Advertisment

ରିସର୍ଟରେ ଲାଗିଲା ନିଆଁ, ବରଫ ଫିଙ୍ଗିଲେ ପର୍ଯ୍ୟଟକ

ନିଆଁକୁ କିଭଳି ଲିଭାଇବେ ସେ ନେଇ ଲୋକେ ଚିନ୍ତିତ ହୋଇପଡିଥିଲେ। ଏହାପରେ ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକ ମିଶି ପାଣି ବଦଳରେ ବରଫ ଫିଙ୍ଗିବା ଆରମ୍ଭ କରିଥିଲେ।

author-image
Madhupriya Mistry
Gulmarg Hotel Fire

Gulmarg Hotel Fire

ରିସର୍ଟରେ ଲାଗିଲା ଭୟଙ୍କର ନିଆଁ। ନିଆଁ ଲିଭାଇବାକୁ ପାଣି ବଦଳରେ ବରଫ ଫିଙ୍ଗିଲେ ପର୍ଯ୍ୟଟକ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଜମ୍ମୁକଶ୍ମୀରର ଗୁଲମର୍ଗରେ। ଏହାର ଭିଡିଓରେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Advertisment

ଆଜି ସକାଳୁ ଗୁଲମର୍ଗର ଏକ ପ୍ରସିଦ୍ଧ ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ଏହି ନିଆଁ ବିକରାଳ ରୂପ ଧାରଣ କରିଥିଲା। ଏହି ନିଆଁକୁ କିଭଳି ଲିଭାଇବେ ସେ ନେଇ ଲୋକେ ଚିନ୍ତିତ ହୋଇପଡିଥିଲେ। ଏହାପରେ ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକ ମିଶି ନିଆଁ ଲିଭାଇବା ପାଇଁ ପାଣି ବଦଳରେ ବରଫ ଫିଙ୍ଗିବା ଆରମ୍ଭ କରିଥିଲେ। ନିଆଁ ସାମାନ୍ୟ ଆୟତ୍ତ ହେବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଆସି ପହଞ୍ଚିଥିଲା। ଏହାପରେ ପୂରା ନିଆଁ ଆୟତ୍ତ ହୋଇଛି। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି।

Advertisment

ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ରିସର୍ଟରୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀର ଜଣେ କର୍ମଚାରୀଙ୍କ କହିବା ମୁତାବକ, ହୋଟେଲର ଉପର ଭାଗରେ ଥିବା ପାଇପ୍‌ ପ୍ୟାନେଲ୍ସରେ ନିଆଁ ଲାଗିଥିଲା। ଦେଖୁ ଦେଖୁ ଏହି ନିଆଁ ପୂରା ରିସର୍ଟକୁ ମାଡି ଯାଇଥିଲା। ରିସର୍ଟର ଅଧିକାଂଶ ଭାଗ କାଠରେ ତିଆରି ହୋଇଥିବା ଯୋଗୁ ସହଜରେ ନିଆଁ ବ୍ୟାପିଥିଲା। ତେବେ ଦମକଳ ଗାଡି ଆସିବାରେ ବିଳମ୍ବ ହେବା ଯୋଗୁ ଲୋକେ ବରଫ ଫିଙ୍ଗି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।

ସୂଚନା ମୁତାବକ, ଗତ କିଛି ଦିନ ଗୁଲମର୍ଗରେ ତୁଷାରପାତ ଜାରି ରହିଛି। ଏଥିଯୋଗୁ ଅନେକ ସ୍ଥାନରେ ବରଫ ଜମି ରାସ୍ତା ଘାଟ ବନ୍ଦ ରହିଛି। ଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଛି। ଏହି ବରଫ ଜମିବା ଯୋଗୁ ଦମକଳ ଗାଡି ଠିକ୍‌ ସମୟରେ ଘଟଣାସ୍ଥଳରେ ପହଞ୍ଚି ପାରି ନଥିବା କୁହାଯାଇଛି।

Jammu Kashmir Gulmarg Snowballs Thrown Gulmarg Resort Fire