Advertisment

ଭୟଙ୍କର ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ସ୍କୁଟରକୁ ଧକ୍କା ଦେଲା SUV, ୨ ମୃତ

ଦୁର୍ଘଟଣା ସମୟର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

Car

Car

Advertisment

ବେପରୁଆ ଗାଡ଼ି ଚାଳନା ଆଉ ଦୁଇ ନିରୀହ ଜୀବନ ନେଇଯାଇଛି। ମଦ ପିଇ ଏକ SUV ଡ୍ରାଇଭର ଡିଭାଇଡରରେ ବାଡ଼େଇ ହେବା ପରେ ଏକ ସ୍କୁଟରକୁ ଧକ୍କା ଦେଇଛନ୍ତି। ଫଳରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। SUV ଡ୍ରାଇଭରଙ୍କୁ ଗିରଫ କରିଛି ପୁଲିସ।

Advertisment

ସୂଚନା ଅନୁସାରେ, ଗୁଜରାଟର ଅହମଦାବାଦରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଭିଡିଓ ଅନୁସାରେ, ରାସ୍ତାର ଦୁଇ ପାଖରେ ଗାଡ଼ି ମୋଟର ଯା'ଆସ କରୁଥିବା ବେଳେ ଏକ SUV କାର୍ ଆସିଥିଲା। କିନ୍ତୁ କାରଟି ହଠାତ୍ ଭାରସାମ୍ୟ ହରାଇ ଡିଭାଇଡରରେ ବାଡେଇ ହୋଇ ଅପରପକ୍ଷ ରାସ୍ତାକୁ ଚାଲି ଯାଇଥିଲା।

ବିପରୀତ ରାସ୍ତାରେ ଯାଉଥିବା ଏକ ସ୍କୁଟରକୁ ଧକ୍କା ଦେଇଥିଲା SUV। ଏଥିରେ ଘଟଣାସ୍ଥଳରେ ହିଁ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଉଛନ୍ତି ଅମିତ ରାଠୋର (୨୬) ଏବଂ ବିଶାଲ ରାଠୋର (୨୭)।

Advertisment

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ SUV ଡ୍ରାଇଭରଙ୍କୁ ଅଟକ ରଖି ପୁଲିସରେ ଜିମା ଦେଇଥିଲେ। ପୁଲିସ ତାଙ୍କୁ ଗିରଫ କରିଛି। ଡ୍ରାଇଭର ଗୋପାଳ ପଟେଲ ମଦପିଇ ଗାଡ଼ି ଚଲାଉଥିବା ପୁଲିସ କହିଛି। ପୁଲିସ ତାଙ୍କ ବିରୁଦ୍ଧରେ ଏକାଧିକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

Accident Video Gujrat Accident News Accident Viral Video SUV Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe