Terrorist
ଭାରତୀୟ ସୁରକ୍ଷା ବାହିନୀକୁ ଚକମା ଦେବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀ ସେନା ଗୁଳିରେ ନିପାତ। ଲୁଚିଥିବା ଏକ ଘରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଯବାନଙ୍କ ଗୁଳିରେ ନିପାତ ହୋଇଛି। ଏହି ସମୟର ପୂରା ଦୃଶ୍ୟ ଡ୍ରୋନ୍ କ୍ୟାମେରାରେ କଏଦ ହୋଇଛି, ଯାହା ଖୁବ୍ ଭାଇରାଲ୍ ହେଉଛି।
ସୋଶାଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ଆତଙ୍କବାଦୀ ଏକ ଘରୁ ବାହାରି ପାଚେରୀ ନିକଟରେ ଥିବା ଗଛ ଆଡ଼କୁ ଧାଇଁ ଯାଉଛି। ଅଳ୍ପ କିଛି ବାଟ ଯିବା ପରେ କେହି ଯେପରି ଦେଖିନପାରିବେ, ସେଥିପାଇଁ ତଳେ ଗଡ଼ି ଗଡ଼ି ଚେଷ୍ଟା କରୁଛି। ଏହି ସମୟରେ ସେନାର ସନ୍ଧାନୀ ଆଖି ଆତଙ୍କବାଦୀ ଉପରେ ପଡ଼ିଥିଲା।
ଯବାନମାନେ ବିଭିନ୍ନ ପକ୍ଷରୁ ଘେରି ଗୁଳିମାଡ଼ କରିଥିଲେ। ଫଳରେ ସେହିଠାରେ ହିଁ ଆତଙ୍କବାଦୀ ନିପାତ ହୋଇଛି। ଫାୟାରିଂ ସମୟରେ ଆଖପାଖରେ ଧୂଳି ଉଡୁଥିବା ଦେଖିବାକୁ ମିଳୁଛି ।
ପ୍ରକାଶ ଥାଉକି, ଶନିବାର ରାତିରେ ଜମ୍ମୁ କଶ୍ମୀରର ବାରାମୁଲ୍ଲାରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଖବର ମିଳିଥିଲା। ଫଳରେ ଜମ୍ମୁ କଶ୍ମୀର ପୁଲିସ ଏବଂ ସେନା ମିଳିତ ଭାବେ ଅପରେସନ କରିଥିଲେ। ଏହି ସମୟରେ ଲୁଚିଥିବା ଆକଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ମଧ୍ୟରୁ ମଧ୍ୟ ଫାୟାରିଂ ହୋଇଥିଲା।
ଦୀର୍ଘ ସମୟ ଏହି ଫାୟାରିଂ ପରେ ୩ ଜଣ କଟ୍ଟର ଆତଙ୍କବାଦୀ ନିପାତ ହୋଇଥିଲେ। ସେମାନଙ୍କ ନିକଟରୁ ବିପଳୁ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଥିଲା। ଏଥିରେ ମଧ୍ୟ ଦୁଇ ଜଣ ଯବାନ ଶହୀଦ ହୋଇଥିଲେ। ତେବେ କିଛି ଦିନ ହେବ ସୀମାରେ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us