Plane
ବିମାନ କ୍ରାଶ ବେଳର ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି। ଆଜି ନେପାଳର ତ୍ରିଭୁବନ ଏୟାରପୋର୍ଟରେ ଗୋଟିଏ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ଏତେ ଭୟଙ୍କର ଥିଲା ଯେ ବିମାନଟି ସଂପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି।
ଏଥିରେ ଥିବା ୧୯ ଜଣଙ୍କ ମଧ୍ୟରୁ ୧୮ ଜଣ ପ୍ରାଣ ହରାଇଛନ୍ତି। ବିମାନର ପାଇଲଟ ବର୍ତ୍ତି ଯାଇଛନ୍ତି। କିନ୍ତୁ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ତାଙ୍କ ଆଖରେ ଜୋରରେ ଆଘାତ ଲାଗିଛି।
ଏସବୁ ଭିତରେ ସୌର ଏୟାରଲାଇନ୍ସ ପ୍ଲେନ ୯ଏନ-ଏଏମଇ(ସିଆରଜେ୨୦୦) ଦୁର୍ଘଟଣା ଗ୍ରସ୍ତ ହେବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ରନୱେରେ ବିମାନଟି ଉଡ଼ାଣ ଭରିବା ମାତ୍ରେ ପାଇଲଟ ଏହା ଉପରୁ ନିୟନ୍ତ୍ରଣ ହରାଇଥିଲେ। ଏହା ରନୱେରେ ସ୍ଲିପ କରାଯାଇଥିଲା ଓ ଶେଷରେ ମାଟିରେ ମାଡ଼ ହୋଇ ପଡ଼ିଥିଲା। ଫଳରେ ଏଥିରେ ନିଆଁ ଲାଗି ଯାଇଥିଲା।
ଭିଡିଓରେ ଦେଖିବାକୁ ମିଳୁଛି ଯେ ସ୍ଥଳ ଭାଗରୁ ବିମାନଟି ମାତ୍ର କିଛି ଉପରେ ରହିଥିଲା। ଏହି ସମୟରେ ପାଇଲଟ ନିୟନ୍ତ୍ରଣ ହରାଇ ଦିଗ ବାଉଳା ହୋଇଯାଇଥିଲା। ଫଳରେ ବିମାନଟି ତା’ର ସାମ୍ନା ପଟ ସହ ଭୂମିରେ ପିଟି ହୋଇଥିଲା। ଏଥିଯୋଗୁ ବିମାନଟି ନିଆଁରେ ଜଳି ପାଉଁଶ ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସୌର ଏୟାରଲାଇନ୍ସର ଏହି ବିମାନଟି ୨ ଜଣ କ୍ରୁ ଓ ୧୭ ଜଣ ଟେକ୍ନିସିଆନଙ୍କୁ ଧରି ପୋଖରା ଅଭିମୁଖେ ଯାଉଥିଲା। ସେଠାରେ କୌଣସି ମରାମତି କାମରେ ଏମାନେ ଯୋଗ ଦେଇଥାଆନ୍ତେ। କିନ୍ତୁ କେଉଁ କାରଣରୁ ବିମାନଟି ରନ ୱେରେ ସ୍ଲିପ କରିଗଲା, ସେକଥା ଜଣାପଡ଼ିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Plane__1721816360.jpg)