Advertisment

ସିଟ୍ ପାଇଁ ଜୀବନକୁ ବେଖାତିର୍, ଚଳନ୍ତା ଟ୍ରେନରେ ଚଢିବାକୁ ଠେଲାପେଲା

ଦେଶର ପ୍ରାୟ ଅଧିକାଂସ ବାଣିଜ୍ୟିକ ସହରରେ ସମାନ ପରିସ୍ଥିତି। ଏସବୁ ମଧ୍ୟରେ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯାହା ବିଚଳିତ କରିଦେବ...

author-image
Debibandita Barick
Passengers Enter Moving Train

Passengers Enter Moving Train

ଆମ ଦେଶରେ ଅଧିକାଂଶ ଲୋକ ଅଫିସ୍ ଯିବା ପାଇଁ ପବ୍ଲିକ୍ ଟ୍ରାନ୍ସପୋର୍ଟେସନ୍ ବା ସାର୍ବଜନୀନ ପରିବହନ ଉପରେ ନିର୍ଭର କରନ୍ତି। ଯଦି ଆପଣ ସେମାନଙ୍କ ମଧ୍ୟରୁ ଜଣେ, ତେବେ ଜନଗହଳିକୁ ନିଶ୍ଚିତ ରୂପେ ଅନୁମାନ କରିପାରୁଥିବେ। କାର୍ଯ୍ୟଦିବସରେ ଅସମ୍ଭାଳ ଭିଡ ମଧ୍ୟରେ ଯାତ୍ରା କରିବାକୁ ପଡେ। 

Advertisment

ଦେଶର ପ୍ରାୟ ଅଧିକାଂସ ବାଣିଜ୍ୟିକ ସହରରେ ସମାନ ପରିସ୍ଥିତି। ଏସବୁ ମଧ୍ୟରେ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯାହା ବିଚଳିତ କରିଦେବ...

Advertisment

ମୁମ୍ବାଇର ଏକ ଲୋକାଲ୍ ଟ୍ରେନରେ ମହିଳା ଯାତ୍ରୀମାନେ ସିଟ୍ ପାଇବା ପାଇଁ ଜୀବନକୁ ବାଜିରେ ଲଗାଇ ଦେଉଥିବା ଦେଖିବାକୁ ମିଳିଛି। ଟ୍ରେନ୍ ଚାଲୁଥିବା ସମୟରେ ବିପଦଜନକ ଭାବେ ଗାଡିକୁ ଚଢୁଥିବାର ଭିଡିଓ ଭାଇରାଲ୍ ହେଉଛି। ନିଜ ସୁରକ୍ଷା କିମ୍ବା ଜୀବନକୁ ଏମାନଙ୍କର ଯେପରି ତିଳେ ମାତ୍ର ଖାତିର ନାହିଁ। ଟ୍ରେନକୁ ଚଢିବା ସମୟରେ କିଛି ମହିଳା ସନ୍ତୁଳନ ହରାଇ ପଡି ଯାଉଥିବା ମଧ୍ୟ ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି।

ହେଲେ ଗୋଟିଏ ସିଟ୍ ପାଇଁ ଏସବୁକୁ ସେମାନଙ୍କର ଯେପରି ଖାତିର୍ ନଥିବା ମନେ ହେଉଛି। ଭିଡିଓ ଭାଇରାଲ୍ ପରେ ସୋଶାଲ୍ ମିଡିଆ ୟୁଜର୍ ଏ ଉପରେ ଟିପ୍ପଣୀ ରଖିଛନ୍ତି। କେବଳ ଗୋଟିଏ ସିଟ୍ ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଦେଉଥିବା କହି କେତେକ ଏହାକୁ ସମାଲୋଚନା କରିଛନ୍ତି। ସେହିପରି ଜଣେ ୟୁଜର୍ ମହିଳା ଯାତ୍ରୀଙ୍କୁ 'ମୁମ୍ବାଇର ଜୀବିତ ଆତ୍ମା' ବୋଲି କହିଛନ୍ତି।  

Viral Video Passenger Enter Moving Train Mumbai Local Train Mumbai Local Train Viral Video