US Airport Officers Stealing Money
ଆମେରିକା ମିଆମି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଚୋରି ହୋଇଯାଉଛି ଯାତ୍ରୀଙ୍କ ଟଙ୍କା। କେହି ଲୁଟେରାକି ଚୋର ନୁହଁନ୍ତି, ବରଂ ସୁରକ୍ଷା କର୍ମୀ କରୁଛନ୍ତି ଚୋରି। ଆଜ୍ଞା ହଁ, ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବିମାନ ବନ୍ଦରରେ ସନ୍ଧାନ କରିବା ସମୟରେ ଯାତ୍ରୀଙ୍କ ପଇସା-ପତ୍ର ଚୋରି କରିନେଉଛନ୍ତି ନିୟୋଜିତ ଥିବା ସୁରକ୍ଷାକର୍ମୀ। ବର୍ତ୍ତମାନ ଏହି ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।
ବିମାନବନ୍ଦରରେ ଦୁଇ ଟ୍ରାନ୍ସପୋର୍ଟେସନ୍ ସିକ୍ୟୁରିଟି ଆଡମିନିଷ୍ଟ୍ରେସନ (ଟିଏସଏ) କର୍ମଚାରୀ ଚୋରି କରୁଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି। ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଅଧିକାରୀମାନେ ଚଳିତ ବର୍ଷ ଜୁନ୍ ୨୯ରେ ଯାତ୍ରୀଙ୍କ ଲଗେଜରୁ ଅତି କମରେ ୫୦ ହଜାର ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଥିଲା। ଏନେଇ ତଦନ୍ତ କରି ଦୁଇ ଜଣଙ୍କୁ ବାନ୍ଧିଥିଲା ପୁଲିସ।
୨୦ ବର୍ଷିୟ ଜୋସୁ ଗୋଞ୍ଜାଲେଜ ଏବଂ ୩୩ ବର୍ଷିୟ ଲାବାରିଅସ୍ ୱିଲିୟମ୍ସ ନାମକ ଦୁଇ ଅଧିକାରୀଙ୍କୁ ଜୁଲାଇରେ ଗିରଫ କରାଯାଇଥିଲା। ବର୍ତ୍ତମାନ ଚୋରି ସମୟର ସିସିଟିଭି ଫୁଟେଜ୍ ଭାଇରାଲ୍ ହେଉଛି। ଭିଡିଓ ଅନୁସାରେ, ନିୟୋଜିତ ଥିବା ସୁରକ୍ଷାକର୍ମୀ ଅତି ଚତୁରତାର ସହ ଯାତ୍ରୀଙ୍କ ବ୍ୟାଗରୁ ଟଙ୍କା ବାହାର କରି ନେଉଥିବା ଦେଖିବାକୁ ମିଳୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us