Advertisment

ମହିଳା କନଷ୍ଟେବଲଙ୍କୁ ଅଟୋ ସହ ଘୋଷାଡ଼ି ନେଲା ମଦୁଆ ଡ୍ରାଇଭର୍‌

ତାଙ୍କୁ ୧୦୦ରୁ ଅଧିକ ମିଟର ଯାଏ ଅଟୋ ଚାଳକ ଜଣଙ୍କ ଘୋଷାଡ଼ି ନେବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

Maharashtra

Maharashtra

Advertisment

ମହିଳା କନଷ୍ଟେବଲଙ୍କୁ ବିଚ୍‌ ରାସ୍ତାରେ ଘୋଷାଡ଼ି ନେଲା ଅଟୋ ଚାଳକ। ମହିଳା କନଷ୍ଟେବଲ ଜଣଙ୍କ ଅଟୋ ପଛରେ ଲାଖି ଥିବା ବେଳେ ତାଙ୍କୁ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେବାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ନିଶାରେ ବେପରୁଆ ଢଙ୍ଗରେ ବ୍ୟକ୍ତି ଜଣକ ଅଟୋ ଚଳାଉଥିଲା। ତାଙ୍କୁ ଅଟକିବାକୁ ମହିଳା କନଷ୍ଟେବଲ ଜଣଙ୍କ କହିବାରୁ ତାଙ୍କ ସହ ଏପରି ଘଟଣା ଘଟିଛି।

Advertisment

ତାଙ୍କୁ ୧୦୦ରୁ ଅଧିକ ମିଟର ଯାଏ ଅଟୋ ଚାଳକ ଜଣଙ୍କ ଘୋଷାଡ଼ି ନେବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ମହାରାଷ୍ଟ୍ରର ସାତରା ସହରରେ ଏପରି ଘଟଣା ଘଟିଥିବା ବେଳେ ସାଧାରଣ ଲୋକଙ୍କ ହସ୍ତକ୍ଷେପ ଯୋଗୁ ମହିଳା କନଷ୍ଟେବଲ ଜଣଙ୍କ ରକ୍ଷା ପାଇଛନ୍ତି। ମହିଳା କନଷ୍ଟେବଲ ଭାଗ୍ୟଶ୍ରୀ ଯାଦବ ସାତରା ସହରର ଗୋଟିଏ କ୍ରସିଂରେ ଡ୍ୟୁଟି କରୁଥିଲେ।

ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଅଟୋକୁ ସେ ଅଟକିବାକୁ କହିଥିଲେ। ସେ ଯାଞ୍ଚ ପାଇଁ ଅଟୋକୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଚଳାକ ଜଣକ କିଛି ଶୁଣି ନଥିଲା। ମଦ ନିଶାରେ ଗାଡ଼ି ଚଳାଉଥିବାରୁ ଜୋରିମାନା ଭୟରେ ଚାଳକ ଦେବରାଜ କାଲେ ନ ଅଟକି ଖସି ଯିବାକୁ ଚେଷ୍ଟା କରିଥିଲା।

Advertisment

ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଅଟୋର ପଛ ପାଖରେ ଭାଗ୍ୟଶ୍ରୀ ଲାଖି ଯାଇଥିଲେ। ତଥାପି ଦେବରାଜ କିଛି ନଶୁଣି ତାଙ୍କୁ ୧୦୦ରୁ ଅଧିକ ମିଟର ଯାଏ ଘୋଷାଡ଼ି ନେଇଥିଲା। ଏହାକୁ ସାଧାରଣ ଲୋକ ଦେଖିବା ମାତ୍ରେ ଅଟକାଇବାକୁ ଚିତ୍କାର କରିଥିଲେ। ଏଥିସହ ଦେବରାଜକୁ ଅଟକାଇବାକୁ ସକ୍ଷମ ହୋଇଥିଲେ।

ସେମାନେ ତାକୁ ମାଡ଼ ମାରିବା ସହ ଗୁରୁତର ଆହତ ହୋଇଥିବା ଭାଗ୍ୟଶ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ତାଙ୍କର ଚିକିତ୍ସା ଗୋଟିଏ ଘରୋଇ ହସ୍ପିଟାଲରେ କରାଯାଇଛି। ସେହିପରି ପୁଲିସ ମଦ ପିଇ ଗାଡ଼ି ଚଳାଇବା ଓ କର୍ତ୍ତବ୍ୟରତ ପୁଲିସ୍‌ କର୍ମଚାରୀଙ୍କୁ କ୍ଷତି ପହଞ୍ଚାଇବା ଘଟଣାରେ ଦେବରାଜକୁ ଗିରଫ କରିଛି।

Viral Video Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe