Advertisment

ଆଖି ଆଗରେ ମା’ ଥାଇ ବି ଚିହ୍ନି ପାରିଲାନି ଛୁଆ, କାନ୍ଦି କାନ୍ଦି ଗଡ଼ିଗଲା

ମହିଳାଜଣକ ଏକ ପାର୍ଟିରେ ଯୋଗ ଦେବା ପୂର୍ବରୁ ପାର୍ଲରରେ ମେକଅପ୍‌ ନେଇ ପ୍ରସ୍ତୁତ ହେଉଛନ୍ତି। ଉକ୍ତ ରୁମ୍‌ରେ ବସିଥିବା ତାଙ୍କ ପୁଅ କିନ୍ତୁ ତାଙ୍କୁ ଜାଣି ପାରୁନି। ଆଉ ଜୋରରେ କାନ୍ଦି ନିଜ ମା’କୁ ଖୋଜୁଛି।

author-image
Niharika Rout
Child with mother

Child with mother

ଏକ ଶିଶୁ ପାଇଁ ସବୁଠୁ ଅଧିକ ଆପଣାର ହେଉଛି ତା’ ମା’ । ଆଖି ବୁଜି ବି ନିଜ ମା’କୁ ଜାଣିପାରେ ଶିଶୁଟି। କିନ୍ତୁ ଏଠାରେ ଏକ ଶିଶୁ ଆଗରେ ତା’ ମା’ ଛିଡ଼ା ହୋଇଥିଲେ ବି ସେ ନିଜ ମା’କୁ ଚିହ୍ନି ପାରୁନି। ଆଉ ମା’ ମା’ କହି ଅହରହ କାନ୍ଦିବାରେ ଲାଗିଛି। ଶିଶୁଟିର ମା’ ନେଇଥିବା ମେକଅପ୍‌ ପାଇଁ ତାଙ୍କ ପିଲା ହିଁ ତାଙ୍କୁ ଚିହ୍ନି ପାରିଲାନି । ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଇନଷ୍ଟାଗ୍ରାମରେ visagesalon1 ନାମକ ପେଜ୍‌ରେ ମା’ ପୁଅଙ୍କ ଏହି କ୍ୟୁଟ ଭିଡିଓ ଅପଲୋଡ ହୋଇଥିବା ବେଳେ ଏହା ସୋଶାଲ ମିଡିଆରେ ଖୁବ୍‌ ଟ୍ରେଣ୍ଡ କରୁଛି।

ଏହି ଭିଡିଓରେ ଦେଖିବାକୁ ମିଳୁଛି, ମହିଳାଜଣକ ଏକ ପାର୍ଟିରେ ଯୋଗ ଦେବା ପୂର୍ବରୁ ପାର୍ଲରରେ ମେକଅପ୍‌ ନେଇ ପ୍ରସ୍ତୁତ ହେଉଛନ୍ତି। ଉକ୍ତ ରୁମ୍‌ରେ ବସିଥିବା ତାଙ୍କ ପୁଅ କିନ୍ତୁ ତାଙ୍କୁ ଜାଣି ପାରୁନି। ଆଉ ଜୋରରେ କାନ୍ଦି ନିଜ ମା’କୁ ଖୋଜୁଛି।

Advertisment

ମହିଳାଜଣକ ପୁଅ ପାଖକୁ ଦୌଡ଼ି ଆସି ନିଜକୁ ମା’ ବୋଲି କହିଥିବା ସତ୍ତ୍ୱେ ପିଲାଟି ତାହା ମାନିବାକୁ ପ୍ରସ୍ତୁତ ନୁହେଁ। ଏହାପରେ ମହିଳାଜଣକ ପାଖରେ ବସି ପୁଅକୁ କୋଳେଇ ନେବା ସତ୍ତ୍ୱେ ପିଲାଟି କିନ୍ତୁ ତାଙ୍କୁ ନିଜ ମା’ ବୋଲି ବିଶ୍ୱାସ କରିପାରୁନି।

ସୋଶାଲ ମିଡିଆରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଥିବା ବେଳେ ୟୁଜର୍ସ ବି ମଜାଦାର କମେଣ୍ଟ କରୁଛନ୍ତି। ଗୋଟିଏ ଗ୍ଲାସ୍‌ ପାଣି ମୁହଁକୁ ମାରିଲେ ପିଲାଟି ନିଜ ମା’କୁ ଜାଣିପାରିବ ବୋଲି ଜଣେ ୟୁଜର କମେଣ୍ଟ କରିଛନ୍ତି। ଅନ୍ୟଜଣେ ୟୁଜର କମେଣ୍ଟ କରି ନିଜ ଛୁଆ ଚିହ୍ନି ନ ପାରିଲେ ଏପରି ମେକଅପ୍‌ର ମୂଲ୍ୟ କ’ଣ ବୋଲି ଲେଖିଛନ୍ତି।

Viral Video