Advertisment

ବିଚ୍‌ ରାସ୍ତାରେ ବାଣ ଫୁଟାଇ ଟଙ୍କା ଉଡ଼ାଇଲେ, ବାନ୍ଧିଲା ପୁଲିସ

ଛାଡ଼ିଗଲା ଷ୍ଟଣ୍ଟ ଦେଖାଇବା ନିଶା।

ghaziabad firecrackers

ghaziabad firecrackers

Advertisment

ବିଚ୍‌ ରାସ୍ତାରେ ଉଡ଼ିଲା ପୁଳା ପୁଳା ଟଙ୍କା। କେବଳ ସେତିକି ନୁହେଁ ଫୁଟିଲା ବାଣ। କାର୍‌ ଉପରେ ଚଢ଼ି କଲେ ଆତସବାଜୀ। ଶେଷରେ ବନ୍ଧା ହେଲେ। ଛାଡ଼ିଗଲା ଷ୍ଟଣ୍ଟ ଦେଖାଇବା ନିଶା। ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି ଏଭଳି କିଛି ଘଟଣା, ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଗାଜିଆବାଦର ରାଜନଗର ଏକ୍ସଷ୍ଟେସନ ଅଞ୍ଚଳ। ଏଠାକାର ଏକ ଆପାର୍ଟମେଣ୍ଟ ପରିସରରେ କିଛି ଯୁବକ ଜନ୍ମ ଦିନ ପାଳନ କରୁଥିଲେ। ନୂଆ ଢ଼ଙ୍ଗରେ ଜନ୍ମଦିନ ପାଳନ କରିବା ପାଇଁ ଏମାନଙ୍କୁ ନିଶା ଘାରିଥିଲା। ଏଥିପାଇଁ ଆପାର୍ଟମେଣ୍ଟ ପାଖ ରାସ୍ତାରେ କାର୍‌କୁ ଅଟକାଇଥିଲେ। ଏହାପରେ କାର୍‌ର ଛାତ ଉପରେ ଚଢ଼ି ତିନି ଯୁବକ କରିଥିଲେ ଆତସବାଜୀ। କେବଳ ସେତିକି ନୁହେଁ ପୁଳା ପୁଳା ଟଙ୍କା ମଧ୍ୟ ଉଡାଇଥିଲେ। ଯୁବକଙ୍କ ଏଭଳି ଷ୍ଟଣ୍ଟକୁ ଦେଖିବା ପାଇଁ ରାସ୍ତା ଉପରେ ଅନେକ ଗାଡି ଅଟକି ରହିଥିଲା। ଆପାର୍ଟମେଣ୍ଟ ପରିସରରେ ଏହାକୁ ନେଇ ପାଟିତୁଣ୍ଡ ମଧ୍ୟ କରିଥିଲେ।

ସପଟେ ଏହି ପୂରା ଘଟଣାର ଭିଡିଓକୁ ଆପାର୍ଟମେଣ୍ଟ ମାଲିକ ନିଜ ସୋଶାଲ ମିଡିଆ ସାଇଟ୍‌ରେ ଅପଲୋଡ କରିଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ଆକ୍ସନ ନେଇଛି ଗାଜିଆବାଦ ପୁଲିସ। ଜନଗହଳି ପୂର୍ଣ୍ଣ ସ୍ଥାନରେ ଏଭଳି ଭୟାନକ ଷ୍ଟଣ୍ଟ ଦେଖାଇବା ଅଭିଯୋଗରେ ପୁଲିସ ତିନି ଜଣ ଯୁବକଙ୍କୁ ଗିରଫ କରିଛି।

Advertisment

ଭିଡିଓରେ ଯୁବକମାନେ ଜନଗହିଳପୂର୍ଣ୍ଣ ସ୍ଥାନରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ପୁଲିସ କହିଛି। କେବଳ ସେତିକି ନୁହେଁ ଭୟାନକ ଷ୍ଟଣ୍ଟ ମଧ୍ୟ ଦେଇଥିଲେ। ପୁଲିସ ଏବେ ଏହାକୁ ନେଇ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଜାରି ରହିଛି ଗାଜିଆବାଦ ଏସିପି କହିଛନ୍ତି।

Ghaziabad Crime News Viral Video Brust Cracker
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe