Advertisment

ନ୍ୟୁଜିଲ୍ୟାଣ୍ଡର ସର୍ବକନିଷ୍ଠ ସାଂସଦଙ୍କ ଶାଣିତ ଭାଷଣ, ଭିଡିଓ ଭାଇରାଲ୍

ମାତ୍ର 21 ବର୍ଷ ବୟସରେ ସାଂସଦ ହାନା-ରାୱିତି ମାଇପି-କ୍ଲାର୍କ ଦେଇଥିବା ଶାଣିତ ଭାଷଣ ଖୁବ୍ ଭାଇରାଲ୍ ହେଉଛି।

Hana-Rawhiti Maipi-Clarke

Hana-Rawhiti Maipi-Clarke

Advertisment

ନ୍ୟୁଜିଲ୍ୟାଣ୍ଡର ଜଣେ ଯୁବ ମହିଳା ସାଂସଦ ଦେଇଥିବା ଭାଷଣ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି। ମାତ୍ର 21 ବର୍ଷ ବୟସରେ ସାଂସଦ ହାନା-ରାୱିତି ମାଇପି-କ୍ଲାର୍କ ଦେଇଥିବା ଶାଣିତ ଭାଷଣ ଖୁବ୍ ଭାଇରାଲ୍ ହେଉଛି। ଖବର ଲେଖା ହେବା ସୁଦ୍ଧା ଏହି ଭିଡିଓକୁ 31 ମିଲିଅନ ଲୋକ ଦେଖି ସାରିଥିଲେ।

Advertisment

ସୂଚନା ଅନୁସାରେ, କ୍ଲାର୍କ 170 ବର୍ଷ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡର ସର୍ବକନିଷ୍ଠ ସାଂସଦ। ସେ ଗତ ବର୍ଷ ଅକ୍ଟୋବରରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। 2008 ମସିହାରୁ ହୌରାକି-ୱାଇକାଟୋ ଆସନରୁ ନିର୍ବାଚିତ ହୋଇ ଆସିଥିବା ବରିଷ୍ଠ ନେତା ନାନାଇ ମହୁତାଙ୍କୁ ମାତ୍ ଦେଇ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

Advertisment

ସେ ମାଓରୀ ସମ୍ପ୍ରଦାୟରୁ ଆସନ୍ତି। ଏହି ସମ୍ପ୍ରଦାୟର ଲୋକଙ୍କ ହକ୍ ପାଇଁ ଲଢୁଛନ୍ତି। ତାଙ୍କ ଜେଜେବାପା ତାଇତିମୁ ମାଇପି ମଧ୍ୟ ମାଓରୀ ନାଗା ତାମାତାଓର ଜଣେ ସଦସ୍ୟ।

କ୍ଲାର୍କ ସଂସଦରେ ଦେଇଥିବା ଭାଷଣରେ ପାରମ୍ପାରିକ 'ହାକା' ବା 'ଯୁଦ୍ଧ କ୍ରନ୍ଦନ' କରିଥିଲେ। ଏଥିସହ ତାଙ୍କ ସମ୍ପ୍ରଦାୟର ଲୋକଙ୍କୁ ପ୍ରତିଶୃତି ଦେଇଥିଲେ। ନ୍ୟୁଜିଲ୍ୟାଣ୍ଡ ହେରାଲ୍ଡ ଅନୁଯାୟୀ କ୍ଲାର୍କ ଭାଷଣରେ କହିଥିଲେ, "ମୁଁ ତୁମ ପାଇଁ ମରିବି ... କିନ୍ତୁ ମୁଁ ମଧ୍ୟ ତୁମ ପାଇଁ ବଞ୍ଚିବି। ଯେଉଁ ମାଓରୀମାନେ ସେମାନଙ୍କ ଜୀବନ କାଳ ମଧ୍ୟରେ ପଛରେ ରହି ଯାଇଛନ୍ତି ସେମାନଙ୍କ ହକ୍ ପାଇଁ ଲଢିବି।"

Viral Video New Zealand MP's Speech MP's Speech Viral
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe