Advertisment

ପ୍ରାଣୀ ଚିକିତ୍ସକଙ୍କ ଭିଡିଓ ଭାଇରାଲ

ପ୍ରାଣୀ ଚିକିତ୍ସକ ମଦ ପିଇ ନାଚୁଥିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଅଦ୍ୟତନ ହୋଇଛି
Veterinarian's

Veterinarian's

Advertisment

ବାଲୁଗାଁ ପ୍ରାଣୀ ଚିକିତ୍ସାଳୟରେ ପ୍ରାଣୀ ଚିକିତ୍ସକ ଦେବାଶିଷ ଦାସ ମଦ ପିଇ ନାଚୁଥିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ମୁଣ୍ଡ ଉପରେ ମଦ ଭର୍ତ୍ତି ଗ୍ଲାସ ରଖି ନୃତ୍ୟ କରୁଛନ୍ତି। ତା’ ସହିତ ସିଗାରେଟ୍‌ ମଧ୍ୟ ଟାଣୁଛନ୍ତି।

Advertisment

ଭିଡିଓଟି ପୁରୁଣା ହୋଇଥିଲେବି ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ଭାଇରାଲ ହେବା ପରେ ପ୍ରାଣୀ ଚିକିତ୍ସକ ଦେବାଶିଷ ଦାସ କହିଛନ୍ତି, ଏଇଟା ନୂଆ ବର୍ଷର ଭିଡିଓ। ଅଫିସରେ ନୁହେଁ, ଜଣଙ୍କ ଘରେ ଏହା ହୋଇଥିଲା। ତେବେ ଏହା ଠିକ୍‌ ନୂହେଁ ବୋଲି ସେ କହିଛନ୍ତି।

ପ୍ରାଣୀ ଚିକିତ୍ସକ ଦେବାଶିଷଙ୍କ ସଫେଇ ପୂରା ମିଛ ବୋଲି ଜଣାପଡ଼ିଛି। କାରଣ ନାଚିବା ପରେ ଯେଉଁ ଆଲମିରା ଉପରେ ସେ ମଦ ଗ୍ଲାସ ରଖିଥିବା ଦେଖିବାକୁ ମିଳିଛି, ତାହା ତାଙ୍କ ଅଫିସରେ ଅଛି। ସେହିଭଳି ଭାଇରାଲ ଭିଡିଓରେ ଥିବା କୋଠରୀ ତାଙ୍କ ଅଫିସର।

Advertisment

ଜଣେ ସରକାରୀ କର୍ମଚାରୀ ହୋଇ ଅଫିସ ଭିତରେ ଡାକ୍ତର ଦାସ ଏଭଳି କାମ କରିବା ଆଦୌ ଠିକ୍‌ ନୁହେଁ ବୋଲି ଆଲୋଚନା ହେଉଛି।

Viral
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe