Advertisment

ସୁଉଚ୍ଚ ପାହାଡ଼ ଚଟାଣରେ ଓହଳିଛି ଦୋକାନ; ଜାଣନ୍ତୁ, କିପରି ହେଉଛି ବେପାର?

ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ସେଠାରେ କିଏ ଦୋକାନ କରିବାକୁ ସାହସ ଜୁଟାଇ ପାରିଲା ଓ ଗରାଖ କିଏ ତାକୁ ନେଇ ଚାଲିଛି ଚର୍ଚ୍ଚା ।

Shop

Shop

Advertisment

ଆଖି ପାଉ ନ ଥିବା ସୁଉଚ୍ଚ ପାହାଡ଼ । ଶିଖରକୁ ଯିବାକୁ ପର୍ବାତାରୋହୀଙ୍କ ମନରେ ବି ଛନକା ପଶିଯାଏ। କାରଣ ଯୁଆଡ଼େ ଚାହିଁବ କେବଳ ଚଟାଣ। ପାହାଡ଼ ମଝିରେ ଗୋଟିଏ ବି ଗଛ ନାହିଁ। ହେଲେ ସେଥିରେ ଓହଳିବା ସଦୃଶ ରହିଛି ଏକ ଛୋଟ କ୍ୟାବିନ । ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ସେଠାରେ କିଏ ଦୋକାନ କରିବାକୁ ସାହସ ଜୁଟାଇ ପାରିଲା ଓ ଗରାଖ କିଏ ତାକୁ ନେଇ ଚାଲିଛି ଚର୍ଚ୍ଚା । ଏପରି ଏକ ଘଟଣା ଚୀନ୍‌ର ଦେଖିବାକୁ ମିଳିଛି।

Advertisment

ଚୀନ୍‌ର ହୁନାନ ପ୍ରାପ୍ତର ପିଙ୍ଗଜିଆଙ୍ଗ କାଉଣ୍ଟିଂସ୍ଥିତ ଶିନିଉଝାଇ ନ୍ୟାସନାଲ ଜିଓଲୋଜିକାଲ ପାର୍କରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ। ସେଠାରେ ସୁଉଚ୍ଚ ପାହାଡ଼ ମଝିରେ ଏକ ଛୋଟ କ୍ୟାବିନ ଓହଳି ରହିଛି। ଉକ୍ତ କ୍ୟାବିନରେ ସ୍ନାକ୍ସ, ପାଣି, ଜଳ ଆଦି ମିଳୁଥିବା ବେଳେ ଏହାର ଗରାଖ ହେଉଛନ୍ତି ପର୍ବତାରୋହୀ।

ଅଭିଜ୍ଞ ପର୍ବତାରୋହୀମାନେ ଏହି ପାହାଡ଼ ଶିଖରକୁ ଯାତାୟତ କରୁଥିବା ବେଳେ ମଝିରେ ଥିବା ଏହି କ୍ୟାବିନ ନିକଟରେ ନିଜ ଭୋକ ଓ ଶୋଷ ମେଣ୍ଟାଇବାକୁ ଅଟକିଥାନ୍ତି।

Advertisment

ତେବେ ମନରେ ପ୍ରଶ୍ନ ଉଠେ, ଏହି ଦୋକାନର ମାଲିକ କିଏ ଓ ସେଠାକୁ କିପରି ଜିନିଷ ଆସି ପହଞ୍ଚେ। ଏହି ଦୋକାନ ମାଲିକ ବି ଅଭିଜ୍ଞ ପର୍ବତାରୋହୀ ହୋଇଥିବା ବେଳେ ସେ ବାହାରୁ ଜିନିଷ କିଣି ଏକ ସ୍ୱତନ୍ତ୍ର ରଶି ସାହାଯ୍ୟରେ ନିଜ ଦୋକାନ ଯାଏ ନେଉଥିବା ଜଣାଯାଇଛି। ତେବେ ଉକ୍ତ ଦୋକାନ ମଧ୍ୟରେ ଏକ ସମୟରେ ମାତ୍ର ଜଣେ ବ୍ୟକ୍ତି ହିଁ ରହି ପାରିବ ବୋଲି ଜଣାଯାଇଛି।

ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ୟୁଜର୍ସମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏଥିସହ କିପରି ଜଣେ ନିଜ ଜୀବନକୁ ବିପଦରେ ପକାଇ ଉକ୍ତ ଜାଗାରେ ଦୋକାନ କରିବାକୁ ସାହସ କରି ପାରୁଛି ତାହା ସେମାନଙ୍କୁ ଆଶ୍ଚର୍ଯ୍ୟ କରୁଥିବା କହିଛନ୍ତି।

China
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe