Advertisment

ଛେଳି ପାଇଁ ଟ୍ରେନ୍ ଟିକେଟ୍ କାଟି ପ୍ରଶଂସା ସାଉଁଟିଲେ ମହିଳା

ପଶ୍ଚିମବଙ୍ଗ ଦେଇ ଯାଉଥିବା ଏକ ଟ୍ରେନ ଭିତରେ ଘଟିଛି ରୋମାଞ୍ଚକର ଘଟଣା। ପଶ୍ଚିମବଙ୍ଗର ଜଣେ ବୃଦ୍ଧ ମହିଳା ନିଜ ପାଳିତ ଛେଳିର ଟ୍ରେନ୍ ଟିକେଟ୍ କାଟି ସମସ୍ତଙ୍କ ହୃଦୟ ଜିତିଛନ୍ତି।

ଅଦ୍ୟତନ ହୋଇଛି
Woman and her Goat on Train

Woman and her Goat on Train

Advertisment

ବିନା ଟିକେଟରେ ରେଳଯାତ୍ରା କରିବା ଆଇନତଃ ଅପରାଧ। ତଥାପି ପ୍ରତିଦିନ ଅନେକ ଯାତ୍ରୀ ବିନା ଟିକେଟରେ ରେଳଯାତ୍ରା କରନ୍ତି। ସୁଯୋଗ ପାଇଲା ମାତ୍ରେ ଅଧିକ ଲୋକ ବିନା ଟିକେଟରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି। ଏହାରି ଭିତରେ ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆନନ୍ଦ ଦେଲା ଭଳି। ଯାହାକି ଜଣେ ବୃଦ୍ଧ ମହିଳା ଟ୍ରେନରେ ଯାତ୍ରା କରୁଥିବା ସମୟର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ପଶ୍ଚିମବଙ୍ଗ ଦେଇ ଯାଉଥିବା ଏକ ଟ୍ରେନ ଭିତରେ ଘଟିଛି ରୋମାଞ୍ଚକର ଘଟଣା। ପଶ୍ଚିମବଙ୍ଗର ଜଣେ ବୃଦ୍ଧ ମହିଳା ନିଜ ପାଳିତ ଛେଳିର ଟ୍ରେନ୍ ଟିକେଟ୍ କାଟି ସମସ୍ତଙ୍କ ହୃଦୟ ଜିତିଛନ୍ତି। ଟ୍ରେନ ଭିତରେ ଯେତେବେଳେ ଟିଟିଇ ଯାତ୍ରୀଙ୍କଠାରୁ ଟିକେଟ୍ ଯାଞ୍ଚ କରୁଥିଲେ ସେତେବେଳେ ଏହି ଭିଡିଓଟି ଶୁଟିଂ କରାଯାଇଥିଲା। 

Advertisment

ଘଟଣାଟି ଏହିପରି। ପଶ୍ଚିମବଙ୍ଗ ଦେଇ ଯାଉଥିବା ଏକ ଟ୍ରେନରେ ଗୋଟେ ଛେଳି ଯାତ୍ରା କରୁଥିଲା। ଏହି ଛେଳିକୁ ଦେଖି ଟିଟିଇ ଏହାର ଟିକେଟ୍ ହୋଇଛି କି ନାହିଁ ପଚାରିବାରୁ ଟ୍ରେନରେ ଉପସ୍ଥିତ ବୃଦ୍ଧ ମହିଳା ଜଣକ ନିଜ ଛେଳିର ଟିକେଟ କାଟିଥିବାର କହିଥିଲେ। ତେବେ ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ବୃଦ୍ଧ ମହିଳାଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି। 

West Bengal Viral Video Goat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe