Advertisment

ଚଳନ୍ତା ବାଇକ୍‌ ଉପରେ 'ଟାଇଟାନିକ୍‌' ପୋଜ୍, ଆକ୍ସନ ମୁଡ୍‌ରେ ପୁଲିସ

ପୁଲିସ ଉକ୍ତ ଯୁବକଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିବା ସହ ତାଙ୍କ ନାଁ ମୋଟା ଅଙ୍କର ଚାଲାଣ ମଧ୍ୟ କାଟିଛି।

Bike Stunt

Bike Stunt

Advertisment

ଆଜିକାଲି ପିଲା ଠାରୁ ଆରମ୍ଭ କରି ବୁଢ଼ା ସମସ୍ତଙ୍କୁ ଘାରିଛି ରିଲ୍ସ ନିଶା। କିଏ କେଉଁ ଉପାୟରେ ସୋଶାଲ ମିଡିଆରେ ଅଳ୍ପ ବହୁତ ଭାଇରାଲ ହେବା ପାଇଁ ଆପଣାଉଛନ୍ତି ନୂଆ ନୂଆ ଫଣ୍ଡା। ତେବେ ଭାଇରାଲ ହେବା ନିଶାରେ ଏମାନଙ୍କୁ ଏତେ ଘାରିଛି ଯେ, ନିଜ ଜୀବନକୁ ବିପଦରେ ପକାଇବାକୁ ଏମାନେ ପଛାଉ ନାହାନ୍ତି। ନିକଟରେ ଏଭଳି ହିଁ ଜଣେ ଯୁବକ ରିଲ୍ସ ନିଶାରେ ନିଜ ଜୀବନକୁ ବାଜି ଲଗାଇଛନ୍ତି। ଚଳନ୍ତା ବାଇକ୍‌ ଉପରେ ଠିଆ ହୋଇ ସେ ଦେଇଛନ୍ତି ଟାଇଟାନିକ୍‌ ପୋଜ୍‌। ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ ଯୁବକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Advertisment

କାନପୁରର ଗଙ୍ଗା ବ୍ୟାରେଜ୍‌। ଷ୍ଟଣ୍ଟବାଜି ଓ ରିଲ୍ସ ପାଇଁ ଏହା ଯୁବପିଢ଼ିଙ୍କ ସବୁଠାରୁ ଫେଭରେଟ୍‌ ସ୍ଥାନ ପାଲଟି ଯାଇଛି। ପୁଲିସ ବାରଣକୁ ବି ଖାତିର କରୁନାହାନ୍ତି ଲୋକେ। ଶନିବାର ଏଠାକାର ଜଣେ ଯୁବକ ଚଳନ୍ତା ବାଇକ୍‌ ଉପରେ ଠିଆ ହୋଇ ଷ୍ଟଣ୍ଟ କରିବା ସହ ରିଲ୍ପ ଭିଡିଓ ତିଆରି କରିଛନ୍ତି। ସେ ଚଳନ୍ତା ବାଇକ୍‌ ଉପରେ ଦେଇଛନ୍ତି ଟାଇଟାନିକ୍‌ ପୋଜ୍‌। ଏହି ଭିଡିଓ ଭାଇରାଲ ହେବା ପରେ ଆକ୍ସନ ମୁଡ୍‌କୁ ଆସିଛି ପୁଲିସ ।

କାନପୁର କମିଶନରେଟ୍‌ ପୁଲିସ ଉକ୍ତ ଯୁବକଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିବା ସହ ତାଙ୍କ ନାଁ ମୋଟା ଅଙ୍କର ଚାଲାଣ ମଧ୍ୟ କାଟିଛି। ଏସିପି କର୍ଣ୍ଣେଲଗଞ୍ଜ ମହେଶ କୁମାର କହିଛନ୍ତି ଯେ ବାଇକ ନମ୍ବର ଆଧାରରେ ୧୨ହଜାର ଟଙ୍କାର ଚାଲାଣ କଟା ଯାଇଛି। ଏଥିସହ ବାଇକ୍‌ ନମ୍ବର ଆଧାରରେ ନବାବଗଞ୍ଜ ପୁଲିସ ଷ୍ଟେସନରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି।

Advertisment

ବାଇକ୍‌ ନମ୍ବର ଆଧାରରେ ଷ୍ଟଣ୍ଟ ଦେଖାଉଥିବା ଉକ୍ତ ଯୁବକ ଜଣକ ଉନ୍ନାଓ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି। ଗାଡି ରେଜିଷ୍ଟର୍‌ ହୋଇଥିବା ଠିକଣା ଆଧାରରେ ପୁଲିସ ଚଢ଼ାଉ କରିଥିଲେ ମଧ୍ୟ ଅଭିଯୁକ୍ତ ଯୁବକ ଜଣକ ସେଠାରୁ ଫେରାର ହୋଇଯାଇଛି। ତାଙ୍କୁ ଖୋଜା ଚାଲିଥିବା ପୁଲିସ କହିଛି।

Viral Video Bike Stunt Kanpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe