Advertisment

ଟ୍ରାଫିକ୍‌ ଜାମରୁ ବର୍ତ୍ତିବା ପାଇଁ ନଦୀ ଭିତରେ ଚାଲିଲା ଥାର୍‌, କଟିଲା ଚାଲାଣ

ଟ୍ରଫିକ୍ କଟକଣାକୁ ଫୁ' କରିଦେଲେ ପର୍ଯ୍ୟଟକ। ଟ୍ରାଫିକ୍ ଜାମ୍‌ରୁ ବର୍ତ୍ତିବା ପାଇଁ ଚନ୍ଦ୍ରା ନଦୀରେ ନିଜ ଥାର ଗାଡ଼ିକୁ ଓହ୍ଳାଇ ଦେଲେ।

ଅଦ୍ୟତନ ହୋଇଛି
Thar himachal River

Thar himachal River

Advertisment

ଆସୁଛି ନୂଆବର୍ଷ। ଆଉ ଦିନ କେଇଟା ପରେ ନୂଆବର୍ଷ ନୂଆ ସୂରୁଜ ଉଁଇବ। ନ୍ୟୁ-ଇୟର୍‌ ସେଲିବ୍ରେସନ୍‌ ପାଇଁ ଏବେ ବିଭିନ୍ନ ପର୍ଯଟନସ୍ଥଳୀ ଗୁଡିକରେ ଭିଡ ଜମିବାରେ ଲାଗିଛି। ହିମାଚଳ ପ୍ରଦେଶକୁ ଛୁଟିଛି ପର୍ଯ୍ୟଟକଙ୍କ ସୁଅ। ଫଳରେ ଗତ ଦୁଇ ଦିନ ହେଲା ଦୀର୍ଘ ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ଗାଡ଼ି ମୋଟର ଅଟକି ରହୁଛି। ଟ୍ରାଫିକ୍‌ ଜାମରେ ଫଶୁଛନ୍ତି ଶହ ଶହ ଲୋକ। ତେବେ ଏହି ଟ୍ରାଫିକ୍ ଜାମରୁ ବର୍ତ୍ତିବା ପାଇଁ ଏବେ ଜଣେ ପର୍ଯ୍ୟଟକ ନୂଆ ଫଣ୍ଡା ଆପଣାଇଛନ୍ତି। ନଦୀ ଭିତରେ ଚଳାଇଛନ୍ତି ଥାର୍‌ ଗାଡି। ଏପରିକି କରିବା ଏବେ ତାଙ୍କୁ ମହଙ୍ଗା ପଡିଛି।

Advertisment

ଟ୍ରାଫିକ୍ ଜାମ୍‌ରୁ ବର୍ତ୍ତିବା ପାଇଁ ହିମାଚଳର ଲାହୌଲ ସ୍ପିତିରେ ଥିବା ଚନ୍ଦ୍ରା ନଦୀରେ ନିଜ ଥାର ଗାଡ଼ିକୁ ଓହ୍ଳାଇଥିଲେ ପର୍ଯ୍ୟଟକ। ଟ୍ରାଫିକ କଟକଣାକୁ ଫୁ' କରି ସେ ଦେଖାଇଥିଲେ ଷ୍ଟଣ୍ଟ। ଲାହୌଲରୁ ମନାଲୀ ଆସିବା ରାସ୍ତାରେ ଗତକାଲି ଦୀର୍ଘ ସମୟ ଧରି ଟ୍ରାଫିକ ଜାମ ଲାଗିଥିବାରୁ ପର୍ଯ୍ୟଟକ ଏପରି ପନ୍ଥା ଆପଣାଇଥିଲେ। ଏହି ଦୃଶ୍ୟ ଏବେ ସମସ୍ତଙ୍କୁ ଚକିତ କରିଦେଇଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସେପଟେ ନଦୀ ଭିତରେ ଥାର ଗାଡ଼ି ଚଳାଇବା ଏବେ ପର୍ଯ୍ୟଟକଙ୍କୁ ମହଙ୍ଗା ପଡିଛି। ତାଙ୍କ ନାଁରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପୁଲିସ ମୋଟା ଅଙ୍କର ଚାଲାଣ କାଟିଛି। ସେପଟେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ଏହାକୁ ଜୋରଦାର ବିରୋଧ କରିଛନ୍ତି। ଆଉ କିଛି ଲୋକ ଯୁବକଙ୍କର ଏଭଳି ପ୍ରୟାସକୁ ପ୍ରଶଂସା ମଧ୍ୟ କରିଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗତ ୩ ଦିନରେ ୫୫ହଜାର ପର୍ଯ୍ୟଟକଙ୍କ ଯାନବାହାନ ରୋହତଙ୍ଗରେ ଅଟଲ ଟନେଲକୁ ପାର କରିଛି।

Advertisment

Viral Video Himachal Pradesh Traffic Jam Mahindra Thar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe