Advertisment

ଲାଞ୍ଚ ନେବା ଓ ଭାଗବଣ୍ଟା କରିବାର ଭିଡିଓ ଭାଇରାଲ, ୩ ଟ୍ରାଫିକ ପୁଲିସ କର୍ମଚାରୀ ନିଲମ୍ବିତ

ନିଲମ୍ବନ କରାଯିବା ସହ ସେମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରାଯାଉଛି।

Traffic Police

Traffic Police

Advertisment

ଜଣେ ଟ୍ରାଫିକ ପୁଲସ୍ କର୍ମଚାରୀ ଲାଞ୍ଚ ଗ୍ରହଣ କଲେ। ସେହି ଲାଞ୍ଚ ଅର୍ଥକୁ ତାଙ୍କ ସହିତ ଆଉ ଦୁଇ ଟ୍ରାଫିକ ପୁଲିସ୍ କର୍ମଚାରୀ ଭାଗବଣ୍ଟା କରି ନେଲେ। ତେବେ ଲାଞ୍ଚ ନେବା ଓ ଲାଞ୍ଚ ଟଙ୍କା ଭାଗବଣ୍ଟା ବେଳର ଦୃଶ୍ୟ ଏକ ସିସିଟିଭିରେ କଏଦ ହୋଇଯାଇଥିଲା। ଆଉ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଘଟଣାଟି ଗତକାଲି ଦିଲ୍ଲୀରେ ଘଟିଛି।

Advertisment

ଗୋଟିଏ ଭିଡିଓରେ ଦେଖିବାକୁ ମିଳିଛି ଜଣେ ଟ୍ରାଫିକ ପୁଲିସ କର୍ମଚାରୀ ଜଣେ ବ୍ୟକ୍ତିଙ୍କ ସହିତ କିଛି କଥାବାର୍ତ୍ତା ହେଉଛନ୍ତି। ତା’ପରେ ଉକ୍ତ ବ୍ୟକ୍ତି ତାଙ୍କ ପକେଟରୁ ଟଙ୍କା ବାହାର କରୁଛନ୍ତି। ସେଥିରୁ କିଛି ସେ ଉକ୍ତ ଟ୍ରାଫିକ ପୁଲିସ କର୍ମଚାରୀଙ୍କୁ ଦେଇଛନ୍ତି। ଟ୍ରାଫିକ ପୁଲିସ କର୍ମଚାରୀ ଜଣଙ୍କ ସେହି ଟଙ୍କାକୁ ହାତରେ ଧରି ନଥିଲେ। ଉକ୍ତ ଟଙ୍କାକୁ ସେଠାରେ ପଡ଼ିଥିବା ଏକ ଖଟରେ ରଖି ଦେବାକୁ ସେ ଇସାରା ଦେଇଥିଲେ। ଲାଞ୍ଚ ଦେଇଥିବା ବ୍ୟକ୍ତି ଜଣଙ୍କ ସେଠାରୁ ପଳାଇବା ପରେ ଟ୍ରାଫିକ ପୁଲିସ କର୍ମଚାରୀ ଜଣଙ୍କ ଟଙ୍କାଗୁଡ଼ିକୁ ଗଣିଥିଲେ। ନିଜ ପର୍ସରେ ଥିବା କିଛି ଟଙ୍କା ବାହାର କରି ମଧ୍ୟ ସେ ଗଣିଥିଲେ।

ଦ୍ୱିତୀୟ ଭିଡିଓରେ ଦେଖିବାକୁ ମିଳିଛି ଯେ ସେହି ଟ୍ରାଫିକ ପୁଲିସ କର୍ମଚାରୀ ଜଣଙ୍କ ତାଙ୍କର ଦୁଇ ଜଣ ସହକର୍ମୀଙ୍କ ସହିତ ବସିଛନ୍ତି। ସେମାନେ ସମସ୍ତେ ବହୁତ ଖୁସି ଜଣାପଡ଼ୁଛନ୍ତି। ଖୁସିରେ ନିଜ ନିଜ ମଧ୍ୟ କଥାବାର୍ତ୍ତା ହେଉଛନ୍ତି। ସେହି ସମୟରେ ଲାଞ୍ଚ ଅର୍ଥ ଗ୍ରହଣ କରିଥିବା ଟ୍ରାଫିକ ପୁଲିସ କର୍ମଚାରୀ ଜଣଙ୍କ କିଛି ନୋଟ୍‌ ଗଣିବା ପରେ ତାଙ୍କର ସେହି ଦୁଇ ସହକର୍ମୀଙ୍କୁ ସେଥିରୁ କିଛି ଦେଇଛନ୍ତି।

Advertisment

ଘଟଣାଟି ସାମ୍ନାକୁ ଆସିବା ପରେ ଏହି ତିନି ଟ୍ରାଫିକ ପୁଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ସେମାନଙ୍କୁ ନିଲମ୍ବନ କରାଯାଇଥିବା ନେଇ ଦିଲ୍ଲୀ ଉପ-ରାଜ୍ୟପାଳ ଏକ୍ସ ଯୋଗେ ସୂଚନା ଦେଇଛନ୍ତି। ଏହା ସହିତ ସେମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିଛି ବୋଲି ଉପ-ରାଜ୍ୟପାଳ କହିଛନ୍ତି। ନିଲମ୍ବିତ ହୋଇଥିବା ଏହି ୩ ଟ୍ରାଫିକ ପୁଲିସ କର୍ମଚାରୀଙ୍କ ମଧ୍ୟରୁ ଦୁଇ ଜଣ ଏସ୍‌ଆଇ ହୋଇଥିବା ବେଳେ ଜଣେ ହେଉଛନ୍ତି ହେଡ୍ କନଷ୍ଟେବଲ।

Bribe Traffic Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe