Passenger Hits Pilot
୩.୩ ଡିଗ୍ରୀ ତାପମାତ୍ରା ସହ ରେକର୍ଡ ଭାଙ୍ଗିଛି ଦିଲ୍ଲୀର ଶୀତ। ପ୍ରବଳ ଜାଡ ସାଙ୍ଗକୁ ଘନ କୁହୁଡିରେ ଆଚ୍ଛାଦିତ ଦିଲ୍ଲୀ ବାୟୁ ମଣ୍ଡଳ। ପାଣିପାଗକୁ ଦୃଷ୍ଟିରେ ରଖି ଶତାଧିକ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିରେ ଉତକ୍ଷିପ୍ତ ହୋଇ ଜଣେ ଯାତ୍ରୀ ବିମାନ ମଧ୍ୟରେ ହଙ୍ଗାମା କରିଛନ୍ତି।
ଇଣ୍ଡିଗୋ ଫ୍ଲାଇଟର ଜଣେ ଯାତ୍ରୀ ପାଇଲଟକୁ ଶକ୍ତ ଚାପୁଡା ମାରିବାର ଭିଡିଓ ଭାଇରାଲ୍ ହେଉଛି। ପାଇଲଟ ଜଣକ 'ବିମାନ ଉଡାଣ ବିଳମ୍ବ' ହେବା ନେଇ ଘୋଷଣା କରିବା ସମୟରେ ଜାତ୍ରୀ ଜଣଙ୍କ ହଠାତ୍ ସିଟରୁ ଉଠି ତାଙ୍କୁ ଚାପୁଡା ମାରିଥିବା ଦେଖିବାକୁ ମିଳୁଛି।
ଏହି ଘଟଣା ଇଣ୍ଡିଗୋ ଫ୍ଲାଇଟ (6E-2175)ରେ ଘଟିଛି। ବିମାନଟି ଦିଲ୍ଲୀରେ ଗୋଆ ଅଭିମୁଖେ ଯାତ୍ରା କରିଥାନ୍ତା। କିନ୍ତୁ ଘନ କୁହୁଡି କାରଣରୁ ବିମାନ ଉଡାଣକୁ ବାତିଲ କରିଦିଆଯାଇଥିଲା। ଫଳରେ ଯାତ୍ରୀ ଜଣକ ଉତକ୍ଷିପ୍ତ ହୋଇ ଏପରି କାଣ୍ଡ ଭିଆଇଛନ୍ତି।
ପାଇଲଟଙ୍କୁ ଚାପୁଡା ମାରିଥିବା ଯାତ୍ରୀ ଜଣକ ସାହିଲ କଟାରିଆ ବୋଲି ଜଣାପଡିଛି। ଇଣ୍ଡିଗୋ ବିମାନ ପକ୍ଷରୁ ତାଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us