Advertisment

ବର ବେକରୁ ଟଙ୍କା ନେଇ ଛୁ ମାରିଲା ଚୋର, ତା' ପରେ...

ବ୍ୟାଣ୍ଡ୍ ପାର୍ଟି ସହ ବରଯାତ୍ରୀଙ୍କୁ ନେଇ କନିଆଁ ଘରକୁ ଯିବା ସମୟରେ ବର ବେକରୁ ଟଙ୍କା ମାଳ ନେଇ ଛୁ ମାରିଥିଲା ଜଣେ ଚୋର।

author-image
Debibandita Barick
ଅଦ୍ୟତନ ହୋଇଛି
Groom

Groom

ବିବାହ ସିଜିନ୍ ଚାଲି ଥିବାବେଳେ ଅନେକ ମଜାଳିଆ ଭିଡିଓ ସାମ୍ନାକୁ ଆସୁଛି। ଏହି କ୍ରମରେ ସୋଶାଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି, ଯେଉଁଥିରେ ବର ଚୋର ପଛରେ ଧାଉଁଥିବା ଦେଖିବାକୁ ମିଳୁଛି। କାରଣ ବର ବେକରେ ପଡ଼ିଥିବା ଟଙ୍କା ମାଳରୁ କିଛି ଟଙ୍କା ନେଇ ଛୁ ମାରିଥିଲା ଜଣେ ଚୋର।

Advertisment

ସୂଚନା ଅନୁସାରେ, ଏପରି ଘଟଣା ଉତ୍ତରପ୍ରଦେଶର ମେରୁଟରେ ଘଟିଛି। ଏଠାରେ ଜଣେ ବର ରୀତିନୀତି ଅନୁସାରେ ବ୍ୟାଣ୍ଡ୍ ପାର୍ଟି ସହ ବରଯାତ୍ରୀଙ୍କୁ ନେଇ ଘୋଡ଼ାରେ ବସି କନିଆଁ ଘରକୁ ଯଉଥିଲେ। ଏହି ସମୟରେ ଜଣେ ଚୋର ତାଙ୍କ ବେକରେ ପଡ଼ିଥିବା ଟଙ୍କା ମାଳରୁ କିଛି ନୋଟ୍ ନେଇ ଛୁ ମାରିଥିଲା। 

ଏହାପରେ ବର ପୁଲିସ ସାଜିଥିଲେ। ବସିଥିବା ଘୋଡ଼ାରୁ ଡେଇଁ ଚୋର ପଛରେ ଧାଇଁଥିଲେ। ତାଙ୍କ ପଛେ ପଛେ ଅନ୍ୟ ଜଣେ ଲୋକ ବାଇକ୍ ନେଇ ଯାଇଥିଲେ। କିଛି ବାଟ ଧାଇଁବା ପରେ ବର ବାଇକରେ ଚୋରକୁ ଗୋଡ଼ାଇଥିଲେ, ସେପଟେ ଚୋର ଜଣକ ଏକ ମିନି ଟ୍ରକରେ ଫେରାର୍ ହୋଇଯିବାକୁ ଚେଷ୍ଟା କରିଥିଲା।

Advertisment

ମାତ୍ର ବର ସୁପରମ୍ୟାନ୍ ସାଜି ଚଳନ୍ତା ବାଇକରୁ ମିନି ଟ୍ରକ୍ ଉପରକୁ ଡିଆଁ ମାରିଥିଲେ। ଆଉ ତା' ପରେ ଅତି ସାବଧାନତାର ସହ ମିନି ଟ୍ରକର ଝରକା ଦେଇ ଡ୍ରାଇଭର୍ ଅର୍ଥାତ୍ ଟଙ୍କା ମାଳ ନେଇ ଛୁ ମାରିଥିବା ଚୋର ନିକଟରେ ପହଞ୍ଚିଥିଲେ। ଏହି ସମୟରେ ସେ ଗାଡ଼ି ରଖି ଫେରାର୍ ହୋଇଯିବାକୁ ଚେଷ୍ଟା କରିଥିଲା। ମାତ୍ର ବାଇକ୍ ଚଳାଉଥିବା ବ୍ୟକ୍ତି ତାଙ୍କ ମିନି ଟ୍ରକ୍ ଆଗରେ ଗାଡ଼ି ରଖି ଦେଇଥିଲେ।

ଏହାପରେ ଚୋରକୁ କାବୁ କରିବାରେ ସଫଳ ହୋଇ ଯାଇଥିଲେ ବର। ଆଉ ଟଙ୍କା ମାଳ ନେଇଥିବା ବ୍ୟକ୍ତିଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ। କେବଳ ବର ନୁହନ୍ତି ତାଙ୍କର କିଛି ସମ୍ପର୍କୀୟ ମଧ୍ୟ ସେଠାରେ ପହଞ୍ଚି ଚୋରକୁ ମାଡ଼ ମାରିବା ସହ ତା'ଠାରୁ ଟଙ୍କା ମାଳ ଜବତ କରିଥିଲେ। ଏହି ସମୟର ରାସ୍ତାରେ ଯାଉଥିବା ଲୋକେ ଭିଡିଓ ଶୁଟ୍ କରିଥିଲେ, ଯାହା ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।

ଚୋରକୁ ଗୋଡ଼ାଇବା ସମୟରେ ବରଙ୍କ ବେକରେ ମଧ୍ୟ ଟଙ୍କା ମାଳ ପଡିଥିଲା। କିନ୍ତୁ ସେ କିଛି ନୋଟ୍ ପାଇଁ ଯେଉଁପରି ଭାବେ ଚୋର ପଛରେ ଧାଇଁଥିଲେ ତାହା ନିଶ୍ଚୟ ରୂପେ ବିପଜ୍ଜନକ।  

In Meerut a thief pulled out notes from the gromm's garland of notes. Angry groom left the weding rituals to chase the running thief and jumped on his vehicle.Groom and baraatis together beat up the thief in the middle of highway.
byu/DustOk9237 inuttarpradesh

Viral Video UP Groom Groom Viral Video