Advertisment

ଚର୍ଚ୍ଚାରେ ମହିଳା କନଷ୍ଟେବଲଙ୍କ ‘ମମତା’

ଏହି ମହିଳା କନଷ୍ଟେବଲଙ୍କୁ ନେଇ ସୋଶାଲ ମିଡିଆରେ ହୋଇଥିବା ପୋଷ୍ଟ ଭାଇରାଲ ହେଉଛି।

ଅଦ୍ୟତନ ହୋଇଛି
DayaBen

DayaBen

Advertisment

ଗୁଜରାଟର ଜଣେ ମହିଳା କନଷ୍ଟେବଲଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ସୋଶାଲ ମିଡିଆରେ ୟୁଜର ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ଏହି କନଷ୍ଟେବଲଙ୍କ ନାଁ ଦୟାବେନ୍।

Advertisment

ଗତ ରବିବାର ଗୁଜରାଟ ହାଇକୋର୍ଟରେ ପିଅନ ପଦବୀ ପୂରଣ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷା ପାଇଁ ଅହମଦାବାଦର ଓଧବର ଏକ କେନ୍ଦ୍ରରେ ଦୟାବେନ୍‌ଙ୍କ ଡ୍ୟୁଟି ପଡ଼ିଥିଲା। ସେ ସେଠାରେ ସୁରକ୍ଷା ଦାୟିତ୍ୱରେ ଥିଲେ।

ଅହମଦାବାଦ ପୁଲିସ୍ କରିଥିବା ଟ୍ୱିଟ୍ ଅନୁଯାୟୀ, ଉକ୍ତ ପରୀକ୍ଷା କେନ୍ଦ୍ରକୁ ଜଣେ ମହିଳା ତାଙ୍କ ୬ ମାସର ପୁଅକୁ ନେଇ ପରୀକ୍ଷା ଦେବାକୁ ଆସିଥିଲେ। ହେଲେ ପରୀକ୍ଷା ଆରମ୍ଭ ହେବାର ଅଳ୍ପ ସମୟ ପୂର୍ବରୁ ଛୁଆଟି କାନ୍ଦିଥିଲା। ତା’ କାନ୍ଦ ଆଉ ବନ୍ଦ ହୋଇ ନଥିଲା। ପରୀକ୍ଷା ସମୟ ପାଖେଇ ଆସୁଥିବା ବେଳେ ପୁଅର କାନ୍ଦ ବନ୍ଦ ହେଉ ନଥିବା ଦେଖି ମହିଳା ଜଣଙ୍କ ବ୍ୟସ୍ତ ହୋଇପଡ଼ିଥିଲେ। ଏହି ସମୟରେ ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ କନଷ୍ଟେବଲ ଦୟାବେନ୍। ସେ ଛୁଆଟିକୁ ନିଜ ପାଖରେ ରଖିଥିଲେ। ଆଉ ତା’ ମା’ ପରୀକ୍ଷା ଦେବାକୁ ଯାଇଥିଲେ।

Advertisment

୬ ମାସର ପୁଅଟିକୁ ତୁନି କରାଇବାରେ ସଫଳ ହୋଇଥିଲେ କନଷ୍ଟେବଲ ଦୟାବେନ୍। ଅହମଦାବାଦ ପୁଲିସ ପକ୍ଷରୁ ଯେଉଁ ଫଟୋଗୁଡ଼ିକ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି, ସେଥିରେ ଛୁଆଟି ବେଶ୍ ଖୁସି ଥିବା ଦେଖାଯାଉଛି। ସେ କନଷ୍ଟେବଲ ଦୟାବେନଙ୍କ ସହିତ ମିଶିଯାଇ ଖେଳୁଥିବା ଦେଖିବାକୁ ମିଳିଛି।

ଅହମଦାବାଦ ପୁଲିସ୍‌ର ଏହି ପୋଷ୍ଟ ଏବେ ଭାଇରାଲ ହେଉଛି। ସୋଶାଲ ମିଡିଆ ୟୁଜରମାନେ କନଷ୍ଟେବଲ ଦୟାବେନଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ଆମେ ଆପଣଙ୍କ ପାଇଁ ଗର୍ବିତ। ଆଉ ଜଣେ ଲେଖିଛନ୍ତି, ଏହା ବାସ୍ତବ ପୁଲିସଙ୍କ ପରିଚୟ। ଏପରି କାର୍ଯ୍ୟ ଉଚ୍ଚ ପ୍ରଶଂସନୀୟ ଏବଂ ମାନବିକତାର ଉଦାହରଣ। ଅନ୍ୟ ଜଣେ ୟୁଜର ଏହି କାର୍ଯ୍ୟ ପାଇଁ ଅହମ୍ମଦାବାଦ ପୁଲିସ୍ ବିଭାଗକୁ ମଧ୍ୟ ସାଲ୍ୟୁଟ୍ ଜଣାଇଛନ୍ତି।

ଦୟାବେନ୍‌ଙ୍କୁ ଗୁଜରାଟ ପୁଲିସ୍ ଡିଜି ମଧ୍ୟ ପ୍ରଶଂସା କରିଛନ୍ତି। ଡିଜିପି ତାଙ୍କୁ ନିଜ ଅଫିସକୁ ଡକାଇ ଏକ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି।

Police Viral Photo
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe