Advertisment

ଲାଇଭ୍‌ ମ୍ୟାଚ୍‌ ବେଳେ ଅପଶବ୍ଦ କହିଲେ କୋହଲି

ଶୁକ୍ରବାର ସନ୍ଧ୍ୟାରେ ଆଇପିଏଲ୍‌ ୨୦୨୪ର ପ୍ରଥମ ମ୍ୟାଚ୍‌ ଖେଳା ଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ।

Virat Kohli and Rachin rabindra

Virat Kohli and Rachin rabindra

Advertisment

ଭାରତର ପୂର୍ବତନ କ୍ୟାପଟେନ୍‌ ବିରାଟ କୋହଲି। ପଡିଆ ତାଙ୍କର ଆଗ୍ରେସିଭ୍‌ ଅନ୍ଦାଜ ପାଇଁ ସେ ବେଶ ଜଣାଶୁଣା। ତେବେ ବିରାଟଙ୍କ ଏହି ଆଗ୍ରେସିଭ୍‌ ଅନ୍ଦାଜ ବିରୋଧୀ ଦଳଙ୍କ ନାକେ ଦମ୍‌ କରିଦିଏ। କିନ୍ତୁ ବେଳେବେଳେ ଏହା ବିରାଟଙ୍କ ଉପରେ ହିଁ ଭାରି ପଡେ। ଏଭଳି କିଛି ଘଟଣା ଘଟିଛି ଆଇପିଏଲ୍‌ ମ୍ୟାଚ୍‌ରେ।

Advertisment

ଶୁକ୍ରବାର ସନ୍ଧ୍ୟାରେ ଆଇପିଏଲ୍‌ ୨୦୨୪ର ପ୍ରଥମ ମ୍ୟାଚ୍‌ ଖେଳା ଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ତେବେ ସିଏସ୍‌କେ ଓ ଆର୍‌ସିବି ମଧ୍ୟରେ ଖେଳା ଯାଉଥିବା ଲାଇଭ୍‌ ମ୍ୟାଚ୍ ବେଳେ ବିରାଟ କୋହଲି ବ୍ୟବହାର କରିଥିଲେ ଅପଶବ୍ଦ। ଅସଭ୍ୟ ଭାଷା କହିଥିଲେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରକୃତରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଆର୍‌ସିବି। ଓଭର ଶେଷ ସୁଦ୍ଧା ୧୭୩ ରନ୍‌ କରି ଚେନ୍ନାଇ ଆଗରେ ୧୭୪ ରନ୍‌ର ଟାର୍ଗେଟ ଦେଇଇଲା। ଏହି ରନ୍‌କି ପିଛା କରି ଆର୍‌ସିବି ୭ ଓଭର ସୁଦ୍ଧା ୭୦ ଉପରେ ରନ୍‌ ହାସଲ କରିଥିଲା। ରଚିନ ରବିନ୍ଦ୍ର ସିଏସ୍‌କେ ତରଫରୁ ଓପନର୍‌ ଭାବେ ପଡିଆକୁ ଓହ୍ଲାଇ ଦମ୍‌ଦାର ବ୍ୟାଟିଂ କରିଥିଲେ।

Advertisment

୧୫ଟି ବଲ୍‌ରେ ରଚିନ ରଚିଥିଲେ ଇତିହାସ। ୩ଟି ଛକା ସହ ଗୋଟିଏ ୪ ମାରି ୩୭ ରନ୍‌ ଧୂଆଁଧାର ଇନିଂସ୍‌ ଖେଳିଥିଲେ। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍‌ ଥିଲା ୨୪୬.୬୭। ତେବେ ଯେତେବେଳେ ରଚିନ ସପ୍ତମ ଓଭରର ଶେଷ ବଲରେ ଆଉ ଏକ ବଡ଼ ସଟ୍ ଖେଳିବାକୁ ଆଗେଇ ଆସିଥିଲେ, ସେତେବେଳେ ରଜତ ପାଟିଦାର କ୍ୟାଚ୍‌ ଧରି ତାଙ୍କୁ ଆଉଟ୍‌ କରିଥିଲେ। ରଚିନ୍‌ଙ୍କ ୱିକେଟ୍‌ ଯିବା ପରେ ଆରସିବି ଦୀର୍ଘ ନିଶ୍ୱାସ ମାରିଥିଲା। ଏହି ସମୟରେ ବିରାଟ କୋହଲି ଆଗ୍ରେସିଭ୍‌ ମୁଡ୍‌ରେ ନଜର ଆସିଥିଲେ। କୋହଲି ରାଚିନ୍‌ଙ୍କୁ ଏକ ସ୍ୟାଣ୍ଡ ଅଫ୍ ଦେଇଥିଲେ। ଏଥିସହ ତାଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିଲେ।

Viral Video Virat Kohli IPL2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe