Advertisment

ଶୀତ ରାତିରେ ପ୍ଲାଟଫର୍ମରେ ଶୋଇଥିଲେ ଲୋକେ, ପାଣି ମାଡ଼ କଲେ ସଫେଇ କର୍ମଚାରୀ

ବିଳମ୍ବିତ ରାତିରେ ସଫେଇ କର୍ମଚାରୀମାନେ କେମିତି ପାଣି ପକାଇ ସଫା ନାଁରେ ଲୋକଙ୍କୁ ହଇରାଣ କରୁଛନ୍ତି, ତା’ର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

author-image
Hemant Lenka
Station

Station

ପ୍ରବଳ ଥଣ୍ଡା ଯୋଗୁ ହାତଗୋଡ଼ କାଲୁଆ ପଡ଼ି ଯାଉଥାଏ। ମଧ୍ୟରାତ୍ରରେ ଶୀତର ପ୍ରକୋପ କଥା ନ କହିବା ଭଲ। ଏପରି ସ୍ଥିତିରେ ଶତାଧିକ ମହିଳା, ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଲୋକମାନେ ପ୍ଲାଟଫର୍ମରେ ବିଶ୍ରାମ ନେଇଥିଲେ। ଏତିକି ବେଳେ କିଛି ସଫେଇ କର୍ମଚାରୀ ନିଘୋଡ଼ ନିଦରେ ଶୋଇଥିବା ଲୋକଙ୍କ ଉପରେ ପାଣି ପକାଇଛନ୍ତି।

Advertisment

ଲକ୍ଷ୍ନୌର ଚାରବାଘ ରେଳ ଷ୍ଟେସନରେ ଏପରି ଘଟଣା ଘଟିଛି। ବିଳମ୍ବିତ ରାତିରେ ସଫେଇ କର୍ମଚାରୀମାନେ କେମିତି ପାଣି ପକାଇ ସଫା ନାଁରେ ଲୋକଙ୍କୁ ହଇରାଣ କରୁଛନ୍ତି, ତା’ର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ ସଫେଇ କର୍ମଚାରୀମାନେ ମଗରେ ପାଣି ଆଣି ପ୍ଲାଟଫର୍ମରେ ପକାଉଛନ୍ତି। ସେମାନେ ପ୍ଲାଟଫର୍ମରେ ପାଣି ପକାଉଥିବା ବେଳେ ସେଗୁଡ଼ିକ ସେଠାରେ ଶୋଇଥିବା ଲୋକଙ୍କ ଉପରେ ମଧ୍ୟ ପଡ଼ୁଛି।

Advertisment

ହଠାତ ଶୀତ ରାତିରେ ପାଣି ପଡ଼ିବାରୁ ମହିଳା ଓ ଛୋଟ ପିଲାମାନେ ତରବରିଆ ଭାବେ ଉଠି ପଡ଼ିଥିଲେ। ସେହିପରି କଅଁଳ ଶିଶୁମାନେ କାନ୍ଦିବା ମଧ୍ୟ ଆରମ୍ଭ କରିଥିଲେ। ସମସ୍ତେ କିଛି ସମୟ ମଧ୍ୟରେ ପ୍ଲାଟଫର୍ମରୁ ସାଇଡ ହୋଇ ଯାଇଥିଲେ।

ଘଟଣାଟି ଡିସେମ୍ବର ୨୫ରେ ଘଟିଥିବା ବେଳେ ଏବେ ଏହାର ଭିଡିଓ ଭାଇରାଲ ହେଉଛି। ନର୍ଦ୍ଦନ ରେଲୱେର ଲକ୍ଷ୍ନୌ ଡିଭିଜନ ପକ୍ଷରୁ ଘଟଣାକୁ ନିଶ୍ଚିତ କରାଯାଇଛି।

ଘଟଣାରେ ସାମିଲ ଥିବା ମୁଖ୍ୟ ସ୍ୱାସ୍ଥ୍ୟ ଇନସପେକ୍ଟର ଓ ସଫେଇ କର୍ମଚାରୀଙ୍କ ସହ ଆଲୋଚନା ହୋଇଛି। ସେହିପରି ଡିଭିଜନ ପକ୍ଷରୁ ଲୋକଙ୍କୁ ଯଥା ସମ୍ଭବ ପ୍ଲାଟଫର୍ମରେ ନଶୋଇବା ପାଇଁ କୁହାଯାଇଛି। ସମସ୍ତେ ୱେଟିଂ ହଲ ଓ ଅନ୍ୟାନ୍ୟ ସ୍ଥାନ ବ୍ୟବହାର କରନ୍ତୁ ବୋଲି ଡିଭିଜନ ପରାମର୍ଶ ଦେଇଛି।

Uttar Pradesh Viral Video