Advertisment

'ମୁଁ ତାଙ୍କ ବିନା ବଞ୍ଚିପାରିନି, ଦେଇଦେବି କିଡନୀ'

ସାଉଥ ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ହୋଇଛନ୍ତି ଜଣେ ଟ୍ରକ୍‌ ଡ୍ରାଇଭର।

Sanchita Basu

Sanchita Basu

Advertisment

'ମୁଁ ତାଙ୍କୁ ବହୁତ ଭଲପାଏ। ତାଙ୍କୁ ଦିନେ ନ ଦେଖିଲେ ମୋ ଦିନଟି ଭଲରେ କଟେନି। ମୁଁ ତାଙ୍କ ବିନା ବଞ୍ଚିପାରିବିନି। ମୋର ଦୁଇଟି ଯାକ କିଡନୀ ମୁଁ ଦାନ କରିଦେବି।' ଏଭଳି କିଛି କହିଛନ୍ତି ସାଉଥ ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ହୋଇଥିବା ଜଣେ ଟ୍ରକ୍‌ ଡ୍ରାଇଭର। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ରାକେଶ ସିଂହ। ସେ ପେଶାରେ ଜଣେ ଟ୍ରକ୍ ଡ୍ରାଇଭର। ବିହାରର ଭାଗଲପୁରରେ ସେ ରୁହନ୍ତି। ହେଲେ ସେ ଏବେ ସାଉଥ ଅଭିନେତ୍ରୀ ସଞ୍ଚିତା ବାସୁଙ୍କ ପ୍ରେମରେ ପଡିଛନ୍ତି। ଏପରିକି ସେ ସଞ୍ଚିତାଙ୍କ ପାଇଁ ଜୀବନ ମଧ୍ୟ ହାରିବାକୁ ପ୍ରସ୍ତୁତ ଅଛନ୍ତି। ଏବେ ତାଙ୍କ ବିନା ରହିପାରିବେନି ବୋଲି କହି ନିଜର କିଡନୀ ଡୋନେଟ୍‌ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ଟ୍ରକ୍ ଡ୍ରାଇଭର । ସଞ୍ଚିତାଙ୍କ ବିନା ସେ ବଞ୍ଚି କିଛି ଲାଭ ନାହିଁ ବୋଲି କହି ଏକ  ଭିଡିଓକୁ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ରାକେଶ।

ରାକେଶଙ୍କ କହିବା ମୁତବାକ, ସେ ଟ୍ରକ୍‌ ଚଳାନ୍ତି। ଦନେ ହୋଟେଲରେ ଖାଇବା ବେଳେ ସେ ସଞ୍ଚିତାଙ୍କ ଏକ ରିଲ୍‌ ଭିଡିଓ ଦେଖିଥିଲେ। ଏହାପରେ ୨୦୨୦ରେ ସେ ତାଙ୍କ ପ୍ରେମରେ ପଡିଯାଇଥିଲେ। ଏହାପରେ ସେ ଆଉ କାମକୁ ଯାଇ ପାରିନଥିଲେ। ଛାଡି ଦେଇଥିଲେ ଟ୍ରକ୍ ଚଳାଇବା। କାରଣ ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ହୋଇ ସେ ଆଉ ଗାଡି ଚଳାଇ ପାରିନଥିଲେ। ସଞ୍ଚିତାଙ୍କ ରିଲ୍‌ ଭିଡିଓ ଦେଖିବା ବେଳେ କେବଳ ଦୁର୍ଘଟଣା ଘଟୁଥିଲା। ତାଙ୍କ ମୁଣ୍ଡ ସ୍ଥିର ରହୁନଥିଲା। ତେଣୁ ସେ ନିଜ ଚାକିରି ଛାଡି ଦେଇଥିଲେ।

Advertisment
Sanchita Basu and Truck driverଅଭିନେତ୍ରୀ ସଞ୍ଚିତା ବାସୁ ଓ ତାଙ୍କୁ ଭଲ ପାଉଥିବା ଟ୍ରକ୍‌ ଡ୍ରାଇଭର ରାକେଶ ସିଂହ

କେବଳ ସେତିକି ନୁହେଁ ଅଭିନେତ୍ରୀ ସଞ୍ଚିତା ବାସୁଙ୍କୁ ରାକେଶ ବିବାହ କରିବାକୁ ଚାହୁଁଛନ୍ତି। ତେଣୁ ଏଥିପାଇଁ ତିନି ଥର ତାଙ୍କ ଘରକୁ ମଧ୍ୟ ଯାଇଛନ୍ତି। କିନ୍ତୁ ତାଙ୍କୁ ଭେଟି ପାରି ନାହାନ୍ତି। ସଞ୍ଚିତା ଯଦି ତାଙ୍କୁ ବିବାହ କରିବାକୁ ମନା କରନ୍ତି, ତେବେ ସେ ଜୀବନ ହାରିଦେବେ ବୋଲି କହିଛନ୍ତି। ମୁଁ ଜାଣିଛି ସଞ୍ଚିତା ମୋତେ ଭଲ ପାଉ ନାହାନ୍ତି। ତେଣୁ ସରକାରଙ୍କୁ ମୋର ଦୁଇଟି କିଡନୀ ଡୋନେଟ୍‌ କରିବାକୁ ଚାହୁଁଛି ବୋଲି କହିଛନ୍ତି ଡ୍ରାଇଭର ରାକେଶ ସିଂହ। ଖାଲି ସେତିକି ନୁହେଁ ନିଜ ହାତରେ ସେ ସଞ୍ଚିତାଙ୍କ ନାଁର ଏକ ଟାଟୁ(ରାକେଶ ଲଭ୍‌ ସଞ୍ଚିତା ଜୀ) ମଧ୍ୟ କରିଛନ୍ତି। ରାକେଶଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି।

କହିରଖୁ ଯେ, ସଞ୍ଚିତା ବାସୁ ହେଉଛନ୍ତି ଜଣେ ସାଉଥ ଅଭିନେତ୍ରୀ। ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି, ଯେଉଁମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି। ସେ ସାଉଥ ଫିଲ୍ମ ‘ଫାଷ୍ଟ ଡେ ଫାଷ୍ଟ ଶୋ’ରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଥିଲେ। ଲୋକମାନେ ତାଙ୍କ ରିଲ୍ସ ଏବଂ ଚଳଚ୍ଚିତ୍ରକୁ ଖୁବ ପସନ୍ଦ କରନ୍ତି।

Viral Video Actress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe