/odisha-reporter/media/post_attachments/uploadimage/library/16_9/16_9_0/Train_1724757371.jpg)
Train
ରଖେ ହରି ମାରେ କିଏ? ଏହି ଲୋକକଥା ପୁଣି ଥରେ ପ୍ରାମଣିତ ହୋଇଛି। ରେଲ ଧାରଣାରେ ମୃତ୍ୟୁ ହାରିଛି ଓ ମହିଳା ଜିତିଛନ୍ତି। ରେଳ ଧାରଣା ମଝିରେ ଫସି ଯାଇଥିବା ଜଣେ ମହିଳା ଆଶ୍ଚର୍ଯ୍ୟଜନକ ଭାବେ ଏକ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇ ଯାଇଛନ୍ତି।
ସେ ରେଳ ଧାରଣାରେ ପଡ଼ିଥିବା ବେଳେ ଟ୍ରେନ ତାଙ୍କ ଉପରେ ଅତିକ୍ରମ କରିଥିଲା। ତଥାପି ସେ ଅକ୍ଷତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ସମସ୍ତେ ଏହି ଘଟଣାର ଭିଡିଓ ଦେଖିବା ପରେ କେବଳ ଗୋଟିଏ କଥା କହୁଛନ୍ତି- ରଖେ ହରି ତ ମାରେ କିଏ?
ପୂରା ଘଟଣା ତେଲଙ୍ଗାନାର ବିକରାବାଦ ଜିଲ୍ଲା ବଶୀରବାଦ ରେଲ ଷ୍ଟେସନ ନିକଟରେ ଥିବା ରେଳ ଧାରଣାରେ ଘଟିଛି। ଏହାର ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି। ଗୋଟିଏ ମାଲ ଗାଡ଼ି ରହିଥିବା ଟ୍ରାକକୁ ଜଣେ ମହିଳା ଜଣଙ୍କ ଅତିକ୍ରମ କରିବାକୁ ଚାହିଁଥିଲେ। ରେଳ ଧାରଣାର ଅନ୍ୟ ପାର୍ଶ୍ୱରେ ଥିବା ଆଉ ଜଣେ ମହିଳା ତାଙ୍କୁ ଅପେକ୍ଷା କରିଥିଲେ।
ରେଳ ଧାରଣାରେ ମାଲ ଗାଡ଼ି ଛିଡ଼ା ହୋଇଥିବାରୁ ପ୍ରଥମ ମହିଳା ଜଣଙ୍କ ଏହାର ତଳ ଦେଇ ଅନ୍ୟ ପାର୍ଶ୍ୱକୁ ଯିବାକୁ ନିଷ୍ପତ୍ତି ନେଇଥିଲେ। ସେ ଟ୍ରେନର ତଳେ ଥିବା ବେଳେ ହଠାତ ଘଟିଥିଲା ଅଘଟଣ। ଛିଡ଼ା ହୋଇଥିବା ଟ୍ରେନ ଗଡ଼ିବା ଆରମ୍ଭ କରିଥିଲା। ମହିଳା ଜଣଙ୍କ ଏପରି ସ୍ଥିତିରେ କ’ଣ କରିବେ କିଛି ଭାବି ପାରି ନଥିଲେ। ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜ ବୁଦ୍ଧ ଖଟାଇ ଦୁଇ ଟ୍ରାକ ମଝିରେ ପୂରା ପେଟେଇ ହୋଇ ଶୋଇ ପଡ଼ିଥିଲେ। ସେ ଟ୍ରାକ ମଝିରେ ଶୋଇଥିବା ବେଳେ ତାଙ୍କ ଉପର ଦେଇ ଟ୍ରେନଟି ଅତିକ୍ରମ କରି ଯାଇଥିଲା।
An unidentified woman’s miraculous escape from death at a railway station in Basheerabad of Vikarabad district, was captured on camera.
The woman intended to cross a railway track where a goods train was stationed. She decided to crawl underneath the train to cross to the other… pic.twitter.com/fHFObNR6sY
— The Times Of India (@timesofindia) August 27, 2024
ଏହି ଲୋମହର୍ଷଣକାରୀ ଘଟଣାକୁ ଷ୍ଟେସନରେ ଛିଡ଼ା ହୋଇଥିବା ଜଣେ ଯୁବକ କ୍ୟାମେରାରେ କଏଦ କରିଛନ୍ତି। ଏଥିରେ ଦେଖିବାକୁ ମିଳୁଛି ଯେ ଟ୍ରେନଟି ଗତି କରୁଥିବା ବେଳେ ଟ୍ରାକ ମଝିରେ ରହିଥିବା ମହିଳା ଜଣଙ୍କ ପୂରା ନିସ୍ତେଜ ହୋଇ ପଡ଼ି ରହିଛନ୍ତି। ଟ୍ରେନଟି ଅତିକ୍ରମ କରିବା ପରେ ମହିଳା ଜଣଙ୍କ ଉଠିଥିଲେ। ସେ ଝାଡ଼ିଝୁଡ଼ି ହୋଇ ବେଶ ଆରାମରେ ତାଙ୍କୁ ଅପେକ୍ଷା କରିଥିବା ମହିଳାଙ୍କ ପାଖକୁ ଚାଲି ଯାଇଥିଲେ।
ଘଟଣାର ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ରେଳବାଇ ଅଧିକାରୀ ପୁଲିସ୍ ସହାୟତାରେ ମହିଳାଙ୍କୁ ଖୋଜି ଅଧିକ ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
