ଦିଲ୍ଲୀ ରାସ୍ତାରେ ବେପରୁଆ ଗାଡି ଚାଳନାର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ କାର ଡ୍ରାଇଭର ପ୍ରଥମେ ରେଡ୍ ସିଗନାଲକୁ ନମାନି ରାସ୍ତା ପାର ହୋଇଥିଲା। କାର୍ ଅଟକାଇବାକୁ ଚେଷ୍ଟା କରିବାରୁ ଦୁଇଜଣ ଟ୍ରାଫିକ ପୁଲିସଙ୍କୁ ଧକ୍କା ଦେଇଥିଲା ଏବଂ କାରର ବୋନେଟରେ ଟାଣି ନେଇଥିଲା। ଏହି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛି।
दिल्ली की कानून व्यवस्था का ये Video देखिए –
कार ड्राइवर ने ट्रैफिक पुलिस के 2 जवानों को बोनट पर लटका लिया और कार दौड़ा दी। एक जवान सड़क पर गिर गया। फिर दूसरे को साइड मारकर आरोपी भाग निकला। Video वसंत कुंज इलाके में रेड लाइट की है। pic.twitter.com/S3uNSwhaRW— Sachin Gupta (@SachinGuptaUP) November 3, 2024
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି, କାର ବୋନେଟରେ ଜୀବନ ବଞ୍ଚାଇ ଦୁଇ ଟ୍ରାଫିକ ପୁଲିସ ଝୁଲି ରହିଛନ୍ତି। ସେମାନେ କାରକୁ ଅଟକିବା ପାଇଁ ବାରମ୍ବାର କହୁଛନ୍ତି, ହେଲେ ଡ୍ରାଇଭର ସେମାନଙ୍କ କଥା ନଶୁଣି ସେମାନଙ୍କୁ ବୋନେଟରେ ଝୁଲାଇ ଟାଣି ନେଉଛି। ରାସ୍ତାରେ ପ୍ରବଳ ଗାଡ଼ିମଟର ଭିଡ଼ ଭିତରେ ଗାଡ଼ି ଚାଳକ ଜଣକ ଦୁଇ ପୁଲିସ କର୍ମଚାରୀଙ୍କୁ କାରର ବୋନେଟରେ ଟାଣି ନେଉଥିବାର ଦେଖିବାକୁ ମିଳୁଛି। କିଛି ଦୂର ଯିବା ପରେ ଉଭୟ ପୁଲିସ ରାସ୍ତାରେ ମୁହଁ ମାଡ଼ି ହୋଇ ପଡ଼ିଥିଲେ।
ଏହି ଘଟଣାରେ ଆହତ ଏଏସ୍ଆଇ ପ୍ରମୋଦ ଏବଂ ହେଡ କନଷ୍ଟେବଳ ଶୈଳେଶ ଚୌହାନ କହିଛନ୍ତି ଯେ ସେମାନେ ବେର୍ ସରାଇ ବଜାର ନିକଟ ବ୍ୟସ୍ତବହୁଳ ଅଞ୍ଚଳ ଦେଇ ଯାଉଥିବା ଗାଡିଗୁଡ଼ିକୁ ଯାଞ୍ଚ କରୁଥିଲେ। ହଠାତ୍ ସେମାନେ ଦେଖିଲେ ଯେ ଏକ କାର ରେଡ ସିଗନାଲ୍ ଡେଇଁପଡିଛି। ଯେତେବେଳେ ସେ କାରକୁ ଅଟକିବାକୁ ସଙ୍କେତ ଦେଇଥିଲେ, କାରଟିର ଗତି କମ ହୋଇଥିଲା। ତା’ପରେ ହଠାତ୍ କାରଟି ଜୋରରେ ଆସି ଉଭୟଙ୍କୁ ଧକ୍କା ଦେଇଥିଲା। ଜୀବନ ବଞ୍ଚାଇବାକୁ ଉଭୟ କାରର ବୋନେଟରେ ଝୁଲି ରହିଥିଲେ। କିନ୍ତୁ ଡ୍ରାଇଭର କାରକୁ ଅଟକାଇ ନଥିଲା। ଶେଷରେ କାରଟି ପ୍ରାୟ ୨୦ ମିନିଟ ସେମାନଙ୍କୁ ବୁଲାଇବା ପରେ ଛାଡ଼ି ଖସି ଯାଇଥିଲା। ଏହି ଘଟଣାରେ ଦୁଇ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଉଭୟଙ୍କୁ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆହତ ପୁଲିସଙ୍କ ବିବୃତ୍ତିକୁ ଆଧାର କରି ଜଣେ ସରକାରୀ କର୍ମଚାରୀଙ୍କୁ ତାଙ୍କ କର୍ତ୍ତବ୍ୟରେ ବାଧା ଦେବା ଓ ହତ୍ୟା ଉଦ୍ୟମ ଧାରା ଅଧୀନରେ ଏକ ମାମଲା ରୁଜୁ କରିଛି ପୁଲିସ। ମୋଟର ଯାନ ଅଧିନିୟମର ଧାରାଗୁଡିକ ମଧ୍ୟ ଏଥିରେ ସାମିଲ କରାଯାଇଛି। ଏହି କାରଟି ବସନ୍ତ କୁଞ୍ଜ ବାସିନ୍ଦା ଜୟ ଭଗବାନ ନାମକ ବ୍ୟକ୍ତିଙ୍କ ନାଁରେ ପଞ୍ଜିକୃତ ହୋଇଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।