Advertisment

କାର ସହ ଟ୍ରାଫିକ ପୁଲିସ୍‌ଙ୍କୁ ଘୋଷାଡ଼ି ନେଲା ମଦୁଆ ଡ୍ରାଇଭର

ପୁଲିସ୍‌ ବାବୁ ଜଣଙ୍କ ଗାଡ଼ି ଚାଳକଙ୍କୁ ବୈଧ କାଗଜପତ୍ର ମାଗିଥିଲେ। ବାସ୍‌ ସେଠାରୁ ଖସି ଯିବା ପାଇଁ ଡ୍ରାଇଭର ଜଣଙ୍କ ଦ୍ରୁତଗତରେ ଗାଡ଼ି ସହ ପୁଲିସ ବାବୁଙ୍କୁ ବେଶ କିଛି ବାଟ ଘୋଷାଡ଼ି ନେଇଥିଲେ।

author-image
Hemant Lenka
Traffic

Traffic

ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଭିଡିଓ। ଜଣେ ମଦ୍ୟପ ଡ୍ରାଇଭର ବିଚ୍‌ ରାସ୍ତାରେ ଘଟାଇଛନ୍ତି ଜଘନ୍ୟ କାଣ୍ଡ। ଯାଞ୍ଚ ବେଳେ ସେ ମଦ ନିଶାରେ ଜଣେ ଟ୍ରାଫିକ ପୁଲିସ୍‌ ଅଧିକାରୀଙ୍କୁ ଗାଡ଼ି ସହ ବେଶ କିଛି ବାଟ ଘୋଷାଡ଼ି ନେଇଛନ୍ତି।

Advertisment

ପୁଲିସ୍‌ ବାବୁ ଜଣଙ୍କ ଗାଡ଼ି ଚାଳକଙ୍କୁ ବୈଧ କାଗଜପତ୍ର ମାଗିଥିଲେ। ବାସ୍‌ ସେଠାରୁ ଖସି ଯିବା ପାଇଁ ଡ୍ରାଇଭର ଜଣଙ୍କ ଦ୍ରୁତଗତରେ ଗାଡ଼ି ସହ ପୁଲିସ ବାବୁଙ୍କୁ ବେଶ କିଛି ବାଟ ଘୋଷାଡ଼ି ନେଇଥିଲେ। ହରିୟାଣାର ଫରିଦାବାଦ ଅନ୍ତର୍ଗତ ବାଲ୍ଲାଭାଗର ବସ୍‌ ଷ୍ଟାଣ୍ଡ ନିକଟରେ ଘଟିଥିବା ଏହି ଘଟଣାଟି କ୍ୟାମେରାରେ ମଧ୍ୟ କଏଦ ହୋଇଛି।

ପୁଲିସ୍‌ର ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଜଣେ ମଦ୍ୟପ କାର ଡ୍ରାଇଭର ରାସ୍ତା ମଝିରେ ଗାଡ଼ି ରଖି ନିଜ ଇଚ୍ଛାରେ ଯାତ୍ରୀ ଉଠାଉଥିଲେ। ଏଥିଯୋଗୁ ଟ୍ରାଫିକ ସମସ୍ୟା ଦେଖାଯାଇଥିଲା। ଗାଡ଼ିଟି ରାସ୍ତା ମଝିରେ ରହିଥିବାରୁ ଜଣେ ଟ୍ରାଫିକ ସବ ଇନସପେକ୍ଟର ତାଙ୍କ ପାଖକୁ ଯାଇ କାଗଜପତ୍ର ମାଗିଥିଲେ। ଏଥିସହ ଚାଲାଣ କାଟିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ। ତେବେ ଏହି ରୁଟିନ ଚେକ୍‌ ତୁରନ୍ତ ଅଲଗା ମୋଡ ନେଇଥିଲା।

Advertisment

ଇନସପେକ୍ଟର ଜଣଙ୍କ ଗାଡ଼ି ଡ୍ରାଇଭର ବସିଥିବା ଡୋର ପାଖକୁ ଯାଇ ଏହାକୁ ଖୋଲିଥିଲେ। ତେବେ ଡ୍ରାଇଭର ଜଣଙ୍କ ଏକ୍ସିଲେଟର ଦବାଇ ସେଠାରୁ ଖସିଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କ ହାତକୁ ଧରି ସବ ଇନସପେକ୍ଟର ଜଣଙ୍କ ଝୁଲି ପଡ଼ିଥିଲେ। ସେହି ଅବସ୍ଥାରେ ଡ୍ରାଇଭର ଜଣଙ୍କ ବେଶ କିଛି ବାଟ ତାଙ୍କୁ ଘୋଷାଡ଼ି ନେଇଥିଲେ।

ଏହାପରା ଗାଡ଼ିଟି ଅଟକି ଯାଇଥିଲା। ସାଧାରଣ ଓ ଅନ୍ୟ ପୁଲିସ୍‌ କର୍ମଚାରୀମାନେ ଏକାଠି ହୋଇ ମଦପ୍ୟ ଡ୍ରାଇଭରଙ୍କୁ କାବୁ କରିବା ସହ ଝୁଲନ୍ତା ଅବସ୍ଥାରେ ଥିବା ସବ ଇନସପେକ୍ଟରଙ୍କୁ ଗାଡ଼ିରୁ ବାହାର କରିଥିଲେ।

ପୁଲିସ୍‌ ଘଟଣା ପରେ ମଦପ୍ୟ ଡ୍ରାଇଭରଙ୍କୁ ଗିରଫ କରିଛି ଓ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛି।

Viral Video Haryana News Viral