Advertisment

ସାମ୍ନାକୁ ଆସିଲା ମଥୁରା ଟ୍ରେନ ଦୁର୍ଘଟଣା ଭିଡିଓ, ନିଶାରେ ଥିଲେ ଲୋକ ପାଇଲଟ!

ମଙ୍ଗଳବାର ବିଳମ୍ୱିତ ରାତିରେ ମଥୁରା ପ୍ଲାଟଫର୍ମରେ ଟ୍ରେନ ମାଡିଯିବାର ଭିଡିଓ ସାମ୍ନାକୁ ଆସିଛି। କାହିଁକି ଦୁର୍ଘଟଣା ଘଟିଥିଲା, ଦେଖନ୍ତୁ ଭିଡିଓ...

Mathura Train Accident

Mathura Train Accident

Advertisment

ସାମ୍ନାକୁ ଆସିଲା ମଥୁରା ଟ୍ରେନ ଦୁର୍ଘଟଣାର କାରଣ। ଇଞ୍ଜିନରେ ଥିବା ସିସିଟିଭି ଭିଡିଓ ଦୁର୍ଘଟଣାର କାରଣକୁ ସ୍ପଷ୍ଟ କରୁଛି। ଲୋକପାଇଲଟଙ୍କ ଖାମଖିଆଲି ପାଇଁ ଏପରି ଏକ ବଡ ଧରଣର ଦୁର୍ଘାଟଣା ଘଟିଛି। ସୌଭାଗ୍ୟବଶତଃ ଲୋକମାନେ ଟ୍ରେନରୁ ଓହ୍ଲାଇ ଯାଇଥିବାରୁ ଏକ ବଡ ବିପଦ ଟଳି ଯାଇଛି। କିନ୍ତୁ ଏଥିରେ ରେଲୱେର କୋଟିଏ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି।

Advertisment

ମଙ୍ଗଳବାର ବିଳମ୍ବିତ ରାତିରେ ମଥୁରା ଜଙ୍କସନରେ ଏହି ଦୁର୍ଘଟଣା ଘଟିଥିଲା। ହଠାତ୍ ଟ୍ରେନଟି ଧାରଣାରୁ ବାହାରି ଦୁଇ ନଂ ପ୍ଲାଟଫର୍ମ ଉପରକୁ ମାଡି ଯାଇଥିଲା। ରେଲୱେ ପକ୍ଷରୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଦୁର୍ଘଟଣା ଘଟିଥିବା ଟ୍ରେନ୍ ଇଞ୍ଜିନ ଭିତରେ ଲାଗିଥିବା ସିସିଟିଭି ଭିଡିଓ ସାମ୍ନାକୁ ଆସିଛି। 

Advertisment

ଭିଡିଓ ଅନୁସାରେ, ଲୋକପାଇଲଟ ଟ୍ରେନ ଇଞ୍ଜିନକୁ କାହା ସହ ଭିଡିଓ କଲରେ କଥା ହୋଇ ହୋଇ ଚଢୁଛନ୍ତି। ଫୋନରେ ବ୍ୟସ୍ତ ଥିବା ବେଳେ ଟ୍ରେନ୍ ଇଞ୍ଜିନ ଥ୍ରଟର ଉପରେ ତାଙ୍କ ବ୍ୟାଗ୍ ରଖି ଦେଉଛନ୍ତି। ଫଳରେ ଟ୍ରେନରେ ଚାଲିବା ଆରମ୍ଭ କରିଥିଲା। ଟ୍ରେନକୁ ଆୟତ୍ତକୁ ନ ଆଣିପାରିବାରୁ ସିଧା ଯାଇ ପ୍ଲାଟଫର୍ମ-2 ଉପରେ ମାଡି ଯାଇଥିଲା।

ସୌଭାଗ୍ୟବଶତଃ ଏହି ସମୟରେ ଗାଡିରେ କୌଣସି ଯାତ୍ରୀ ନଥିଲେ କି ପ୍ଲାଟଫର୍ମରେ ବି ଲୋକ ନଥିଲେ। କିନ୍ତୁ ଏକ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଉଛି। ଯାଞ୍ଚ ରିପୋର୍ଟ ଅନୁସାରେ ଲୋକ ପାଇଲଟ ହାଲୁକା ନିଶାରେ ଥିବା କୁହାଯାଉଛି। ମାତ୍ର ଏଯାଏଁ କୌଣସି ଯାଞ୍ଚ ରିପୋର୍ଟ ଜାରି କରାଯାଇ ନାହିଁ। ମାମଲାରେ ଅଧିକ ତଦନ୍ତ ଜାରି ରହିଛି।   

Viral Video Mathura Train Accident Train Accident News Train Accident Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe