Advertisment

ନଟ ଆଉଟ ଥାଇ ବି ଆଉଟ ହେଲେ ବିରାଟ, ରାଗିଲେ ରୋହିତ: ଭିଡିଓ ଭାଇରାଲ

ପ୍ରଥମ ଇନିଂସରେ ମାତ୍ର ୬ ରନ କରିଥିବା ବିରାଟ ଦ୍ୱିତୀୟ ପାଳିରେ କିଛି ଭଲ ଶଟ ଖେଳିଥିଲେ। ଏପରି କି ସେ ୩୬ ବଲରେ ୨ଟି ଚୌକା ସହ ୧୭ ରନ କରି ନେଇଥିଲେ।

ଅଦ୍ୟତନ ହୋଇଛି
Virat

Virat

Advertisment

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ବଡ଼ଧରଣର ତ୍ରୁଟି କରିଛନ୍ତି ବିରାଟ କୋହଲି। ସେ ନଟ ଆଉଟ ଥିଲେ ହେଁ ନିଜର ହେଜ୍ଞାନ କାରଣରୁ ତାଙ୍କୁ ନିରାଶ ହୋଇ ପ୍ୟାଭିଲିୟନ ଫେରିବାକୁ ପଡ଼ିଛି।

Advertisment

ପ୍ରଥମ ଇନିଂସରେ ମାତ୍ର ୬ ରନ କରିଥିବା ବିରାଟ ଦ୍ୱିତୀୟ ପାଳିରେ କିଛି ଭଲ ଶଟ ଖେଳିଥିଲେ। ଏପରି କି ସେ ୩୬ ବଲରେ ୨ଟି ଚୌକା ସହ ୧୭ ରନ କରି ନେଇଥିଲେ। କିନ୍ତୁ ସେ ମେହିଦ ହାସନ ମିରାଜଙ୍କ ଗୋଟିଏ ଫୁଲ ଡେଲିଭରୀକୁ ଲେଗ ସାଇଟରେ ଖେଳିବାକୁ ଯାଇ LBW ହୋଇଥିଲେ। ବଲ ତାଙ୍କ ସାମ୍ନା ପ୍ୟାଡରେ ବାଜିବାରୁ ଅମ୍ପାୟାର ଆଉଟ ନିଷ୍ପତ୍ତି ନେଇଥିଲେ।

Advertisment

କିନ୍ତୁ ଏହି ନିଷ୍ପତ୍ତିରେ ବିରାଟ ଏକମତ ହୋଇ ନଥିଲେ। ସେ ନନଷ୍ଟ୍ରାଇକରେ ଥିବା ଶୁବମନ ଗିଲଙ୍କ ସହ ଆଲୋଚନା କରି ଡିଆରଏସ ନେବେ କି ନାହିଁ ଚିନ୍ତା କରିଥିଲେ। ହେଲେ ସେ ଡିଆରଏସ ନ ନେଇ ପ୍ୟାଭିଲିୟନ ଫେରି ଯାଇଥିଲେ।

ତେବେ ସେ ପ୍ୟାଭିଲିୟନ ଫେରିବା ପରେ ଆଉଟ ବେଳର ରିପ୍ଲେ ସାମ୍ନାକୁ ଆସିଥିଲା। ଯେଉଁଥିରେ ବଲଟି ବିରାଟଙ୍କ ବ୍ୟାଟରେ ବାଜି ଥିବା ସ୍ପଷ୍ଟ ଭାବେ ଅଲଟ୍ରା ଏଡଜେରୁ ଜଣାପଡ଼ିଥିଲା। ଏହାକୁ ଦେଖି ଅଧିନାୟକ ରୋହିତ ଶର୍ମା ମଧ୍ୟ ନିଜର ଅସନ୍ତୋଷ ଝାଡ଼ିଥିଲେ। ସେ ବ୍ୟାଟରେ ବଲ ବାଜିଥିବା କହିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ବଲ ବ୍ୟାଟରେ ବାଜିଥିଲେ ହେଁ ଏକଥା କେମିତି ବିରାଟ ଜାଣି ପାରିଲେ ନାହିଁ, ତାହା ସମସ୍ତଙ୍କୁ ଚକିତ କରିଛି। ସେହିପରି ନନଷ୍ଟ୍ରାଇକରେ ଥିବା ଗିଲ ମଧ୍ୟ କାହିଁକି ବିରାଟଙ୍କୁ ଡିଆରଏସ ନେବାକୁ କହିଲେ ନାହିଁ, ତା’ ଉପରେ ମଧ୍ୟ ଫ୍ୟାନ୍ସ ପ୍ରଶ୍ନ ଉଠାଇଛନ୍ତି।

ରିପ୍ଲେରେ ବିରାଟଙ୍କ ବ୍ୟାଟରେ ବଲ ବାଜିଥିବା ଜଣାପଡ଼ିବା ପରେ ତାଙ୍କୁ ଆଉଟ ନିଷ୍ପତ୍ତି ଦେଇଥିବା ଫିଲ୍ଡ ଅମ୍ପାୟାର କେଟଲବର୍ଗଙ୍କ ମଧ୍ୟ ତଳକୁ ମୁହଁ ପୋତି ସ୍ମିତ ହାସ୍ୟ ଦେଇଥିଲେ। ଗିଲ ମଧ୍ୟ ନିଜର ନିରାଶ ଭାବ ଦେଖାଇଥିଲେ। ଏସବୁର ଭିଡିଓ ଓ ଫଟୋ ଏବେ ସାମ୍ନାକୁ ଆସିଛି।

Virat Kohli Test Cricket Rohit Sharma Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe