ବେଳେବେଳେ ଭଲ ନିଦ ଆପଣଙ୍କ ଜୀବନର ସବୁ ସମସ୍ୟାକୁ ଦୂର କରିଦିଏ। ଏହି ପରାମର୍ଶକୁ ଜଣେ ବ୍ୟକ୍ତି ନୂଆ ସ୍ତରକୁ ନେଇ ଯାଇଛନ୍ତି। ବ୍ୟକ୍ତି ଜଣଙ୍କ ଗୋଟିଏ ରେଳ ଧାରଣାର ମଝିରେ ଛତା ଧରି ଅଚିନ୍ତା ନିଦରେ ଶୋଇ ପଡ଼ିଛନ୍ତି। ଏହି ସମୟରେ ଗୋଟିଏ ଟ୍ରେନ ମଧ୍ୟ ସେହି ଟ୍ରାକରେ ଆସିଥିଲା। ହେଲେ ଛତା ଧରି ରେଳ ଧାରଣା ମଝିରେ ବ୍ୟକ୍ତିଙ୍କ ନିଦ ଦେଖି ବେଶ କିଛି ଦୂରରୁ ଏହା ଅଟକି ଯାଇଥିଲା।
ବ୍ୟକ୍ତି ଜଣଙ୍କ ରେଳ ଧାରଣାରେ ଶୋଇଥିବାରୁ ଲୋକୋପାଇଲଟ ହର୍ଣ୍ଣ ମାରିଥିଲେ। ହେଲେ ସେ ଏତେ ନିଘୋଡ଼ ନିଦରେ ଶୋଇଥିଷ ଯେ ତାଙ୍କୁ ଟ୍ରେନ ଆସୁଥିବା କଥା ମଧ୍ୟ ଜଣା ପଡ଼ି ନଥିଲା।
ଶେଷରେ ଲୋକୋ ପାଇଲଟ ଟ୍ରେନରୁ ଓହ୍ଲାଇ ଚାଲି ଚାଲି ବ୍ୟକ୍ତିଙ୍କ ପାଖରେ ପହଞ୍ଚିଥିଲେ। ସେ ତାଙ୍କୁ ନିଦରୁ ଉଠାଇଥିଲେ। ବ୍ୟକ୍ତି ଜଣଙ୍କ ମଧ୍ୟ ଉଠିବା ପରେ ରେଳ ଧାରଣାରୁ ହଟି ଯାଇଥିଲେ। ଏହାପରେ ଟ୍ରେନଟି ଆଗକୁ ଯାଇଥିଲା।
A person was sleeping on the railway track with an umbrella. Seeing this, the loco pilot stopped the train, Then he woke him up and removed him from the track. Then the train moved forward in Prayagraj UP
— Ghar Ke Kalesh (@gharkekalesh) August 25, 2024
pic.twitter.com/OKzOpHJeih
ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଯେ ରେଳ ଧାରଣାରେ ଶୋଇଥିଲେ ସେକଥା ତାଙ୍କ ହାବଭାବରୁ ଆଦୌ ଜଣାପଡ଼ୁ ନାହିଁ। ସେ କେବଳ ରେଳ ଧାରଣାକୁ ଉପଯୁକ୍ତ ଶୋଇବା ସ୍ଥାନ ଭାବି ଛତା ଧରି ଶୋଇ ପଡ଼ିଥିଲେ। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।