Advertisment

ପ୍ରେମିକ ପାଇଁ ହାଇ ଭୋଲଟେଜ ଡ୍ରାମା, ବିଦ୍ୟୁତ ଖୁଣ୍ଟରେ ଚଢ଼ିଗଲେ ମହିଳା

ପ୍ରେମିକକୁ ନିଜ ସହ ଘରେ ରଖିବାକୁ ଦାବି କରି ବିଦ୍ୟୁତ ଖୁଣ୍ଟରେ ଚଢ଼ି ଯାଇଥିଲେ ମହିଳା। ପରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

author-image
Madhupriya Mistry
Woman Climbs Electric Pole

Woman Climbs Electric Pole

ପ୍ରେମ ପାଇଁ ପାଗଳ। ପ୍ରେମ ମାନେ ନା ବନ୍ଧ ବାଡ। ପ୍ରେମ ପାଇଁ ଲୋକେ ଲଙ୍ଘି ଯାଆନ୍ତି ଗିରି ସମୁଦ୍ର। ନିକଟରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ପଡୋଶୀଙ୍କ ପ୍ରେମରେ ପାଗଳ ହୋଇ ହାଇ ଭୋଲଟେଜ ଡ୍ରାମା କରିଛନ୍ତି ଜଣେ ମହିଳା। ପ୍ରେମିକଙ୍କୁ ଘରେ ରଖିବାକୁ ଦାବି କରି ସେ ବିଦ୍ୟୁତ୍‌ ଖୁଣ୍ଟ ଉପରେ ଚଢ଼ି ଯାଇଛନ୍ତି। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Advertisment

ଉତ୍ତରପ୍ରଦେଶ ଗୋରଖପୁରର ପୀପରାଇଚ ଅଞ୍ଚଳ। ଏଠାକାର ଜଣେ ୩୪ ବର୍ଷୀୟ ମହିଳା ନିଜ ପଡୋଶୀଙ୍କ ପ୍ରେମରେ ପାଗଳ ହୋଇଯାଇଛନ୍ତି। ବିବାହିତ ହେବା ସହ ତିନୋଟି ଛୁଆର ମା' ହୋଇ ମଧ୍ୟ ମହିଳା ଜଣକ ତାଙ୍କ ସହ ଦୀର୍ଘ ୭ ବର୍ଷ ହେବ ସମ୍ପର୍କରେ ଅଛନ୍ତି। ତେବେ ନିକଟରେ ସେ ସ୍ୱାମୀଙ୍କ ଆଗରେ ଧରାପଡି ଯାଇଥିଲେ। ତାଙ୍କର ଏହି ପରକୀୟ ପ୍ରିତି ସମ୍ପର୍କରେ ଜାଣିବାକୁ ପାଇଥିଲେ ସ୍ୱାମୀ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଜୋରଦାର ଝଗଡା ହୋଇଥିଲା।

ନିଜ ପ୍ରେମିକଙ୍କୁ ଘରେ ସାଙ୍ଗରେ ରଖିବା ପାଇଁ ସ୍ୱାମୀଙ୍କ ଆଗରେ ଦାବି କରିଥିଲେ ମହିଳା। ସେ ଘରର ଦେଖାରେଖାରେ ସାହାଯ୍ୟ କରିବ ବୋଲି ମହିଳା କହିଥିଲେ। କିନ୍ତୁ ଏଥିରେ ରାଜି ହୋଇନଥିଲେ ସ୍ୱାମୀ। ଏହାକୁ ସେ ବିରୋଧ କରି ବାହାରକୁ ଚାଲି ଯାଇଥିଲେ। ଏହାକୁ ନେଇ ହାଇ ଭୋଲଟେଜ ଡ୍ରାମା କରିଥିଲେ ମହିଳା। ନିଜ ଦାବି ପୂରଣ କରିବାକୁ ଯାଇ ସେ ଗାଁରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ଉପରେ ଚଢ଼ି ଯାଇ ହଙ୍ଗାମା କରିଥିଲେ। ଏହାକୁ ଦେଖି ଆଖପାଖର ଲୋକେ ଏକାଠି ହୋଇଥିଲା। ପରେ ଖବର ପାଇ ପୁଲିସ ଓ ବିଦ୍ୟୁତ ବିଭାଗର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ମହିଳାଙ୍କୁ ଉଦ୍ଧାର କରିଥିଲେ।

Advertisment
Uttar Pradesh News Viral Video Gorakhpur