Advertisment

ବିମାନବନ୍ଦରରେ ଲହଡ଼ି ଭାଙ୍ଗୁଛି ବନ୍ୟା ପାଣି

ବିମାନବନ୍ଦର ରନୱେ ଏବଂ ଟ୍ୟାକ୍ସିୱେରେ ପାଣି ଜମି ରହିଥିବାର ଭିଡିଓ ସୋଶାଲ ମଡିଆରେ ଭାଇରାଲ୍ ହେଉଛି।

Flight

Flight

Advertisment

ପଶ୍ଚିମବଙ୍ଗ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ (NSCBI) ବିମାନବନ୍ଦରରେ ଲହଡ଼ି ଭାଙ୍ଗୁଛି ବନ୍ୟା ପାଣି। ବିମାନବନ୍ଦର ରନୱେ ଏବଂ ଟ୍ୟାକ୍ସିୱେରେ ପାଣି ଜମି ରହିଥିବାର ଭିଡିଓ ସୋଶାଲ ମଡିଆରେ ଭାଇରାଲ୍ ହେଉଛି।

Advertisment

ଭିଡିଓ ଅନୁସାରେ, ରନୱେରେ ଏକାଧିକ ବିମାନ ପାର୍କିଂ ହୋଇ ଥିବାବେଳେ ବନ୍ୟା ପାଣି ଜମି ରହିଛି। ପମ୍ପ ଯୋଗେ ଜଳ ନିଷ୍କାସନ କରାଯାଉଛି।ତଥାପି ବିମାନ ଚଳାଚଳ ସ୍ୱାଭାବିକ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ରାଜଧାନୀ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳ, ହାୱଡା, ସଲ୍ଟ ଲେକ୍ ଏବଂ ବାରାକପୁରରେ ଲଗାଣ ବର୍ଷା ଯୋଗୁଁ ବିବିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ମଧ୍ୟ ଦିନ ତମାମ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

Advertisment

ପାଣିପାଗ ବିଭାଗ ସୂଚନା ଅନୁସାରେ, ଲଘୁଚାପ ଅବପାତର ରୂପ ନେବା ଫଳରେ ଲଗାଣ ବର୍ଷା ଜାରି ରହିଛି। ଏହି ଲଘୁଚାପ ବର୍ତ୍ତମାନ ବିହାର ଏବଂ ଉତ୍ତର ପ୍ରଦେଶ। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ହାୱଡା, ପାଶ୍ଚିମ ବର୍ଦ୍ଧମାନ, ବିରଭୁମ୍, ପୁର୍ବ ବର୍ଦ୍ଧମାନ, ହୁଗଳି, ନଦିଆ ଏବଂ ଉତ୍ତର ଓ ଦକ୍ଷିଣ 24 ପରଗଣା ସମେତ ଦକ୍ଷିଣ ଜିଲ୍ଲାଗୁଡିକରେ ଆସନ୍ତା 12 ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଅଞ୍ଚଳକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Kolkata Airport Airport Waterlogging
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe