Advertisment

ଗୁରୁମା କହିଲେ ତୁମେ ପାଠ ପଢାକୁ ନେଇ ସିରିୟସ୍ ନାହଁ, ଏପରି ଜବାବ ଦେଲେ ଛାତ୍ରୀ

ଛାତ୍ରୀ ଜଣକ ଗୁରୁମାଙ୍କୁ ଦେଇଥିବା ଜବାବ ଭାଇରାଲ୍ ହେଉଛି।

ଅଦ୍ୟତନ ହୋଇଛି
Student

Student

Advertisment

ସାଧାରଣତଃ ପିଲାମାନେ ପାଠ ପଢିବା ସମୟରେ ଅନ୍ୟ ମନସ୍କ ହୁଅନ୍ତି, ପଢାରେ ଧ୍ୟାନ ଦିଅନ୍ତି ନାହିଁ। ଏହାକୁ ନେଇ ଅନେକ ସମୟରେ ଗୁରୁଜୀ ଗୁରୁମାମାନେ ତାଗିଦ କରିବା ସହ ସେମାନଙ୍କୁ ପଢା ପ୍ରତି ଧ୍ୟାନ ଦେବାକୁ କୁହନ୍ତି। ଠିକ୍ ଏପରି ଜଣେ ଛାତ୍ରୀଙ୍କୁ ଗୁରୁମା ଆକଟ କରିବା ସମୟରେ ସେ ଯାହା ଉତ୍ତର ଦେଇଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

Advertisment

ଏହି ସମୟର ଭିଡିଓ ସୋଶାଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଭିଡିଓ ଅନୁସାରେ, ବେଞ୍ଚ ଉପରେ ଶୋଇଥିବା ଜଣେ ଛାତ୍ରୀଙ୍କୁ ଗୁରୁମା କହୁଛନ୍ତି, 'ତୁମେ ପାଠ ପଢାକୁ ନେଇ ଆଦୌ ସିରିଅସ୍ ନାହଁ...'

ଏହାକୁ ନେଇ ଛାତ୍ରୀ ଜଣକ କହୁଛନ୍ତି, "ମାନବ ଜୀବନ 370 କୋଟି ବର୍ଷ ପୂର୍ବେ ଉତ୍ପନ୍ନ ହୋଇଥିଲା। ଯେଉଁ ବ୍ରହ୍ମାଣ୍ଡକୁ ନେଇ ଆମେ ଏତେ ଖୁସି ହେଉଛନ୍ତି, ସେମିତି ଆହୁରି କେତେ ବ୍ରହ୍ମାଣ୍ଡ ଅଛି ସେକଥା ଆମେ ଜାଣନ୍ତିନି। ଏହି ଗୋଟିଏ ବ୍ରହ୍ମାଣ୍ଡରେ କେତେ ଗ୍ୟାଲେକ୍ସି(ନକ୍ଷତ୍ରପୁଞ୍ଜ) ଅଛି ତାହା ଆମକୁ ଜଣା ନାହିଁ ଏବଂ ଗୋଟିଏ ଗାଲାକ୍ସିରେ କେତେ ତାରା ଅଛନ୍ତି ତାହା ମଧ୍ୟ ଜଣା ନାହିଁ।

Advertisment

ସୂର୍ଯ୍ୟଙ୍କ ଚାରିପଟେ ଘୂରି ବୁଲୁଥିବା ନଅଟି ଗ୍ରହ ମଧ୍ୟରୁ ପୃଥିବୀ ଗୋଟିଏ ଏବଂ ପୃଥିବୀରେ ଥିବା 200 ଦେଶ ମଧ୍ୟରୁ ଭାରତ ଗୋଟିଏ। 10 ଲକ୍ଷ ପ୍ରଜାତି ମଧ୍ୟରୁ ଗୋଟିଏ ହେଉଛି ମାନବ ଜାତି ଏବଂ ମୁଁ 140 କୋଟି ଲୋକଙ୍କ ମଧ୍ୟରେ ଜଣେ। ତେଣୁ ମୁଁ ନିଜକୁ କେତେ ଗମ୍ଭୀର ଭାବରେ ଗ୍ରହଣ କରିବି, ଅର୍ଥାତ୍ ମୋର ଅସ୍ତିତ୍ୱରେ ଏମିତି କଣ ହୋଇଯିବ।"

ଏକ ନିଶ୍ୱାସରେ ଛାତ୍ରୀ ଜଣକ ଦେଇଥିବା ଏହି ଉତ୍ତର ସୋଶାଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ପାଞ୍ଚ ଦିନ ମଧ୍ୟରେ ଏହି ଭିଡିଓକୁ ପ୍ରାୟ 14 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। 

Viral Video Student Funny Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe