Advertisment

ମଝି ରାସ୍ତାରେ ଚୌକି ପକାଇ ବସିଥିଲେ, ପିଟି ଦେଲା ଟ୍ରକ୍; ଭିଡିଓ ଭାଇରାଲ

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଟ୍ରକ୍‌ଟି ଉକ୍ତ ବ୍ୟକ୍ତିଙ୍କୁ ଧକ୍କା ଦେବା ପରେ ସେଠାରୁ ଚାଲି ଯାଇଛି। ଟ୍ରକ୍‌ଟିକୁ କେହି ଅଟକାଇବା ପାଇଁ ପ୍ରୟାସ କରି ନାହାନ୍ତି।

Accident

Accident

Advertisment

‘ରାତି ହୋଇଛି। ବର୍ଷା ହେଉଛି। ରାସ୍ତାରେ ଗାଡ଼ିମୋଟର ଯା’ଆସ କରୁଛନ୍ତି। ଏହି ସମୟରେ ଜଣେ ବ୍ୟକ୍ତି ଅଧା ପୁଙ୍ଗୁଳା ଦେହରେ ରାସ୍ତା ମଝିରେ ପ୍ଳାଷ୍ଟିକ ଚୌକିଟିଏ ପକାଇ ଗୋଡ଼ ଉପରେ ଗୋଡ଼ ରଖି ନିର୍ବିଘ୍ନରେ ବସିଛନ୍ତି। ସେହି ରାସ୍ତା ଦେଇ ଯିବାଆସିବା କରୁଥିବା ଲୋକେ କେବଳ ତାଙ୍କୁ ଦେଖି ଚାଲିଯାଉଛନ୍ତି। ପାଖରେ ଏକ ପୁଲିସ୍ ପୋଷ୍ଟ ଅଛି। କିନ୍ତୁ କୌଣସି ପୁଲିସ୍ କର୍ମଚାରୀ ତାଙ୍କୁ ସେଠାରୁ ହଟାଇ ନାହାନ୍ତି। ଲୋକଟି ସେଠାରେ ସେମିତି ବସିଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଛି। ଫଳରେ ସେ ଚୌକି ସହିତ ତଳେ ପଡ଼ିଯାଇଛନ୍ତି।’ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଏହି ଘଟଣା। ଘଟଣାଟି ଉତ୍ତର ପ୍ରଦେଶର ପ୍ରତାପଗଡ଼ର,ଯାହା ଗତ ମାସ ୨୯ ତାରିଖରେ ଘଟିଥିଲା।

Advertisment

ଭିଡିଓଟି ଭାଇରାଲ ହେବା ପରେ ପୁଲିସ ଘଟଣାଟିକୁ ଗୁରୁତ୍ୱର ସହିତ ନେଇ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଥିଲା। ତେବେ ସେ ଜଣେ ମାନସିକ ରୋଗୀ ବୋଲି ତାଙ୍କ ପରିବାର ଲୋକେ ପୁଲିସକୁ କହିଥିଲେ। ପ୍ରାଥମିକ ତଦନ୍ତରୁ ମଧ୍ୟ ପୁଲିସ୍ ଜାଣିବାକୁ ପାଇଥିଲା ଯେ ଲୋକଟିର ମାନସିକ ସ୍ଥିତି ଠିକ୍ ନାହିଁ। ଏହା ପରେ ତାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦେଇଥିଲା। ତେବେ ପୁଲିସ ଘଟଣାର ଅଧିକ ଖୋଳତାଡ଼ କରୁଛି।  

Advertisment

ଅନ୍ୟପକ୍ଷରେ ଘଟଣା ଦିନ ସେହି ରାସ୍ତା ଦେଇ ଯିବାଆସିବା କରୁଥିବା ଲୋକେ ବା ଆଖପାଖ ଦୋକାନରେ ଉପସ୍ଥିତ ଲୋକେ ତାଙ୍କୁ ରାସ୍ତାରୁ ହଟାଇ ନଥିଲେ। ସବୁଠୁ ଆଶ୍ଚର୍ଯ୍ୟର କଥା, ଉକ୍ତ ବ୍ୟକ୍ତି ଜଣଙ୍କ ଏକ ପୁଲିସ୍ ପୋଷ୍ଟ ସମ୍ମୁଖରେ ହିଁ ରାସ୍ତା ମଝିରେ ବସିଥିଲେ। କିନ୍ତୁ କୌଣସି ପୁଲିସ୍ କିମ୍ବା ଟ୍ରାଫିକ କର୍ମଚାରୀ କେମିତି ତାଙ୍କୁ ସେଠାରୁ ହଟାଇଲେ ନାହିଁ ବୋଲି ସୋଶାଲ ମିଡିଆରେ ଲୋକେ ପ୍ରଶ୍ନ କରିଛନ୍ତି।  

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଟ୍ରକ୍‌ଟି ଉକ୍ତ ବ୍ୟକ୍ତିଙ୍କୁ ଧକ୍କା ଦେବା ପରେ ସେଠାରୁ ଚାଲି ଯାଇଛି। ଟ୍ରକ୍‌ଟିକୁ କେହି ଅଟକାଇବା ପାଇଁ ପ୍ରୟାସ କରି ନାହାନ୍ତି। ଓଲଟି କେହି କେହି ଟ୍ରକ୍ ଚାଳକଙ୍କୁ ସେଠାରୁ ଚାଲି ଯିବାକୁ ଇସାରା ଦେଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ବ୍ୟକ୍ତି ଜଣଙ୍କ ତଳେ ପଡ଼ିଥିବା ବେଳେ ପଛରୁ ଆସୁଥିବା ଅନ୍ୟ ଗାଡ଼ିଗୁଡ଼ିକ ଅଟକି ଯାଇଛନ୍ତି।    

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe