Advertisment

ମହିଳାଙ୍କୁ ଧକ୍କା ଦେବା ପରେ ପଛକୁ ଗଡ଼ିଲା ଟ୍ରେନ, ଆଉ ତା’ପରେ

ଥାନେ ଯିବା ପାଇଁ ମହିଳା ଜଣଙ୍କ ଦିନ ୧୦ଟା ବେଳେ ବେଲାପୁର ଷ୍ଟେସନରେ ଅପେକ୍ଷା କରିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Train

Train

ଜଣେ ୫୦ ବର୍ଷୀୟ ମହିଳାଙ୍କୁ ଗୋଟିଏ ଟ୍ରେନ୍‌ ଧକ୍କା ଦେବା ପରେ ପଛକୁ ଗଡ଼ିଛି। ଧକ୍କା ଯୋଗୁ ମହିଳା ଜଣଙ୍କ ନିଜର ଗୋଡ଼ ହରାଇଛନ୍ତି। କିନ୍ତୁ ଟ୍ରେନ ଡ୍ରାଇଭର ଗାଡ଼ିକୁ ପଛକୁ ଗଡ଼ାଇବାରୁ ମହିଳା ଜଣଙ୍କ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ନଭି ମୁମ୍ବାଇରେ ଏପରି ଘଟଣା ଘଟିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଥାନେ ଯିବା ପାଇଁ ମହିଳା ଜଣଙ୍କ ଦିନ ୧୦ଟା ବେଳେ ବେଲାପୁର ଷ୍ଟେସନରେ ଅପେକ୍ଷା କରିଥିଲେ। ତେବେ ସେ ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା।

ସେ ସିଧା ଟ୍ରାକରେ ପଡ଼ିଥିଲେ। ତାଙ୍କୁ ପ୍ଲାଟଫର୍ମ ନମ୍ବର ୩ରେ ଆସୁଥିବା ପାନଭେଲ-ଥାନେ ଲୋକାଲ ଟ୍ରେନ ଧକ୍କା ଦେଇଥିଲା। ସେ ଟ୍ରାକ୍‌ ମଝିରେ ପଡ଼ିଥିବା ବେଳେ ଟ୍ରେନଟି ତାଙ୍କୁ ଅତିକ୍ରମ କରି ଯାଇଥିଲା। ହେଲେ ଲୋକମାନେ ଏହା ଦେଖି ଚିତ୍କାର କରିଥିଲେ।

Advertisment

ଡ୍ରାଇଭର ଜଣଙ୍କ ଏହା ଜାଣି ପାରି ଗାଡ଼ିକୁ ଆଗକୁ ନ ନେଇ ପଛକୁ ଗଡ଼ାଇ ଥିଲେ। ଫଳରେ ଟ୍ରେନ ତଳୁ ରକ୍ତାକ୍ତ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା ସେ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଥିଲେ।

ତେବେ ଟ୍ରେନ ଛକା ତାଙ୍କ ଗୋଡ଼ରେ ମାଡ଼ି ଯାଇଥିବାରୁ ଏହା ଦୁଇ ଖଣ୍ଡ ହୋଇଯାଇଥିଲା। ତାଙ୍କୁ ତୁରନ୍ତ ଆରପିଏଫମାନେ ଉଦ୍ଧାର କରି ନିକଟସ୍ଥ ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଫଳରେ ତାଙ୍କ ଜୀବନ ବର୍ତ୍ତି ଯାଇଛି।

ଲୋକମାନେ ମୋବାଇଲରେ ଘଟଣା ବେଳର ଦୃଶ୍ୟ ଶୁଟିଂ କରିଛନ୍ତି। ଟ୍ରେନଟି ପଛକୁ ଗଡ଼ିବା ପରେ ରେଳ ଧାରଣ ମଝିରେ ମହିଳା ଜଣଙ୍କ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିବା ଦେଖିବା ମିଳୁଛି।

Mumbai Train Accident