Advertisment

ମଦ ମୁକ୍ତ ଗୁଜରାଟରେ ମଦ୍ୟପ ମହିଳାଙ୍କ ଦାଦାଗିରି, ଭିଡିଓ ଭାଇରାଲ

ସୋଶାଲ ମିଡିଆରେ ମହିଳା ଜଣଙ୍କ ପୁଲିସ୍‌ ସହ କରୁଥିବା ଝଗଡ଼ାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

author-image
Hemant Lenka
Gujarat

Gujarat

ଗୁଜରାଟରେ ମଦ ବିକିବା ଓ ପିଇବା ନିଷିଦ୍ଧ। ହେଲେ ଜଣେ ମହିଳା ସେହି ଗୁଜରାଟରେ ନିଶାସକ୍ତ ଅବସ୍ଥାରେ ପୁଲିସ୍‌କୁ ନାଲି ଆଖି ଦେଖାଇଛନ୍ତି। ରବିବାର ରାତିରେ ମହିଳା ଜଣଙ୍କ ଭଦୋଦରାର ବିଚ୍‌ ରାସ୍ତାରେ କରୁଥିବା ଉତ୍ପାତ୍ତ କ୍ୟାମେରାରେ ମଧ୍ୟ କଏଦ ହୋଇଛି।

Advertisment

ମହିଳା ଜଣଙ୍କ ରବିବାର ବିଳମ୍ବିତ ରାତିରେ ପ୍ରଚୁର ମଦ ପିଇ କାର୍‌ ଚଳାଇ ଯାଉଥିଲେ। ଏହି ସମୟରେ ତାଙ୍କ ଗାଡ଼ି ଆଉ ଗୋଟିଏ ଗାଡ଼ିକୁ ଧକ୍କା ଦେଇଥିଲା। ପୁଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ଦୁର୍ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା। ବାସ ମଦ ନିଶାରେ ଚୂର ମହିଳା ଜଣଙ୍କ ପୁଲିସ୍‌ ଆଗରେ ନିଜର ଉଗ୍ର ରୂପ ଦେଖାଇଥିଲେ। ସେ ପୁଲିସ୍‌ ସହ ଝଗଡ଼ା ମଧ୍ୟ କରିଥିଲେ।

ସୋଶାଲ ମିଡିଆରେ ମହିଳା ଜଣଙ୍କ ପୁଲିସ୍‌ ସହ କରୁଥିବା ଝଗଡ଼ାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳୁଛି ଯେ ମଦ୍ୟପ ମହିଳା ଜଣଙ୍କ ପୁଲିସ୍‌କୁ ଗାଳିଗୁଲଜ କରିବା ସହ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି।

Advertisment

ସେ କିଛି ପୁରୁଷ ପୁଲିସ୍‌ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଆକ୍ରମଣ କରିବାକୁ ଚିହିଁକି ଉଠୁଛନ୍ତି। ମହିଳା ପୁଲିସ୍‌ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ସେ କାହା କଥା ଶୁଣି ନଥିଲେ। ଏକାଧିକ ଥର ସେ ପୁଲିସ୍‌ କର୍ମଚାରୀଙ୍କ ଧକ୍କା ଦେବା ସହ ତାଙ୍କୁ ନ ଛୁଇଁବାକୁ ଧମକ ଦେଉଥିବା ଭିଡିଓରେ କଏଦ ହୋଇଛି। 

ବେଶ କିଛି ସମୟ ମହିଳା ଜଣଙ୍କ ହାଇଡ୍ରାମା କରିବା ପରେ ଅତିରିକ୍ତ ମହିଳା ପୁଲିସ୍‌ କର୍ମଚାରୀଙ୍କୁ ଡକା ଯାଇଥିଲା। ସେମାନେ ମିଳିତ ଭାବେ ମହିଳାଙ୍କୁ କାବୁ କରି ଗିରଫ କରିଥିଲେ। ସେମାନେ ତାଙ୍କୁ ଜିପରେ ବସାଇ ଥାନାକୁ ନେଇ ଯାଇଥିଲେ। ତାଙ୍କ ନାଁରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି।

ତେବେ ଏଠି ପ୍ରଶ୍ନ ଉଠିଛୁ, ଗୁଜରାଟରେ ମଦ ବ୍ୟାନ ହୋଇଥିବା ବେଳେ ମହିଳା ଜଣଙ୍କ ଏହାକୁ ପାଇଲେ କେଉଁଠୁ? ସେ ପ୍ରଥମଥର ଏପରି କରିଛନ୍ତି ନା ପୂର୍ବରୁ ମଧ୍ୟ ମଦ ପିଅନ୍ତି? ଯଦି ପିଅନ୍ତି, ତା’ହେଲେ ସେ ଏହାକୁ କେଉଁଠୁ ପାଉଛନ୍ତି?

Police Gujarat Liquor Bottle