Advertisment

ରିଲ୍ସ ପାଇଁ ରେଳ ଟ୍ରାକରେ ଚଳାଉଥିଲେ ଥାର୍‌: ହଠାତ୍‌ ମାଡ଼ି ଆସିଲା ଟ୍ରେନ, ଦେଖନ୍ତୁ ଭିଡିଓ

ଜଣେ ଯୁବକ ନିଜର ମହିନ୍ଦ୍ରା ଥାର ଗାଡ଼ିକୁ ରେଳ ଧାରଣା ଉପରେ ଚଳାଉଥିଲେ। କିନ୍ତୁ ଠିକଣା ସମୟରେ ଥାର ଟ୍ରାକରେ ଫସି ଯାଇଥିଲା ଓ ସେହି ସମୟରେ ଗୋଟିଏ ଟ୍ରେନ ଟ୍ରାକରେ ଆସି ଯାଇଥିଲା।

Thar

Thar

Advertisment

ଯୁବପିଢ଼ିଙ୍କୁ ଘାରିଛି ରିଲ୍ସ ନିଶା। ସୁଯୋଗ ପାଇବା ମାତ୍ରେ ସେମାନେ ବିପଦଜନକ ରିଲ୍ସ କରିବାକୁ ମଧ୍ୟ ପଛାଉ ନାହାନ୍ତି। ଏମିତି ଏକ ରିଲ୍ସ ନିଶା ଯୋଗୁ ଜଣେ ଯୁବକ ନିଜର ମହିନ୍ଦ୍ରା ଥାର ଗାଡ଼ିକୁ ରେଳ ଧାରଣା ଉପରେ ଚଳାଉଥିଲେ। କିନ୍ତୁ ଠିକଣା ସମୟରେ ଥାର ଟ୍ରାକରେ ଫସି ଯାଇଥିଲା ଓ ସେହି ସମୟରେ ଗୋଟିଏ ଟ୍ରେନ ଟ୍ରାକରେ ଆସି ଯାଇଥିଲା। ଏହି ସମୟରେ କ’ଣ ସବୁ ଘଟିଥିଲା, ତା’ର ଭିଡିଓ ସାମ୍ନାକୁ ଆସିଛି।

Advertisment

ରାଜସ୍ଥାନର ଜୟପୁରରେ ଏପରି ଏକ ଘଟଣା ଘଟିଥିବା ବେଳେ ପୁଲିସ୍‌ ଟ୍ରାକରେ ଥାର ଚଳାଇ ରିଲ୍ସ କରୁଥିବା ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ମଦ ପିଇ ନିଜର ଥାରକୁ ଚଳାଉଥିଲେ। ଏହି ସମୟରେ ସେ ରିଲ୍ସ କରିବା ନିଶାରେ ରେଳ ଟ୍ରାକ ଉପରେ ନିଜ ଥାରକୁ ଚଢ଼ାଇ ଦେଇଥିଲେ। ତେବେ ଟ୍ରାକରୁ ଗାଡ଼ି ବାହାର କରିବା ପାଇଁ ସେ ଚେଷ୍ଟା କରୁଥିବା ବେଳେ ଏହା ସେଠାରେ ଫସି ଯାଇଥିଲା।

ଏହି ସମୟରେ ସାମ୍ନା ପଟୁ ମଧ୍ୟ ଗୋଟିଏ ମାଲ ବୋଝେଇ ଟ୍ରେନ ସମାନ ଟ୍ରାକରେ ଆସୁଥିଲା। ଯୁବକ ଜଣଙ୍କ ଯେତେ ଚେଷ୍ଟ କରିଥିଲେ ହେଁ ଟ୍ରେନ ଆସିବା ପୂର୍ବରୁ ଥାରକୁ ଟ୍ରାକରୁ କାଢ଼ି ପାରି ନଥିଲେ। କିନ୍ତୁ ଟ୍ରେନର ଲୋକପାଇଲଟ ଏହାକୁ ଦେଖି ପାରିଥିଲେ। ତେଣୁ ସେ ଠିକଣା ସମୟରେ ଗାଡ଼ିର ବ୍ରେକ ଲଗାଇ ଦେଇଥିଲେ। ଫଳରେ ଘଟଣାରେ କେହି ବି ମୃତାହତ ହୋଇନାହାନ୍ତି।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଥାର ଚଳାଉଥିବା ଯୁବକ ଜଣଙ୍କ ଟ୍ରାକରୁ ଗାଡ଼ି ବାହାର କରିବା ପାଇଁ ଚେଷ୍ଟା କରୁଥିବା ବେଳେ କିଛି ଲୋକ ଓ ପୁଲିସ୍‌ କର୍ମଚାରୀ ସେଠାରେ ଉପସ୍ଥିତ ରହିଛନ୍ତି। କିଛି ଲୋକଙ୍କ ସହାୟତାରେ ସେ ବ୍ୟାକ ଗିୟର ପକାଇ ଅତ୍ୟନ୍ତ ଦ୍ରୁତଗତିରେ ଗାଡ଼ିକୁ ଟ୍ରାକରୁ ବାହାର କରିଥିଲେ।

ସେ ଟ୍ରାକରୁ ବାହାରିବା ପରେ ଗାଡ଼ି ସହ ବ୍ୟାକ ଗିୟର ପକାଇ ପ୍ରାୟ ୨୦ରୁ ୩୦ ମିଟର ପଛକୁ ଯାଇଥିଲେ। ଏହାପରେ ରାସ୍ତାରେ ପହଞ୍ଚି ଫେରାର ହୋଇ ଯାଇଥିଲେ। ଏହି ସମୟରେ ସେ ୩ ଜଣ ଲୋକଙ୍କୁ ମଧ୍ୟ ଧକ୍କା ଦେଇଥିଲେ।

ତେବେ ପୁଲିସ୍‌ ଗାଡ଼ିର ପିଛା କରି ଏହାକୁ ଧରିବା ସହ ନିଶାସକ୍ତ ଯୁବକଙ୍କୁ ଗିରଫ କରିଛି। ଗାଡ଼ିକୁ ମଧ୍ୟ ଜବତ କରାଯାଇଛି।

Viral Video Rajasthan Thar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe