House Explode
ସର୍ଚ୍ଚ ୱାରେଣ୍ଟ ପାଇ ସନ୍ଦିଗ୍ଧ ବ୍ୟକ୍ତିକୁ ଖୋଜାଖୋଜି ଆରମ୍ଭ କରିଥିଲା ପୁଲିସ। କିନ୍ତୁ ପୁଲିସକୁ କିପରି ଚକମା ଦେଇ ଖସିବ ତା'ର ବାଟ ଖୋଜୁଥିଲା ସନ୍ଦିଗ୍ଧ ଅପରାଧୀ। କେଉଁ ଆଡୁ ଖସିବ କିଛି ବାଟ ନ ପାଇ, ଶେଷରେ ଏକ ଘର ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲା। ଏଥିରେ ବିସ୍ଫୋରଣ ଘଟି ଏକ କୋଠା ଘର ସମ୍ପୂର୍ଣ୍ଣ ଭୁଶୁଡି ପଡିଛି।
ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଘରଟି କାଗଜ ଭଳି ଟୁକୁଡା ଟୁକୁଡା ହୋଇଯାଇଛି। ରକେଟ୍ ମାଡ ହେବା ପରେ ଯେଉଁ ପରି ଧ୍ୱଂସ ହୁଏ କୋଠାଟି ଠିକ୍ ସେହିପରି ଧ୍ୱଂସବିଧ୍ୱସ୍ତ ହୋଇଯାଇଛି। ବିସ୍ଫୋରଣ ସମୟରେ କୋଠା ଆଗରେ କିଛି କାର୍ ପାର୍କିଂ ହୋଇଥିବା ମଧ୍ୟ ଦେଖିବାକୁ ମିଳୁଛି। ଏହି ସମୟର ଦୃଶ୍ୟ ସୋଶାଲ ମିଡିଆ ଏକ୍ସରେ ପୋଷ୍ଟ କରାଯାଇଛି।
ଖବର ଅନୁସାରେ, ଘଟଣାଟି ଆମେରିକାର ଭର୍ଜିନିଆ ଷ୍ଟେଟ ଆର୍ଲିଙ୍ଗଟନ୍ ବ୍ଲୁମଣ୍ଟ୍ ଅଞ୍ଚଳରେ ଘଟିଛି। ସରକାର ସେଠାକାର ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ପଳାଇ ଯିବାକୁ ପରାମର୍ଶ ଦେଇଛନ୍ତି। ଆଗକୁ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିବ।
ଅଧିକାରୀ କହିଛନ୍ତି ଯେ, ପୁଲିସ କାର୍ଯ୍ୟାଳୟରୁ ସନ୍ଦିଗ୍ଧ ବ୍ୟକ୍ତି ନାମରେ ସର୍ଚ୍ଚ ୱାରେଣ୍ଟ ଆସିବାରୁ ଖୋଜାଖୋଜି ଆରମ୍ଭ କରାଯାଇଥିଲା। ଏହି ସମୟରେ ସନ୍ଦିଗ୍ଧ ବ୍ୟକ୍ତି ଏକ ଘର ଉପରକୁ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲା। ଫଳରେ ଏତେ ବଡ ଏକ ବିସ୍ଫୋରଣ ଘଟିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us