Advertisment

ମନ କିଣିନେଲେ ଜୋମାଟୋ ବୟ, ୨ ବର୍ଷର ଝିଅକୁ ସାଙ୍ଗରେ ନେଇ କରୁଛନ୍ତି ଖାଦ୍ୟ ବିତରଣ

ସୋନୁ ଜଣେ ଏକକ ଅଭିଭାବକ ହୋଇଥିବାରୁ ଝିଅକୁ ସାଙ୍ଗରେ ନେଇ ବୁଲି ବୁଲି ଖାଦ୍ୟ ବିତରଣ କରୁଛନ୍ତି।

ଅଦ୍ୟତନ ହୋଇଛି
Sonu & his daughter

Sonu & his daughter

Advertisment

ସୋଶାଲ ମିଡିଆରେ ଅନେକ ସମୟରେ ଭିନ୍ନ ଭିନ୍ନ କାହାଣୀ ଦେଖିବାକୁ ମିଳେ। ଏସବୁ କାହାଣୀ କେତେବେଳେ ପ୍ରରଣା ଦିଏ ତ ଆଉ କେତେବେଳେ ଦିଏ ଦୁଃଖ। ଏସବୁ ମଧ୍ୟରେ ଏକ ଦୁଃଖ ଓ ପ୍ରେରଣାଦାୟକ କାହାଣୀ ସାମ୍ନାକୁ ଆସିଛି। 

Advertisment

ଦିଲ୍ଲୀର ଜଣେ ଜୋମାଟୋ ଡେଲିଭର ବୟ ସୋନୁ ତାଙ୍କର ୨ ବର୍ଷର ଝିଅକୁ ନେଇ ବୁଲି ବୁଲି ଖାଦ୍ୟ ବିତରଣ କରୁଥିବା ଦେଖିବାକୁ ମିଳିଛି। ଦିଲ୍ଲୀ ଖାନ୍ ମାର୍କେଟରେ ଥିବା ଷ୍ଟାରବକ୍ସର ଷ୍ଟୋର ମ୍ୟାନେଜର ଲିଙ୍କଡଇନରେ ଏହି ଦୃଶ୍ୟ ଶେଆର କରି ଚିନ୍ତା ପ୍ରକଟ କରିବା ସହ ଉକ୍ତ ବ୍ୟକ୍ତିଙ୍କୁ ସାଧୁବାଦ ଜଣାଇଛନ୍ତି।

ବାସ୍ତବରେ ସୋନୁ ଜଣେ ଏକକ ଅଭିଭାବକ। ସେ ଏକା ହିଁ ଝିଅର ଯତ୍ନ ନିଅନ୍ତି। କିନ୍ତୁ କାମ ସମୟରେ ଥାଏ ଚିନ୍ତା, ଏଥିପାଇଁ ସେ ଝିଅକୁ ଆଉ କାହା ପାଖରେ ନ ଛାଡ଼ି ୨ ବର୍ଷର ଝିଅକୁ ସାଙ୍ଗରେ ନେଇ ଖାଦ୍ୟ ବିତରଣ କରିବାକୁ ଯାଆନ୍ତି। 

Advertisment

ଷ୍ଟାରବକ୍ସର ଷ୍ଟୋର ମ୍ୟାନେଜର ଦେବେନ୍ଦ୍ର ମେହର ସୋନୁଙ୍କ ତ୍ୟାଗର ଏ ଦୃଶ୍ୟକୁ ଲିଙ୍କଡଇନରେ ଶେଆର କରି କହିଛନ୍ତି, "ଖାନ ନଗରରେ ଥିବା ଆମ ଷ୍ଟୋରକୁ ଖାଇବା ଅର୍ଡର ଦେବାକୁ ଜଣେ ଡେଲିଭର ବଏ ଆସିଥିଲେ, ଯିଏ ମୋ ହୃଦୟକୁ ଛୁଇଁ ଯାଇଛନ୍ତି। ପାରିବାରିକ ଚ୍ୟାଲେଞ୍ଜ ସତ୍ତ୍ୱେ ସେ ନିଜର ୨ ବର୍ଷର ଝିଅର ଯତ୍ନ ନେବା ସହ କଠିନ ପରିଶ୍ରମ ଜାରି ରଖିଛନ୍ତି। ତାଙ୍କର ଉତ୍ସର୍ଗୀକୃତ ସେବା ଏବଂ ପିଲା ପ୍ରତି ଯତ୍ନ ବାସ୍ତବରେ ପ୍ରେରଣାଦାୟକ।"

ଜୋମାଟୋ ମଧ୍ୟ ଏହି ପୋଷ୍ଟରେ ପ୍ରତିକ୍ରିୟା ରଖି କହିଛି, "ସୋନୁଙ୍କ ବିଷୟରେ ଏହି ସ୍ପର୍ଶକାତର କାହାଣୀ ଶେଆର କରିଥିବାରୁ ଆପଣଙ୍କୁ ଖୁବ୍ ଧନ୍ୟବାଦ। ତାଙ୍କର ଉତ୍ସର୍ଗୀକୃତ ସେବା ଆମକୁ ଗଭୀର ଭାବରେ ପ୍ରଭାବିତ କରିଛି। ସୋନୁ ପ୍ରତି ଆପଣଙ୍କ ହୃଦୟର ବାର୍ତ୍ତା ପାଇଁ ଆମେ କୃତଜ୍ଞତା ଜଣାଉଛୁ। କାର୍ଯ୍ୟ ପ୍ରତି ସୋନୁଙ୍କର ପ୍ରତିବଦ୍ଧତା ଆମ ଟିମର ସ୍ପିରିଟକୁ ବଢାଇ ଦେଇଛି। ଆପଣଙ୍କର ଦୟାପୂର୍ଣ୍ଣ ବାର୍ତ୍ତା ଆମ ପାଇଁ ବହୁତ କିଛି।" 

Zomato Viral Post Zomato Boy Starbuck
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe