Advertisment

'ତୋବା ତୋବା'ରେ ଠୁମକା ଲଗାଇଲେ ମହିଳା; ବିକି କୌଶଲ ବି କମେଣ୍ଟ କଲେ

ମହିଳାଙ୍କ 'ତୋବା ତୋବା' ଡାନ୍ସ ଦେଖି କମେଣ୍ଟ କରିଛନ୍ତି ବିକି କୌଶଲ।

Vicky Kaushal

Vicky Kaushal

Advertisment

ସବୁଠି ଧୁମ୍ ମଚାଉଛି 'ତୋବା ତୋବା'। ଏହି ଗୀତରେ ବିକି କୌଶଲଙ୍କ ହୁକ୍ ଷ୍ଟେପ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଅନେକ ନୃତ୍ୟଶିଳ୍ପୀ ଏବଂ ନେଟିଜେନ୍ସଙ୍କ 'ତୋବା ତୋବା' ରିଲ୍ସ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ଜଣେ ଗୃହିଣୀଙ୍କ ଡାନ୍ସ ଭିଡିଓ କେବଳ ଦର୍ଶକ ନୁହଁନ୍ତି, ବିକି କୌଶଲଙ୍କୁ ବି ପସନ୍ଦ ଆସିଛି।

Advertisment

ରୁପାଲି ସିଂହ ନାମକ ଏକ ଇନଷ୍ଟାଗ୍ରାମ ଆଇଡିରେ ପୋଷ୍ଟ ହୋଇଥିବା 'ତୋବା ତୋବା' ରିଲ୍ସ ସୋଶାଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଏଥିରେ ଜଣେ ମହିଳା ସାଦା ହଳଦୀ ରଙ୍ଗର ଶାଢୀରେ ନୃତ୍ୟୁ କରୁଥିବା ଦେଖିବାକୁ ମିଳୁଛି। ସେ 'ତୋବା ତୋବା'ରେ ନାଚିବା ବେଳେ ତାଙ୍କର ଦୁଇ ପିଲା ମଧ୍ୟ ତାଙ୍କ ସହ ତାଳ ଦେଉଛନ୍ତି।

ବର୍ତ୍ତମାନ ସୋଶାଲ ମିଡିଆରେ ଏହି ଭିଡ଼ିଓ ଖୁବ୍ ଭାଇରାଲ୍ ହେଉଛି। ଖବର ଲେଖା ହେବା ସୁଦ୍ଧା ଏହାକୁ 55 ମିଲିୟନରୁ ଅଧିକ ଲୋକ ଦେଖି ସାରିଥିଲେ। ଏପରିକି ବିକି କୌଶଲ ମଧ୍ୟ ଏହି ଭିଡିଓରେ କମେଣ୍ଟ କରିଛନ୍ତି।

Advertisment

ବିକି କୌଶଲ କମେଣ୍ଟରେ "Wow!" ଲେଖିଛନ୍ତି। ଏହାପରେ ଏହି ଭିଡିଓକୁ ଅଧିକ ବୁଷ୍ଟ୍ ମିଳିଥିବା କୁହା ଯାଇପାରେ। 

Viral Video Instagram Reels Vicky Kaushal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe