/odisha-reporter/media/post_attachments/uploadimage/library/16_9/16_9_0/Train_1730111861.jpg)
Train
ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଭିଡିଓ। ଟ୍ରେନ ଧାରଣା ନିକଟରେ ରିଲ୍ସ କରିବା ଜଣେ କିଶୋରଙ୍କୁ ମହଙ୍ଗା ପଡ଼ିଛି। ସେ ସାଙ୍ଗମାନଙ୍କ ସହ ରିଲ୍ସ କରୁଥିବା ବେଳେ ତାଙ୍କୁ ପଛ ପଟୁ ପିଟିଛି ଗୋଟିଏ ଦ୍ରୁତଗାମୀ ଟ୍ରେନ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ସାମ୍ନାକୁ ଆସିଥିବା ଭିଡିଓଟି ବାଂଲାଦେଶର ରଙ୍ଗପୁର ସ୍ଥିତ ଶିନଗିମାରି ରେଳ ବ୍ରିଜ ନିକଟର ବୋଲି କୁହାଯାଉଛି। ହେଲେ ଘଟଣାଟି କେବେର ତା’ର ତାରିଖ ନାହିଁ। ଭିଡିଓରେ ଦେଖିବାକୁ ମିଳୁଛି ଯେ ଦ୍ରୁତଗାମୀ ଟ୍ରେନ ସାମ୍ନାରେ କିଛି ପିଲା ଟିକଟକ ଭିଡିଓ କରିବାକୁ ଚେଷ୍ଟା କରୁଛନ୍ତି।
ସେମାନେ ପ୍ରଥମ ରେଳ ଧାରଣାରେ ଛିଡ଼ା ହୋଇଥିବା ବେଳେ ଟ୍ରେନ ଆସିଥିଲା। ସମସ୍ତା ବେଶ ହସଖୁସିରେ ଧାରଣାରୁ ଚାଲି ଆସିଥିଲେ। ହେଲେ ସେମାନେ ଧାରଣାର ଅତି ନିକଟରେ ଛିଡ଼ା ହୋଇ ଭିଡିଓ ଶୁଟିଂ କରିବାରେ ଲାଗିଥିଲେ।
ଏତିକି ବେଳେ ରେଳ ଧାରଣାର ଅତି ନିକଟରେ ଛିଡ଼ା ହୋଇ ଭିଡିଓକୁ ଚାହିଁଥିବା ଗୋଟିଏ ପିଲାକୁ ଦ୍ରୁତଗାମୀ ଟ୍ରେନଟି ପଛ ପଟୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ପିଟି ଦେଇଥିଲା। ତେବେ ଘଟଣାକୁ ନେଇ ପ୍ରକାଶ ପାଇଥିବା ଭିଡିଓରେ କୁହାଯାଇଛି ଯେ ଟ୍ରେନ ପିଟିଥିଲେ ହେଁ ପିଲାଟିର ଜୀବନ ଯାଇ ନାହିଁ। ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।
While Making Tiktok Videos A Train Hits the guy in Bangladesh
https://t.co/06kZEovLGn— Ghar Ke Kalesh (@gharkekalesh) October 27, 2024
ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ପିଲାମାନଙ୍କୁ ଘଟଣା ପାଇଁ ଦାୟୀ କରିଛନ୍ତି। ନିଜର ଦାୟିତ୍ୱହୀନତା ଓ ଅସାବଧାନତା ଯୋଗୁ ଏପରି ଘଟଣା ଘଟିଥିବା ସେମାନେ କହିଛନ୍ତି।
ଏଥିସହ ବିପଦଜନକ ଭାବେ ଭିଡିଓ ତିଆରି କରୁଥିବା ଅନ୍ୟମାନେ ମଧ୍ୟ ଏଥିରି କିଛି ଶିଖନ୍ତୁ ବୋଲି ମଧ୍ୟ ସୋଶାଲ ମିଡିଆ ବ୍ୟବହାରକାରୀ ପରାମର୍ଶ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
