Advertisment

ଶୋଇଛନ୍ତି ଦିଦି, ବିଞ୍ଚି ଦେଉଛନ୍ତି ଛାତ୍ରୀ; ଭିଡିଓ ଭାଇରାଲ୍

ସ୍କୁଲରେ ପାଠ ପଢାଇବା ପରିବର୍ତ୍ତେ ନିଘୋଡ଼ ନିଦରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଶୋଇଥିବାର ଭିଡିଓ ଭାଇରାଲ୍ ହେଉଛି।

author-image
Debibandita Barick
ଅଦ୍ୟତନ ହୋଇଛି
Students

Students

ସ୍କୁଲରେ ପାଠ ପଢାଇବା ପରିବର୍ତ୍ତେ ନିଘୋଡ଼ ନିଦରେ ଶୋଇ ଛାତ୍ରୀଙ୍କ ବିଞ୍ଚଣାରୁ ପବନ ଖାଉଛନ୍ତି ଶିକ୍ଷୟତ୍ରୀ। ଭିଡିଓ ଭାଇରାଲ୍ ହେବା ପରେ ଶିକ୍ଷୟିତ୍ରୀଙ୍କୁ ସସପେଣ୍ଡ କରାଯାଇଛି। ଏହି ଘଟଣା ଉତ୍ତର ପ୍ରଦେଶ ଆଲିଗଡ଼ରେ ବୋଲି କୁହାଯାଉଛି।

Advertisment

ଭାଇରାଲ୍ ଭିଡିଓ ଅନୁସାରେ, ଆଲିଗଡ଼ ଧନିପୁର ଅଞ୍ଚଳର ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲ ଚଟାଣରେ ଶୋଇଛନ୍ତି। ଏହି ସମୟରେ ଜଣେ ଛାତ୍ରୀ ତାଙ୍କୁ ବିଞ୍ଚଣାରେ ବିଞ୍ଚି ଦେଉଛନ୍ତି। ଜଣକ ପରେ ଜଣେ ଛାତ୍ରୀ ତାଙ୍କୁ ବିଞ୍ଚି ଦେଉଥିବା ଦେଖିବାକୁ ମିଳିଛି। 

ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି। ଛାତ୍ରୀମାନଙ୍କ ଅଭିଭାବକ ମଧ୍ୟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। 

Advertisment

ସେପଟେ ଉକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କର ଆଉ ଏକ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି। ସେ ପିଲାମାନଙ୍କୁ ମାଡ଼ ମାରୁଥିବାର ଭିଡିଓ ଭାଇରାଲ୍ ହୋଇଥିଲା। ଦୁଇଟି ଯାକ ଭିଡିଓ ଉକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କର ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡ଼ୁଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଭିଡିଓରେ ଅନ୍ୟ ଜଣେ ଥିବା ଜଣାପଡିଛି। ବର୍ତ୍ତମାନ ତଦନ୍ତ ଚାଲିଛି। ତଦନ୍ତ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି। 

Viral Video UP News