Advertisment

ସାଇକେଲ ଚଳଉ ଚଳଉ କଫି ତିଆରି କଲେ ଯୁବକ, ଭାଇରାଲ ହେଲା ଭିଡିଓ

ଏକ ଇନଷ୍ଟାଗ୍ରାମ ରିଲରେ ଜଣେ ବ୍ୟକ୍ତି ସାଇକେଲ ଚଳାଇବା ସମୟରେ ତୁର୍କୀ କଫି ତିଆରି କରି ପିଉଥିବା ଭିଡିଓ ଇଣ୍ଟରନେଟରେ ଝଡ଼ ସୃଷ୍ଟି କରିଛି।

ଅଦ୍ୟତନ ହୋଇଛି
Person Makes Turkish Coffee

Person Makes Turkish Coffee

Advertisment

ସାଇକେଲ ଚଳାଉଥିବା ସମୟରେ ଆପଣ ହେଣ୍ଡେଲ ଉପରେ କଫି ତିଆରି କରିପାରିବେ କି? ଟିକେ କଷ୍ଟ ହେଲେ ବି ଶାରୀରିକ ଭାବେ ଆପଣ ଏକାସାଙ୍ଗରେ ଏକାଧିକ କାର୍ଯ୍ୟ କରିପାରନ୍ତି, ମାତ୍ର, ଚଳନ୍ତା ସାଇକେଲ ଉପରେ ଭାରସାମ୍ୟ ରକ୍ଷା କରି କଫି ତିଆରି କରିବା ନିଶ୍ଚୟ ଅନେକଙ୍କ ପାଇଁ ଅସମ୍ଭବ କାର୍ଯ୍ୟ। ମାତ୍ର ଏଠାରେ ଦିଆଯାଇଥିବା ଏକ ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଓ ଭାବିବେ କେମିତି ସେ ଏମିତି କରିପାରିଲେ!

Advertisment

ନିକଟରେ, ଏକ ଇନଷ୍ଟାଗ୍ରାମ ରିଲରେ ଜଣେ ବ୍ୟକ୍ତି ସାଇକେଲ ଚଳାଇବା ସମୟରେ ତୁର୍କୀ କଫି ତିଆରି କରିବାର ଭିଡିଓ ଇଣ୍ଟରନେଟରେ ଝଡ଼ ସୃଷ୍ଟି କରିଛି।

ଭିଡିଓରେ, ଆମେ ଦେଖୁଛୁ ବ୍ୟକ୍ତି ଜଣଙ୍କ ପ୍ରଥମେ ନିଜ ସାଇକେଲ ହ୍ୟାଣ୍ଡଲ ଉପରେ ଏକ ଛୋଟ କାଠ ବୋର୍ଡ ସେଟ୍ କରି ରଖନ୍ତି। ପରେ ଏହାକୁ ଏକ କପଡ଼ାରେ ଘୋଡ଼ାଇ ରଖନ୍ତି ଏବଂ ତା’ପରେ କଫି ତିଆରି କରିବା ପାଇଁ ଆବଶ୍ୟକ ଜିନିଷ ବାହାର କରନ୍ତି।

Advertisment

ସେ ଏକ ମିନି ଷ୍ଟୋଭ ଉପରେ ଏକ ପାତ୍ରରେ କଫି ଗୁଣ୍ତକୁ ଗରମ ପାଣିରେ ମିଶାନ୍ତି। ଯାହା ପରେ ଗରମ ହୋଇ କଫି ପ୍ରସ୍ତୁତ ହୋଇଯାଏ। ଶେଷରେ, ସେ ତାଙ୍କ ପ୍ରସ୍ତୁତ କରିଥିବା ତାଜା କଫିକୁ ରାସ୍ତା କଡ଼ରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଦେଉଥିବାର ଦେଖାଯାଏ।

ଏହି ଭିଡିଓଟିକୁ କିଛି ଘଣ୍ଟାରେ ୫୦ ଲକ୍ଷ ଲୋକ ଦେଖିଥିବା ବେଳେ ଅନେକ ଲୋକ ମନ୍ତବ୍ୟ ଜରିଆରେ ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, "ଭାଇ ନିଦରେ ଥିଲେ ତାଙ୍କୁ କେବଳ କିଛି କ୍ୟାଫେନ୍ ଦରକାର ଥିଲା!

Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe