍ରାଣ୍ଡଆମ୍ବାସାଡାର ଭାବେ ଧୱନ ଟ୍ରଫିକୁ ପଡ଼ିଆ ମଧ୍ୟକୁ ନେଇଥିଲେ। ଏହାପରେ ସେ ଭାରତୀୟ ଖେଳାଳିଙ୍କ ସହ କିଛି ସମୟ ବିତାଇଥିଲେ।

ଆଇସିସି ନିମନ୍ତ୍ରଣ କରିଥିବାରୁ ଧୱନ ସ୍ୱତନ୍ତ୍ର ଷ୍ଟାଣ୍ଡରେ ମ୍ୟାଚ୍‌କୁ ଉପଭୋଗ କରିଥିଲେ। ଏତିକି ବେଳେ ତାଙ୍କ ପାଖରେ ଜଣେ ଯୁବତୀଙ୍କୁ ଦେଖିବାକୁ ମିଳିଛି। ଧୱନ ଓ ସେ ଏକାଠି ବସିବା ସହ ପରସ୍ପର ସହ ସମୟ ଅତିବାହିତ କରୁଥିବା ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ ପରେ ରହସ୍ୟମୟ ଯୁବତୀଙ୍କ ସମ୍ପର୍କରେ ଜାଣିବା ପାଇଁ ସମସ୍ତେ ଆଗ୍ରହ ଦେଖାଇଛନ୍ତି। ସେହିପରି ଧୱନ ଉକ୍ତ ଯୁବତୀଙ୍କୁ ଡେଟିଂ କରୁଥିବା ମଧ୍ୟ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

ଭିଡିଓରେ ଥିବା ଯୁବତୀ ଜଣଙ୍କ କିଏ?

ଧୱନଙ୍କ ସହ ଭିଡିଓରେ ଥିବା ଯୁବତୀଙ୍କ ପ୍ରକୃତ ପରିଚୟ ଏଯାଏ ସ୍ପଷ୍ଟ ହୋଇନି। କିନ୍ତୁ ଧୱନ ଓ ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା କୁହାଯାଇଛି। ରିପୋର୍ଟ ଅନୁସାରେ ଯୁବତୀ ଜଣଙ୍କ ହେଉଛନ୍ତି ଆୟର୍ଲ୍ୟାଣ୍ଡର ଓ ତାଙ୍କ ନାଁ ସୋଫି ଶିନେ। ସେ ପ୍ରଡକ୍ଟ କନସଲଟାଣ୍ଟ ଭାବେ କାର୍ଯ୍ୟ କରନ୍ତି। ଧୱନ ଓ ଶୋଫିଙ୍କ ପକ୍ଷରୁ ଭାଇରାଲ ଭିଡିଓ ଏବଂ ସୋଶାଲ ମିଡିଆ ଚର୍ଚ୍ଚାକୁ ନେଇ କୌଣସି ପ୍ରକାରର ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। କିନ୍ତୁ ଭିଡିଓ ଦେଖିଲେ ଲାଗୁଛି ଯେ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ବନ୍ଧୁତା ଠାରୁ ଟିକିଏ ଅଧିକ।

Dhawanଧୱନ ଓ ଶୋଫି

ସୋଶାଲ ମିଡିଆରେ ବଢ଼ୁଛି ଚର୍ଚ୍ଚା

ଗୋଟିଏ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଧୱନ କ୍ୟାମେରା ଦେଖି ନିଜ ମୁହଁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ସେ ଶୋଫିଙ୍କ ସହ ଗୋଟିଏ ଫ୍ରେମରେ ନଜର ଆସିବାକୁ ଚାହୁଁ ନଥିବା ଏଥରୁ ସ୍ପଷ୍ଟ ହେଉଛି। ଏହି ଭିଡିଓ ପରେ ସୋଶାଲ ମିଡିଆରେ ଦୁଇ ଜଣଙ୍କ ଭିତରେ କିଛି ଥିବା ଚର୍ଚ୍ଚା ହେଉଛି। ଗତବର୍ଷ ନଭେମ୍ବର ମାସରେ ମଧ୍ୟ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। 

ଉଭୟ ପରସ୍ପରକୁ ସୋଶାଲ ମିଡିଆରେ ଅନୁସରଣ କରୁଥିବାରୁ ଡେଟିଂ ଚର୍ଚ୍ଚା ଜୋରଦାର ହୋଇଛି। ବର୍ତ୍ତମାନ ଯାଏ ଧୱନ କିମ୍ବା ଶୋଫି ଚର୍ଚ୍ଚାକୁ ଗ୍ରହଣ କିମ୍ବା ଅଗ୍ରାହ୍ୟ କରି ନାହାନ୍ତି। କିଛି ଲୋକ ଏହାକୁ ବନ୍ଧୁତାର ନାଁ ଦେଉଥିବା ବେଳେ ଆଉ କିଛି ଧୱନ ପୁଣି ପ୍ରେମରେ ପଡ଼ିଥିବା କହୁଛନ୍ତି।

Shikhar Dhawan Champions Trophy