Advertisment

ସାମ୍ନାକୁ ଆସିଲା ରାଗିଂର ଭୟଙ୍କର ଚିତ୍ର, ଟ୍ରେନିଂ ନାଁରେ ଜୁନିୟରଙ୍କୁ ପିଟୁଛନ୍ତି ସିନିୟର୍‌

କଲେଜର କିଛି ସିନିୟର ଟ୍ରେନିଂ ନାଁରେ ଜୁନିୟର ଛାତ୍ରମାନଙ୍କୁ ବାଡ଼ିରେ ପିଟୁଥିବା ଭିଡିଓ ଭାଇରାଲ ହେଉଛି।

author-image
Hemant Lenka
NCC

NCC

ସାମ୍ନାକୁ ଆସିଛି ଛାତି ଥରାଇ ଦେବା ଭଳି ଭିଡିଓ। ଆନ୍ଧ୍ର ପ୍ରଦେଶର ଶ୍ରୀ ସୁବାରାୟ ଓ ନାରାୟଣ କଲେଜରେ ଛାତ୍ରମାନଙ୍କୁ ପଶୁଙ୍କ ଭଳି ମାଡ଼ ମରାଯାଉଥିବା ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି।

Advertisment

କଲେଜର କିଛି ସିନିୟର ଟ୍ରେନିଂ ନାଁରେ ଜୁନିୟର ଛାତ୍ରମାନଙ୍କୁ ବାଡ଼ିରେ ପିଟୁଥିବା ଭିଡିଓ ଭାଇରାଲ ହେଉଛି। ଭିଡିଓ ଭାଇରାଲ ହେବାର ପରେ ୬ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଛି।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣଙ୍କ ପରେ ଜଣେ ୬ ଛାତ୍ରଙ୍କୁ ୪ ଜଣ ହାତରେ ଲାଠିରେ ଧରି ପ୍ରବଳ ପିଟୁଛନ୍ତି। ସେମାନେ ଏମିତି ମାଡ଼ ମାରୁଛନ୍ତି ଯେ ବାଡ଼ି ମଧ୍ୟ ଭାଙ୍ଗି ଯାଉଛି। 

Advertisment

ହଷ୍ଟେଲର ଗୋଟିଏ ରୁମରେ ପୂରା ଘଟଣା ଘଟିଛି। ମାଡ଼ ମାରୁଥିବା ୪ ଛାତ୍ର ଜଣଙ୍କ ପରେ ଜଣେ ଜୁନିୟରଙ୍କୁ ରୁମଙ୍କୁ ଡାକୁଛନ୍ତି। ସେମାନଙ୍କୁ ମୁହଁ ତଳକୁ କରି ଶୋଇବାକୁ କହୁଛନ୍ତି। ଏହାପରେ ସେମାନଙ୍କ ନିତାମ୍ବୁକୁ ଲାଠିରେ ଶକ୍ତି ପ୍ରହାର ପରେ ପ୍ରହାର ମାରୁଛନ୍ମତି। 

ଏହି ଘଟଣାରେ ୨ ଜଣ ପୀଡ଼ିତ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଏନସିସି ଟ୍ରେନିଂ ନାଁରେ ରୁମକୁ ଡକା ଯାଉଛି ଓ ମାଡ଼ ମରାଯାଇଥିବା ଜଣାପଡ଼ିଛି। 

ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ କହିଛି ଯେ ଘଟଣାଟି ଫେବୃଆରୀ ମାସର। କିନ୍ତୁ ଏବେ ଭିଡିଓକୁ ଭାଇରାଲ କରାଯାଉଛି। ପୀଡ଼ିତମାନେ ଭୟରେ ନିଜ ସିନିୟରମାନଙ୍କ ବିରୋଧରେ କୌଣସି ପ୍ରକାରର ଅଭିଯୋଗ କରି ନାହାନ୍ତି।

ୱାନ ଟାଉନ ପୁଲିସ୍‌ ଷ୍ଟେସନର ଇନସପେକ୍ଟର କ୍ରିଷ୍ଣା ରେଡ୍ଡୀ ପୀଡ଼ିତ କିମ୍ବା କଲେଜର ଯେକୌଣସି ଲୋକ ରାଗିଂ ସମ୍ପର୍କରେ ଅଭିଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ତଥାପି ପୁଲିସ ଭିଡିଓକୁ ଆଧାର କରି ୬ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ସେମାନଙ୍କ ମଧ୍ୟରୁ ରାଗିଂ ନିରୋଧ ଆଇନ ବଳରେ ଜଣଙ୍କୁ ଗିରଫ କରାଯାଇଛି।

ଅନ୍ୟପକ୍ଷରେ ଏହି ଘଟଣା ରାଜନୀତିକ ବିବାଦ ମଧ୍ୟ ସୃଷ୍ଟି କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍‌ଆର କଂଗ୍ରେସର ଏହି ପ୍ରସଙ୍ଗରେ ଶାସକ ଟିଡିପକୁ ଟାର୍ଗେଟ କରିଛି।

ଦଳ ମାଡ଼ ମରା ଯିବା ବେଳର ଭିଡିଓକୁ ଶେୟାର କରି କହିଛି ଯେ “ଆମ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏମିତି।” ଏହାକୁ ଦଳ ପକ୍ଷରୁ ଗୃହ ମନ୍ତ୍ରୀ ଅନୀତା ଭଙ୍ଗଲପୁଡିଙ୍କୁ ଟ୍ୟାଗ କରାଯାଇଛି।

ଏହାର ଜବାବ ମଧ୍ୟ ଗୃହମନ୍ତ୍ରୀ ଅନୀତା ଦେଇଛନ୍ତି। ସେ କହିଛନ୍ତି, ୱାଇଏସ୍‌ଆର କଂଗ୍ରେସ କ୍ଷମତାରେ ଥିବା ବେଳେ ଏପରି ଘଟଣା ଘଟିଥିଲା। ଟିଡିପି ଜୁନ ମାସରେ ନିର୍ବାଚନ ଜିତିବା ପରେ ସରକାର ଗଠନ କରିଛି। ତଥାପି ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏସସି/ଏସ୍‌ଟି ଆଇନ ବଳରେ ମାମଲା ହେବ।

Andhra Pradesh YSR Congress TDP