Advertisment

ବିଚ୍ ରାସ୍ତାରୁ ମହିଳାଙ୍କୁ ଟାଣି ନେଲା ବାଘ

ବାଘ ଟାଣି ନେଇଥିବା ମହିଳା ଅବସ୍ଥା ଗୁରୁତର ଥିବାବେଳେ କାର୍‌ରୁ ଓହ୍ଲାଇଥିବା ତାଙ୍କ ମା’ଙ୍କ ମୃତ୍ୟୁ ହୋଇଛି।

Tiger attack on woman

Tiger attack on woman

Advertisment

ଚାହୁଁ ଚାହୁଁ ଆଖି ପିଛୁଳାକେ ବିଚ୍ ରାସ୍ତାରୁ ମହିଳାଙ୍କୁ ଟାଣି ନେଲା ବାଘ। ସମସ୍ତେ ପାଖରେ ଥିଲେ ମଧ୍ୟ କେହି କିଛି କରିପାରିଲେ ନାହିଁ। ଏଭଳି କିଛି ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡଆରେ ଭାଇରାଲ ହେବାରେ ଲାଗିଛି। 

Advertisment

ପ୍ରକୃତରେ ୨୦୧୬ର ହେଉଛି ଏହି ଘଟଣା। ବିଜିଂ ନିକଟସ୍ଥ ବାଦଲିଙ୍ଗ ୱାଇଲ୍ଡ ଲାଇଫ ୱର୍ଲ୍ଡ ଆନିମଲ ପାର୍କରେ ଜଣେ ମହିଳା ନିଜ କାର୍‌କୁ ବାହାରି ସ୍ୱାମୀଙ୍କ ନିକଟକୁ ଯାଉଛନ୍ତି। ଡ୍ରାଇଭର ସିଟ୍‌ରେ ବସିଥିବା ସ୍ୱାମୀ କାର୍ କବାଟ ଖୋଲିବା ମାତ୍ରେ ପଛପଟୁ ଏକ ମହାବଳ ବାଘ ଆସି ଉକ୍ତ ମହିଳାଙ୍କ ଉପରକୁ ଡେଉଁଛି। ଏହାପରେ ଦେଖୁ ଦେଖୁ ମହିଳାଙ୍କୁ ଜଙ୍ଗଲ ଭିତରକୁ ଟାଣିନେଉଛି ବାଘ। 

ଉକ୍ତ ମହିଳାଙ୍କୁ ବଞ୍ଚାଇବା ପାଇଁ  ତାଙ୍କ ସ୍ୱାମୀ ଓ ତାଙ୍କ ମା’ ଜଙ୍ଗଲକୁ ଦୌଡ଼ୁଛନ୍ତି। ଏଥିସହ ଅଭୟାରଣ୍ୟ ସୁରକ୍ଷାରେ ଥିବା କର୍ମୀଙ୍କ ଏକ ଗାଡି ମଧ୍ୟ ମହିଳାଙ୍କୁ ବଞ୍ଚାଇବାକୁ ଯାଉଥିବା ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି।

Advertisment

ନ୍ୟୁୟର୍କ ଟାଇମ୍ସର ସୂଚନା ମୁତାବକ, ବାଘ ଟାଣି ନେଇଥିବା ମହିଳା ଅବସ୍ଥା ଗୁରୁତର ଥିବାବେଳେ କାର୍‌ରୁ ଓହ୍ଲାଇଥିବା ତାଙ୍କ ମା’ଙ୍କ ମୃତ୍ୟୁ ହୋଇଛି। ଏଥିସହ ମହିଳାଙ୍କ ସ୍ୱାମୀ ବାଘ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଲୋମଟାଙ୍କୁରା ଦୃଶ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୬ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। 

ରିପୋର୍ଟ ମୁତାବକ, ବିଜିଂର ଏହି ୱାଇଲ୍ଡଲାଇଫ୍ ୱର୍ଲ୍ଡ ଆନିମଲ ପାର୍କ ବାଘମାନଙ୍କୁ ନିକଟରୁ ଦେଖିବା ପାଇଁ ପର୍ଯ୍ୟଟକଙ୍କୁ ନିଜ କାର୍‌ରେ ପାର୍କ ଭିତରେ ଡ୍ରାଇଭ କରିବାକୁ ଅନୁମତି ଦେଇଥିଲା । 

Viral Video Viral
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe