Advertisment

ଆଇଫୋନ୍ ଚୋରାଇ ନେଇଥିଲା ମାଙ୍କଡ଼; ଫ୍ରୁଟି ଦେବାରୁ ଫେରାଇଲା, ଦେଖନ୍ତୁ ଭିଡିଓ

ଉତ୍ତର ପ୍ରଦେଶର ବୃନ୍ଦାବନରେ ଏକ ମାଙ୍କଡ ଆଇଫୋନ୍ ନେଇଯିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

Monkey

Monkey

Advertisment

ଅନେକ ପର୍ଯ୍ୟଟନସ୍ଥଳରେ ମାଙ୍କଡ଼ମାନଙ୍କର ମିଠା ମିଠା ହରକତ ଦେଖିଥିବେ ନିଶ୍ଚୟ। କାହାଠୁ ଫଳ ତ ଆଉ କାହାଠୁ ନଡିଆ ଛଡାଇ ନିଅନ୍ତି। ଏବେ କିନ୍ତୁ ମାଙ୍କଡ଼ ଆଇଫୋନ୍ ଛଡାଇ ନେଇଛି। ଉତ୍ତର ପ୍ରଦେଶର ବୃନ୍ଦାବନରେ ଏକ ମାଙ୍କଡ ଆଇଫୋନ୍ ନେଇଯିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

Advertisment

ଭିଡିଓରେ ଦେଖିବାକୁ ମିଳୁଛି ଯେ, ମାଙ୍କଡ଼ଟି ଜଣେ ଯୁବକଙ୍କ ଆଇଫୋନକୁ ଛଡାଇ ନେଇ ପାଚେରୀ ଉପରକୁ ପଳାଉଛି। ପାଚେରୀ ଉପରେ ଆଉ ଦୁଇ ମାଙ୍କଡ଼ ଏକାଠି ହୋଇ ବସି ରହୁଛନ୍ତି। ଏହି ସମୟରେ ଲୋକଙ୍କ ଗହଳି ହୋଇଯାଇଥିଲା। ଯୁବକ ଜଣକ ଅତି ଚତୁରତାର ସହ ଏକ ଫ୍ରୁଟି ପ୍ୟାକେଟକୁ ମାଙ୍କଡ଼ ନିକଟକୁ ଛାଟିଥିଲେ।

ଶେଷରେ ସୁନ୍ଦର ଭାବେ ମାଙ୍କଡ଼ଟି ଫ୍ରୁଟିକୁ ଧରିନେବା ସହ ଆଇଫୋନକୁ ତଳକୁ ପକାଇ ଦେଇଥିଲା। ଫଳରେ ତଳେ ଥିବା ଲୋକେ ଆଇଫୋନକୁ ଧରି ନେଇଥିଲେ। କୌତୁହଳପୂର୍ଣ୍ଣ ଏହି ଭିଡିଓ ସୋଶାଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି।

Advertisment

ଏହା ଜାନୁଆରୀ 6ର ଦୃଶ୍ୟ ବୋଲି କୁହାଯାଉଛି। ବୃନ୍ଦାବନରେ ଥିବା ଶ୍ରୀ ରଙ୍ଗାନାଥ ସ୍ୱାମୀ ମନ୍ଦିର ଦର୍ଶନ ପାଇଁ ଆସିଥିବା ଜଣେ ଯୁବକଙ୍କ ଆଇଫୋନ୍ ଛଡାଇ ନେଇଥିଲା ମାଙ୍କଡ଼। 

Viral Video Monkey Steals IPhone Vrindavan Monkey Menace Monkey Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe