Advertisment

ପୃଥିବୀର ସବୁଠୁ ବଡ଼ ଆପାର୍ଟମେଣ୍ଟ, ରହୁଛନ୍ତି ୨୦ ହଜାର ଲୋକ

ଆପାର୍ଟମେଣ୍ଟରେ ପରିବା ମାର୍କେଟଠୁ ଆରମ୍ଭ କରି ସ୍କୁଲ୍, ଡାକ୍ତରଖାନା , ସୁଇମିଂ ପୁଲ୍ ସବୁ କିଛି ରହିଛି।

author-image
Debibandita Barick
Regent International Building

Regent International Building

ସୋଶାଲ ମିଡିଆରେ ଏକ ଆବାସିକ ଭବନ (ଆପାର୍ଟମେଣ୍ଟ)ର ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଏହାକୁ ବିଶ୍ୱର ସର୍ବବୃହତ ଆପାର୍ଟମେଣ୍ଟ ବୋଲି କୁହାଯାଉଛି। ଏଠାରେ ୨୦ ହଜାର ଲୋକ ବାସ କରୁଥୁବା ସୋଶାଲ ମିଡିଆ ପୋଷ୍ଟରେ ଦାବି କରାଯାଇଛି।

Advertisment

ରିପୋର୍ଟ ଅନୁସାରେ, ଏହି ଆପାର୍ଟମେଣ୍ଟ ଚାଇନାର କିଆନଜିଆଙ୍ଗ ସେଞ୍ଚୁରୀ ସହରରେ ଅବସ୍ଥିତ। ଏହି କୋଠା ଏକ ବିଳାଶପୂର୍ଣ୍ଣ ହୋଟେଲର ଭ୍ରମ ସୃଷ୍ଟି କରୁଥିଲା। ମାତ୍ର ପରେ ଏହା ଏକ ଆପାର୍ଟମେଣ୍ଟ ବୋଲି ଜଣାପଡିଛି। ଏହାର ଉଚ୍ଚତା ୬୭୫ ଫୁଟ ହେବ।

ଏହାର ଆକୃତି ଏସ୍ ପରି ଦେଖିବାକୁ। ୩୯ ମହଲା ବିଶିଷ୍ଟ ଏହି ବିଶାଳକାୟ କୋଠା ୩୬୨ ଏକର ଜମିରେ ଅବସ୍ଥିତ। ଏଥିରେ ୨୦ ହଜାରରୁ ଅଧିକ ଲୋକେ ରହୁଥିବା କୁହାଯାଉଛି। 

Advertisment

ଏଠାରେ ରହୁଥିବା ବାସିନ୍ଦାଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସୁବିଧା ଯୋଗାଇ ଦିଆଯାଇଛି, ଯାହା ଏହାର ମୁଖ୍ୟ ଆକର୍ଷଣ। ଲୋକଙ୍କୁ ଏଠାରେ ସମସ୍ତ ପ୍ରକାର ସୁବିଧା ମିଳୁଥିବାରୁ ସେମାନେ ଅନ୍ୟତ୍ର ଯିବାକୁ ଇଚ୍ଛା କରୁନଥିବା କୁହାଯାଉଛି।

ରିପୋର୍ଟ ଅନୁସାରେ, ଏହି କୋଠାରେ ହିଁ ସପିଂ ସେଣ୍ଟରଠାରୁ ଆରମ୍ଭ କରି ରେସ୍ତୋରାଁ, ସ୍କୁଲ୍, ଡାକ୍ତରଖାନା, ଜିମ୍ ସେଣ୍ଟର, ଫୁଡ୍ ସେଣ୍ଟର, ସୁଇମିଂ ପୁଲ୍, ଗ୍ରୋସରୀ ଷ୍ଟୋର୍ ସହ ମନୋରଞ୍ଜନ ପାଇଁ ସମସ୍ତ ପ୍ରକାର ସୁବିଧା ରହିଛି। ଏହା ହିଁ ଆପେର୍ଟମେଣ୍ଟର ବିଶେଷ ଆକର୍ଷଣ।  

China Building Largest Residential Building